ଖରିଫ ହେଉ କି ରବି ଫସଲ ସବୁଥିରେ ସରକାରଙ୍କ ଟୋକନ ଅବ୍ୟବସ୍ଥା ଦେଖାଦେଇଛି। ଏହାକୁ ନେଇ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟଲୟ ସମ୍ମୁଖରେ ଏକ ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ଟୋକନ ଅବ୍ୟବସ୍ଥା ସହ ବର୍ଷାରେ ଭିଜିଥିବା ଧାନର କ୍ଷତିପୂରଣ ଦେବା ପାଇଁ ବିଜେପି ତରଫରୁ ଦାବି ହୋଇଛି।
Trending Photos
ସମ୍ବଲପୁର: ଚାଷୀ ସମସ୍ୟା ନେଇ ଧାରଣାରେ ବସିଲା ବିଜେପି। ଧାରଣାରେ ସାମିଲ ହେଲେ ରେଙ୍ଗାଲି ବିଧାୟକଙ୍କ ସହ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ଚାଷୀଙ୍କର ବିଭିନ୍ନ ସମସ୍ୟା ନେଇ ବିଜେପି ତରଫରୁ ଗତକାଲି ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଯାଇଥିଲା।
ସରକାରଙ୍କ ଟୋକନ ଅବ୍ୟବସ୍ଥାକୁ ନେଇ ବିଜେପି ପୁଣି ଆନ୍ଦୋଳନ ମୁହାଁ ହୋଇଛି। ଖରିଫ ହେଉ କି ରବି ଫସଲ ସବୁଥିରେ ସରକାରଙ୍କ ଟୋକନ ଅବ୍ୟବସ୍ଥା ଦେଖାଦେଇଛି। ଏହାକୁ ନେଇ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟଲୟ ସମ୍ମୁଖରେ ଏକ ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ଟୋକନ ଅବ୍ୟବସ୍ଥା ସହ ବର୍ଷାରେ ଭିଜିଥିବା ଧାନର କ୍ଷତିପୂରଣ ଦେବା ପାଇଁ ବିଜେପି ତରଫରୁ ଦାବି ହୋଇଛି।
ଗତବର୍ଷ ଖରିଫ (Kharif) ଧାନ କିଣା ସମୟରେ ସରକାରଙ୍କର ଭୁଲ ଟୋକନ ନୀତି (Token System) ଓ ଧାନ କିଣା ଅବ୍ୟବସ୍ଥା ଯୋଗୁ ହଜାର ହଜାର ଚାଷୀଙ୍କ ଲକ୍ଷାଧିକ ଟଙ୍କାର ଧାନ ବିକ୍ରି ହୋଇପାରିନଥିଲା। ଫଳରେ ଅନେକ ଚାଷୀ ଆର୍ଥିକ ସମସ୍ୟା (Farmers Issue) ସହ ମାନସିକ ଚାପ ଗ୍ରସ୍ତ ହୋଇଥିଲେ। ଏଭଳି ସ୍ଥିତି ହୋଇଥିଲା ଯେ ଚାଷୀ ଆତ୍ମହତ୍ୟା ମଧ୍ୟ କରିଥିଲେ। ଧାନ ଫସଲର ଚାଷୀ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇ ପାରିନାହିଁ। ଏହି ସବୁ ସମସ୍ୟାକୁ ନେଇ ଚାଷୀ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହି।
Also Read: ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ
ଏବେ ରବି ଚାଷ (Rabi Farming) ସମୟରେ ମଧ୍ୟ ସମାନ ସମସ୍ୟା ଦୁଇ ଗୁଣିତ ହୋଇଛି। ମଣ୍ତିରେ ଧାନ ପଡିରହିବା ସହ ଖଳାରେ ମଧ୍ୟ ଧାନ ପଡିରହିଛି। ହେଲେ କେତେକଙ୍କ ଟୋକନ ଆସି ଲେପ୍ସ ହୋଇଗଲାଣି ତ ଆଉ କାହାର ଟୋକାନ ଆସିନାହି। ଏବେ ଅଦିନିଆ ବର୍ଷା ଯୋଗୁ ମଧ୍ୟ ଚାଷୀ ଧାନ ଭିଜି ନଷ୍ଟ ହୋଇଛି। ହେଲେ ଏଥିପାଇ କୌଣସି ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି କି କ୍ଷତିପୂରଣ ମିଳିନାହି। ଯାହାକୁ ନେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ, କୁଚିଣ୍ତାର ପୂର୍ବତନ ବିଧାୟକ ରବିନାରାୟଣ ନାୟକ, ରେଙ୍ଗାଲି ବିଧାୟକ ନାଉରି ନାୟକ, ପ୍ରମୁଖ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।
ଆଜି ପର୍ଯ୍ୟନ୍ତ ସରକାର (Oidisha Govt) କାହିଁକି ଚାଷୀଙ୍କ ସମସ୍ୟା ସମାଧାନ କରୁନାହି ବୋଲି ବିଜେପି (BJP) ପ୍ରଶ୍ନ କାରିଛି। ଵର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ୩୦ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ (Paddy) ଟୋକନ ଲେପ୍ସ ହେଲାଣି। ଏହା ଆଗାମୀ ଦିନରେ ବଢିବାର ସମ୍ଭାଵନା ରହିଛି। କାରଣ ମୈସୁମୀ ଆଗମନ ହୋଇସାରିଛି ତେଣୁ ଧାନ ବିକ୍ରିରେ ସମସ୍ୟା ମଧ୍ୟ ହୋଇପାରେ ବୋଲି କୁହାଯାଇଛି।
Also Read: ସେବାରେ ଲାଗିଛନ୍ତି Sambalpur Circle Jail କଏଦୀ; ଅଭିଯୋଗକୁ ଖଣ୍ଡନ କଲେ DIG
ସେପଟେ ଧାରଣା ସ୍ଥଳକୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ପହଚିଁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥଲେ। ଏହି ସମସ୍ୟା ନେଇ ସରକାରଙ୍କ ଅବଗତ କରାଇବେ ବୋଲି ସେ କହିଛନ୍ତି। ତେବେ ଆଗକୁ ସରକାର ଟୋକନ ସମସ୍ୟା ସମଧାନ ନ କଲେ ବିଜେପି ପୁଣି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।