କନ୍ଧମାଳ: ଅସହାୟ ମହିଳା, ବୃଦ୍ଧ, ବୃଦ୍ଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ଆସୁଥିବା ଭତ୍ତା ଟଙ୍କାକୁ ହଡ଼ପ କରି ନିରବ ରହିଯାଇଛନ୍ତି ଅଧିକାରୀ। ଆଉ ବର୍ଷ ପରେ ବର୍ଷ ବିତୁଥିଲେ ସୁଦ୍ଧା ହଡ଼ପ ହୋଇଥିବା ଟଙ୍କା ଫେରସ୍ତ କରୁନାହାଁନ୍ତି। ସରପଞ୍ଚ, PEO ଏବଂ ବିଡ଼ିଓ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ ଆଣିବା ସହ ଲୋକାୟୁକ୍ତଙ୍କ ଦ୍ୱାରାସ୍ତ ହେବାକୁ ଜନସୂଚନା ଓ ଆଇନସହାୟତା କେନ୍ଦ୍ରର ସଦସ୍ୟ  ନିଷ୍ପତି ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା ପଞ୍ଚାୟତରୁ ସଙ୍ଗୀନ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ୨୦୧୭-୧୮ ଆର୍ଥିକ ବର୍ଷରେ ଶ୍ରାନିକେତା ପଞ୍ଚାୟତରେ ଯେଉଁ ସମୀକ୍ଷା ହୋଇଥିଲା ସେହି ରିପୋର୍ଟରେ ଦର୍ଶାଯାଇଛି ଯେ ଭତ୍ତା କ୍ୟାସବୁକରେ ସମ୍ପୂର୍ଣ୍ଣ ତଥ୍ୟ ରହୁନାହିଁ। ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ହୋଇଥିବା ସମୀକ୍ଷା ଆଧାରରେ ଭତ୍ତା କ୍ୟାସବୁକରେ ୨ ଲକ୍ଷ ୩୪ ହଜାର ୩୨ ଟଙ୍କା ଶେଷ ଜମା ରହିବା ପରିବର୍ତ୍ତେ କ୍ୟାସବୁକରେ ମାତ୍ର ୧ ଲକ୍ଷ ୮୦ ହଜାର ୮୩୨ ଟଙ୍କା ଜମା ରହିଥିଲା। ଆଉ ବାକି ୫୩ ହଜାର ୨୦୦ ଟଙ୍କା ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)  ନିଜ ହାତଜମା ଭାବେ ରଖିଥିବା ବେଳେ କ୍ୟାସବୁକରେ ଏନେଇ କିଛି ଦର୍ଶାଇନଥିଲେ।


Also Read: ଗଜପତି ଛତୁଆ ଦୁର୍ନୀତି ମାମଲା; ଅଙ୍ଗନୱାଡି ଦିଦି ବିଦା, ଛତୁଆ ଉତ୍ପାଦନ କେନ୍ଦ୍ରରେ ଝୁଲିଲା ତାଲା


ଏମିତିକି  ୨୦୧୭ ସେପ୍ଟେମ୍ବର ୧୨ରେ PEOଙ୍କ ବଦଳି ହୋଇଥିଲେ ସୁଦ୍ଧା ଦାୟିତ୍ୱ ନେଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର କହଁରଙ୍କୁ ହାତଜମା ଟଙ୍କା ୫୩ ହଜାର ୨୦୦ ଟଙ୍କା ଫେରସ୍ତ କରିନାହାନ୍ତି। ଯାହା କି ଜିଲ୍ଲା ଅଡିଟ ରିପୋର୍ଟ ନମ୍ବର ୪୨୮୨୪୬/ଏଆର/ ୨୦୧୮-୧୯ ଜରିଆରେ ଜନସୂଚନା ଓ ଆଇନସହାୟତା କେନ୍ଦ୍ରର ସଦସ୍ୟ ଦୀପକ କୁମାର ସାହୁ ଜାଣିବାକୁ ପାଇଥିଲେ। ଏନେଇ ସେ ପୁନର୍ବାର ହଡ଼ପ ହୋଇଥିବା ଟଙ୍କା ପେରସ୍ତ ହୋଇଛି କି ନାହିଁ ବୋଲି ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଉକ୍ତ ବିଷୟରେ Local Fund auditଙ୍କୁ ତଥ୍ୟ ମାଗିଥିଲେ। ହେଲେ ଆଜିସୁଧା ୫୩ ହଜାର ୨୦୦ ଟଙ୍କା ପୁନରୁଦ୍ଧାର ବା ଫେରସ୍ତ ନ ହୋଇରହିଯାଇଥିବା ତଥ୍ୟରୁ ଜଣାପଡ଼ିଛି। 



ଅନ୍ୟପକ୍ଷେ ଓଡ଼ିଶା ଗ୍ରାମପଞ୍ଚାୟତ ନିୟମାବଳୀ ୧୯୬୪  ଅନୁସାରେ ଧାରା ୯୪ (୨)  ହାତଜମା ପରିମାଣ ୫୦୦ ଟଙ୍କା ସ୍ଥିରୀକୃତ ହୋଇଥିବା ବେଳେ ଏତେ ବଡ ହାତଜମା, ଏତେ ଦିନ ପର୍ଯ୍ୟନ୍ତ ଜଣଙ୍କ ହାତରେ ରହିବା ତାହା ପୁଣି ସରପଞ୍ଚ ଓ ବିଡ଼ିଓଙ୍କ ଅଗୋଚରରେ ଏହା ସମ୍ପୂର୍ଣ୍ଣ ଅସମ୍ଭବ କଥା। ତେଣୁ ଏହି ଅର୍ଥର ବାଟମାରଣା ପାଇଁ PEO, ସରପଞ୍ଚ ଏବଂ ବିଡ଼ିଓ ହିଁ ଦାୟୀ। କାରଣ ପ୍ରତେକ ମାସ ଭତ୍ତା ବଣ୍ଟନ ପରେ ଏହାର ସମୂର୍ଣ୍ଣ ବିବରଣୀ ଏବଂ ବିନିଯୋଗ ପ୍ରମାଣ ପତ୍ର ବିଡ଼ିଓଙ୍କ ତତ୍ୱାବଧାନରେ ଜମା ହୋଇଥାଏ। ଏଣୁ ଏ ଘଟଣାକୁ ନେଇ ଦୀପକ କୁମାର ସାହୁ ମାନ୍ୟବର ଲୋକାୟୁକ୍ତଙ୍କ ଦ୍ୱାରାସ୍ତ ହେବେ ବୋଲି କହିଛନ୍ତି।