ଗଜପତି ଛତୁଆ ଦୁର୍ନୀତି ମାମଲା; ଅଙ୍ଗନୱାଡି ଦିଦି ବିଦା, ଛତୁଆ ଉତ୍ପାଦନ କେନ୍ଦ୍ରରେ ଝୁଲିଲା ତାଲା
Advertisement

ଗଜପତି ଛତୁଆ ଦୁର୍ନୀତି ମାମଲା; ଅଙ୍ଗନୱାଡି ଦିଦି ବିଦା, ଛତୁଆ ଉତ୍ପାଦନ କେନ୍ଦ୍ରରେ ଝୁଲିଲା ତାଲା

ଛତୁଆ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଓ ମାସିକ ବିଲ ପାଇଁ ୧୨ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ପାଇଁ ଆର ଉଦୟଗିରି ସିଡିପିଓଙ୍କୁ ଜିଲ୍ଲା ପ୍ରସାଶନ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ଗଜପତି ଛତୁଆ ଦୁର୍ନୀତି ମାମଲା; ଅଙ୍ଗନୱାଡି ଦିଦି ବିଦା, ଛତୁଆ ଉତ୍ପାଦନ କେନ୍ଦ୍ରରେ ଝୁଲିଲା ତାଲା

ପ୍ରେମାନନ୍ଦ ପୂଜାରୀଗଜପତି: ଜିଲ୍ଲାର ଆର ଉଦୟଗିରି ବ୍ଳକ ରାମଗିରି ଅଞ୍ଚଳରେ ଛତୁଆ ଦୁର୍ନୀତି ଘଟଣାରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ଛତୁଆ ଦୁର୍ନୀତି ସଂସ୍ଲିଷ୍ଟ ଅଭିଯୋଗରେ ରାମଗିରି ଅଙ୍ଗନବାଡି କେନ୍ଦ୍ର ୨ର ଅଙ୍ଗନୱାଡି କର୍ମୀ ମମତା ମଞ୍ଜୁରୀ ପଣ୍ଡାଙ୍କୁ  ଜିଲ୍ଲାପାଳ କାର୍ଯ୍ୟରୁ ବହିସ୍କୃତ କଲେ। ପାଞ୍ଚଟି ପଞ୍ଚାୟତକୁ ଛତୁଆ ବିତରଣ କରୁଥିବା ତବାରସିଂ ଗୁପ୍ତେଶ୍ବର ଛତୁଆ ଉତ୍ପାଦନ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବନ୍ଦ କରିଛି।
 
ଓଜନରେ ବ୍ୟାପକ ମାତ୍ରାରେ ଠକେଇ ଓ ନିମ୍ନମାନର ଛତୁଆ ଯୋଗାଣ କରି ବର୍ଷ ବର୍ଷ ଚାଲିଥିବା ଦୁର୍ନୀତର ଖୋଲାସା କରିଥିଲା ଜୀ ଓଡିଶା। ଖବର ପ୍ରସାରଣ ପରେ ପ୍ରସାଶନର ତପ୍ତରତା ପ୍ରକାଶ ପାଇଥିଲା ଏବଂ ଗତ ୬ ତାରିଖରେ ଉପଜିଲ୍ଲାପାଳ ଗାଁ ଗାଁ ବୁଲି ତଦନ୍ତ କରିଥିଲେ। ଆଉ ଏବେ ସେହି ମାମଲାରେ ଅଙ୍ଗନୱାଡି କର୍ମୀ ମମତା ମଞ୍ଜୁରୀ ପଣ୍ଡାଙ୍କୁ କାର୍ଯ୍ୟରୁ ବହିଲସ୍କୃତ କରାଯାଇଥିବା ବେଳେ ଛତୁଆ ଉତ୍ପାଦନ କରୁଥିବା କେନ୍ଦ୍ରକୁ ସିଲ୍ କରାଯାଇଛି।

Also Read: ଛତୁଆ ବଣ୍ଟନରେ ମହାଦୁର୍ନୀତି; Zee Odishaରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ

ଛତୁଆ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଓ ମାସିକ ବିଲ ପାଇଁ ୧୨ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ପାଇଁ ଆର ଉଦୟଗିରି ସିଡିପିଓଙ୍କୁ ଜିଲ୍ଲା ପ୍ରସାଶନ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଉକ୍ତ ଦୁର୍ନୀତି କାରବାର ଆର ଉଦୟଗିରି ସିଡିପିଓ ଅବିଦା ପରବିନଙ୍କ ନିର୍ଦ୍ଦେଶରେ ଚାଲିଥିବା ବେଳେ ମାସିକ ଗୁପ୍ତେଶ୍ୱର ଛତୁଆ ପ୍ଲାଣ୍ଟରୁ ୧୨ ହଜାର ଟଙ୍କା ନେଉଛନ୍ତି ବୋଲି ମଧ୍ୟସ୍ଥତା କରୁଥିବା ଅଙ୍ଗନୱାଡି କର୍ମୀ ମମତା ମଞ୍ଜୁରୀ ପଣ୍ଡା ପ୍ରକାଶ କରିଥିଲେ। ସତ କଥା ଓଗାଳିବା ଯୋଗୁଁ ଗତ ୧୫ ତାରିଖରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା DSWO ମିନତୀ ଦେବୀ  ସୂଚନା ଦେଇଛନ୍ତି ।

fallback

ପିଲାଙ୍କ ଛତୁଆର ଓଜନରେ ବ୍ୟାପକ ମାତ୍ରାରେ ଠକେଇ ଓ ନିମ୍ନମାନର ଛତୁଆ ଯୋଗାଣ ନେଇ ଖବର ପ୍ରକାଶ ନକରିବା ଓ ଚପାଇଦେବାକୁ ଜୀ ଓଡିଶା ପ୍ରତିନିଧିଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରିବା ସହ ରାମଗିରି ଥାନାରେ ମିଥ୍ୟା ମକଦ୍ଦମା କରି ମାମଲା ରଫାଦଫା କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ନିର୍ଭିକ ଓ ନିରପେକ୍ଷ ଖବର ପରିବେଶଣ ଓ ତାହାର ପ୍ରଭାବରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀ ଓଡିଶା ଟିମକୁ ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଉଛି।