କ୍ବାକ କ୍ଲିନିକକୁ ସିଲ କଲା ପ୍ରଶାସନ
ଏହି କ୍ଲିନିକରେ ରୋଗୀଙ୍କୁ ମନଇଛା ସାଲାଇନ, ମେଡ଼ିସିନ ଦେଇ ଚିକିତ୍ସା କରାଯାଉଥିଲା।
କନ୍ଧମାଳ: ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଏକ କ୍ବାକ କ୍ଲିନିକକୁ ସିଲ କରିଛି ସ୍ଥାନୀୟ ପ୍ରଶାସନ। ଏଠାରେ ରହିଥିବା ଏକ କ୍ବାକ କ୍ଲିନିକ ଉପରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ମେଡ଼ିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପ୍ରମୁଖ ମିଳିତ ଚଢ଼ାଉ କରି ଏହାକୁ ସିଲ କରିଥିଲେ।
ଏହି କ୍ଲିନିକରେ ଲୋକଙ୍କୁ ଜର, ଥଣ୍ଡା କିମ୍ବା କାଶ ହେଲେ କୋଭିଡ଼ ଟେଷ୍ଟ କରାଇବାକୁ କହିବା ପରିବର୍ତ୍ତେ ମନଇଛା ରୋଗୀଙ୍କୁ ସାଲାଇନ, ମେଡ଼ିସିନ ଦେଇ ଚିକିତ୍ସା କରାଯାଉଥିଲା। ଏପରିକି ଉକ୍ତ କ୍ଲିନିକରେ ଚିକିତ୍ସା କରୁଥିବା କ୍ବାକ କୌଣସି ଡାକ୍ତରୀ ପାଠ କିମ୍ବା ଫାର୍ମାସି କରିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉକ୍ତ କ୍ୱାକ ଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ପ୍ରସିତ ସମାଜ ପାତ୍ର।
Also Read: ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା
ଏହି କ୍ଲିନିକକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ କୌଶିକ ମାଝୀ ଜଣାଇଛନ୍ତି। ଚଢ଼ାଉ ସମୟରେ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ସାହୁ, ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ସାମିଲ ହୋଇଥିଲେ।