ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା
Advertisement
Article Detail0/zeeodisha/odisha896277

ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା

ତଥାପି ରାସ୍ତା କଡରେ ଅନାୟସରେ କ୍ଲିନିକ ଖୋଲି ସମସ୍ତ ପ୍ରକାର ଚିକିତ୍ସା କରାଯାଉଥିବା ନେଇ ଏହି କ୍ଲିନକରେ ଲଗାଯାଇଛି ବୋର୍ଡ।

ରୋଗୀସେବା ନାମରେ ଶୋଷଣ; ବିନା ପ୍ରମାଣ ପତ୍ରରେ ଚାଲିଛି ଆତ୍ମଘୋଷିତ ଡାକ୍ତରଙ୍କ କ୍ବାକ୍ ଚିକିତ୍ସା

ପ୍ରେମାନନ୍ଦ ପୂଜାରୀ,ଗଜପତି: ଗ୍ରାମାଞ୍ଚଳରେ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନା ପ୍ରତିଷ୍ଠା କରିବା ସହ ଡାକ୍ତର ନିଯୁକ୍ତ କରୁଛନ୍ତି ସରକାର। ହେଲେ ଏହାର କେତେ ସୁଫଳ ଲୋକଙ୍କୁ ମିଳୁଛି ତାହାର ବାସ୍ତବ ଚିତ୍ର ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଦେଖିବାକୁ ମିଳିଛି। 

ଏଠାରେ ସରକାରୀ ଡାକ୍ତରଖାନା ରହିଛି ଆଉ ନିଯୁକ୍ତ ହୋଇଛନ୍ତି ଡାକ୍ତର। ହେଲେ ଅଧିକାଂଶ ସମୟରେ ତାଙ୍କର ଅନୁପସ୍ଥିତି କାରଣରୁ ଲୋକେ ବାଧ୍ୟ ହୋଇ ନକଲି ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି। ସେପଟେ ବର୍ଷବର୍ଷ ଧରି ବିନା କୌଣସି ପ୍ରତିବନ୍ଧକରେ ଏପରି ଚିକିତ୍ସକ ବେଆଇନ ଭାବେ କ୍ଲିନିକ ଖୋଲି ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଛନ୍ତି।  

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଗ୍ରାମରେ ଖୋଲିଛି ମାଳ ମାଳ ବେଆଇନ କ୍ଲିନିକ। ସରକାରୀ ଡାକ୍ତରଖାନା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ସାଧାରଣ ଲୋକଙ୍କ ବିଶ୍ବାସ ଆଉ ଜୀବନ ସହ ଖେଳି ଭରସା ସାଜିଛନ୍ତି ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ବାଂଲାଦେଶୀ କ୍ବାକ୍। ନାଁ ସେମାନଙ୍କ ପାଖରେ ରହିଛି ଡାକ୍ତରୀ ଯୋଗ୍ୟତା ପ୍ରମାଣ ପତ୍ର ନାଁ ମିଳିଛି କ୍ଲିନିକ ଖୋଲିବାକୁ ଅନୁମତି। 

Also Read: କୋଭିଡ୍ ମ୍ୟାନେଜମେଣ୍ଟରେ ଘୋଟାଲା ପାଇଁ ରାକେଟ୍ କାମ କରୁଛି: BJP ବିଧାୟକ

 

ତଥାପି ରାସ୍ତା କଡରେ ଅନାୟସରେ କ୍ଲିନିକ ଖୋଲି ସମସ୍ତ ପ୍ରକାର ଚିକିତ୍ସା କରାଯାଉଥିବା ନେଇ ଏହି କ୍ଲିନିକରେ ଲଗାଯାଇଛି ବୋର୍ଡ। କେବଳ ଯେ ସେତିକି ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଗୋଟିଏ ସିରିଞ୍ଜରେ ଏକାଧିକ ରୋଗୀଙ୍କୁ ଇଞ୍ଜେକସନ, ସାଲାଇନ ଆଦି ଦିଆଯାଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର ଅଡବା ଠାରେ ୧୨ ବର୍ଷ ଧରି ଚାଲିଆସୁଥିବା ବାଙ୍ଗଲାଦେଶୀ କ୍ବାକଙ୍କ କ୍ଲିନିକରେ। 

ବର୍ଷ ବର୍ଷ ଧରି ପାଣିଗଣ୍ଡା, ଦମାଦୁଆ, ବିରିକୋଟ, ମୋହନା, ଚୁଡଙ୍ଗପୁର ଆଦି ଆଦିବାସୀ ଗ୍ରାମରେ ସେମାନେ ବିଶ୍ବାସ ଜନ୍ମାଇ ଚିକିତ୍ସା କରିଆସୁଛନ୍ତି। ଏଭଳି କ୍ବାକ୍ ଚିକିତ୍ସାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ବହୁବାର ବିଭାଗୀୟ ଅଧିକାରୀଙ୍କୁ ଏ ଘଟଣା ବାବଦରେ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ସେପଟେ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଧିକାଂଶ ସମୟରେ ଉପସ୍ଥିତ ରହୁନଥିବା ବେଳେ ବାଧ୍ୟ ହୋଇ ରୋଗୀ ସେମାନଙ୍କ ନିକଟକୁ ଚିକିତ୍ସା ପାଇଁ ଯାଉଛନ୍ତି।

Also Read: ରାଜ୍ୟର ସର୍ବବୃହତ ବ୍ଲକରେ ନାହାନ୍ତି ସ୍ଥାୟୀ BDO, ମୋହନା ଛାଡିବାକୁ ନାରାଜ ନିଲମ୍ବିତ ବଂଶୀଧର

 

କୋରୋନା ମହାମାରୀ ସମୟରେ କ୍ଲିନିକ ପାଇଁ ସରକାର କଟକଣା ଜାରି କରିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଉଲଂଘନ କରି ମାଳ ମାଳ ବେଆଇନ କ୍ଲିନିକ ଖୋଲୁଛନ୍ତି ବଙ୍ଗୀୟ। ଡାକ୍ତରୀ ପ୍ରାକ୍ଟିସ କିମ୍ବା କ୍ଲିନିକ ଖୋଲିବା ପାଇଁ ଅନୁମତି ନଥାଇ କିଭଳି ଏହାକୁ କିପରି ଚଳାଇଆସୁଛ ବୋଲି ପଚାରିବାରୁ ଜଣେ କ୍ୱାକ କହିଛନ୍ତି ଜିଲ୍ଲା ଡ୍ରଗ ଇନ୍ସପେକ୍ଟରଙ୍କୁ ଜଣାଇ କ୍ଲିନିକ ଚଲାଯାଉଥିବା ସଫେଇ ଦେଇଛନ୍ତି।

ସେପଟେ ଏହା ଉପରେ ପ୍ରତିକ୍ରିୟା ରଖି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରି ଡ.ନମିତା ପଣ୍ଡା କହିଛନ୍ତି ସେମାନେ ମିଛ କହୁଛନ୍ତି। ବେଆଇନ ଭାବେ ଖୋଲାଯାଇଥିବା କ୍ଲିନିକ ଉପରେ ପ୍ରଶାସନ ପକ୍ଷରୁ ଅତି ଶୀଘ୍ର   ଚଢାଉ କରାଯାଇ ଏହାକୁ ବନ୍ଦ କରିଦିଆଯିବ।

Also Read: ଅଚଳ ହୋଇପଡିଛି ପ୍ରକଳ୍ପ; ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ

 

ନକଲୀ ଡାକ୍ତରଙ୍କ ପ୍ରାଦୁର୍ଭାବ ଯୋଗୁଁ ଭୁଲ ଚିକିତ୍ସାର ଶୀକାର ହେଉଛନ୍ତି ଜନସାଧାରଣ। ସରକାରଙ୍କ ନାକ ତଳେ ମାଳ ମାଳ ନକଲୀ ଡାକ୍ତର ନିଜ ସାମାଜ୍ର୍ୟ ବିସ୍ତାର କରିଚାଲିଥିବା ବେଳେ ସବୁ ଦେଖି ନିଦା ବିଷ୍ଣୁ ସାଜିଛି ପ୍ରଶାସନ। ବେଳ ଥାଉ ଥାଉ ଏହା ଉପରେ ଦୃଷ୍ଟି ନଦେଲେ ସ୍ଥିତି ବିଗିଡିବାର ଆଶଙ୍କା ରହିଛି।