Road accident in Koraput, କୋରାପୁଟ/ଗଜପତି: ବେପରୁଆ ଡ୍ରାଇଭରଙ୍କ ପାଇଁ ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟ-ରାୟଗଡା ରାଜପଥରେ ହାଇୱା ଧକାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ରାଇଶିଂ ଘାଟିରେ ବସ ଓଲଟିଲା, କିନ୍ତୁ ୨୪ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହେଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଅଘଟଣରୁ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

କୋରାପୁଟ କାକିରିଗୁମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି। ଘଟଣାଟି କୋରାପୁଟ ଏବଂ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥ କାକିରିଗୁମା ରେଲବାଇ ଛକ ନିକଟରେ ଘଟିଛି। ବାଇକ୍କୁ ପଛପଟୁ ଏକ ହାଇବା ଧକା ଦେବା ଫଳରେ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ହାଇୱଟି କୋଡ଼ିଂଗାମାଳି ଡମ୍ପିଙ୍ଗକୁ ଯାଉଥିଲା। ଘଟଣା ସ୍ତଳରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ୨ ଗୁରୁତରଙ୍କୁ ନିକଟସ୍ଥ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। 


Also Read: Bus Accident in Himachal Pradesh: ଖାଇକୁ ବସ ଖସି ୭ ମୃତ, ୧୦ ଗୁରୁତର


ମୃତକ ଦୁଇ ଜଣ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଦୋଳିଆମ୍ବ ଗ୍ରାମର ହୋଇଥିବା ସୂଚନା ମିଳିଛି। ରବିବାର ପିକନିକକୁ ଯାଇ ଗୋଟିଏ ବାଇକରେ ତିନି ଜଣ କଲେଜ ଛାତ୍ର ରାତି ପ୍ରାୟ ସାଢେ ଆଠଟା ବେଳକୁ ନିଜ ଗାଁ ଦୋଳିଆମ୍ବକୁ ଫେରୁ ଥିଲେ। ଏହି ସୟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ପଛପଟୁ ବାଇକକୁ ଧକା ଦେଇଥିଲା। ମୃତକମାନେ ରାକେଶ ଗରଡା ଓ ଯଦୁରାମ ମହାନନ୍ଦିଆ ବୋଲି ଚିହ୍ନଟ କରାଯାଇଛି। ଗୁରୁତର ସୁନିଲ ଗରଡା ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ସୋମବାର ମଧ୍ୟାହ୍ନ ସୁଦ୍ଧା ଦୁଇ ଯୁବକଙ୍କ ଶବ ବ୍ୟବଚ୍ଛେଦ ହୋଇନଥିବା ସୂଚନା ମିଳିଛି। ସେପଟେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି।


ସେପଟେ ଗଜପତି ଜିଲ୍ଲା ମୋହନା ରାଇଶିଂ ଘାଟିରେ ବସ୍ ଓଲଟିଛି। କିନ୍ତୁ ୨୪ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋମବାର ଭୋର୍ ୩ଟା ବେଳେ କାମଧେନୁ ନାମକ ଏକ ଘରୋଇ ବସ ରାୟଗଡ଼ା ଜିଲ୍ଲା ମୁନିଗୁଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। କିନ୍ତୁ ରାଇଶିଂ ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡକୁ ଓଲଟି ପଡ଼ିଥିଲା।  ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ବସ୍ରେ ପଠାଇ ଥିବା ଜଣାପଡ଼ିଛି। ଘନ କୁହୁଡି ଓ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।