ସମ୍ଵଲପୁର: ଭିଜିଲାନ୍ସ ହାତରେ ନାକଟିଦେଉଳ ବ୍ଲକର ସହକାରୀ ପ୍ରୋଗ୍ରାମ ଅଧିକାରୀ। ସେ ୪ ହଜ଼ାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। 


COMMERCIAL BREAK
SCROLL TO CONTINUE READING

ନାକଟିଦେଉଳ ବ୍ଲକର ଗଜାବୁରୀ କେନାଲର ଏକ ମାଟି କାମ ପାଇଁ ସ୍ଥିତପ୍ରାଜ୍ଞ ସାହୁଙ୍କ ଏକ ଫାଇଲ ପ୍ରୋସେସ କରିବା ପାଇଁ ସହକାରୀ ପ୍ରୋଗ୍ରାମ ଅଧିକାରୀ ସୁରେନ୍ଦ୍ର ସାହୁ ୪ ହଜ଼ାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ହାତରେ ସେ ଧରା ପଡିଛନ୍ତି। ସୁରେନ୍ଦ୍ରଙ୍କ ଅଫିସ ଏବଂ ଘରେ ମଧ୍ୟ ଭିଜିଲାନ୍ସ ରେଡ଼ କରିଛି। ସୁରେନ୍ଦ୍ରଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜ଼ର କରି ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଛି।


Also Read: ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି