ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି
Advertisement
Article Detail0/zeeodisha/odisha957314

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ପାଇଁ ହେବ ଜନ ଆନ୍ଦୋଳନ। ବହୁ ବର୍ଷର ଲୋକଙ୍କ ଫ୍ଲାଇଓଭର ନିର୍ମାଣ ଦାବି ପୁରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ରେଳ ବିଭାଗ।

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି

ସମ୍ବଲପୁର: ଜୁଯୋମୁରାରେ ବହୁ ପ୍ରତିକ୍ଷିତ ରେଲୱେ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି ପୁଣି ଥରେ ଯୋର ଧରିଛି। ଏହି ଅଞ୍ଚଳ ଦେଇ ଯାଇଥିବା ରେଲଧାରଣାରେ ଫ୍ଲାଇଓଭର ନଥିବାରୁ ବହୁ ବର୍ଷ ହେବ ଲୋକେ ଅସୁବିଧା ଭୋଗୁଛନ୍ତି। ଏବେ ପୁଣି ଏହି ଅଞ୍ଚଳର ବହୁ ପ୍ରତିକ୍ଷିତ ଫ୍ଲାଇଓଭର ନିର୍ମାଣ ଦାବି ଯୋର ଧରିଥିବା ବେଳେ ଦାବି ପୁରଣ ପାଇଁ ଆଗକୁ ଜନ ଆନ୍ଦୋଳନ କରିଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

ଜୁଯୋମୁରାରେ ରେଲୱେ ଫ୍ଲାଇଓଭର ପାଇଁ ହେବ ଜନ ଆନ୍ଦୋଳନ। ବହୁ ବର୍ଷର ଲୋକଙ୍କ ଫ୍ଲାଇଓଭର ନିର୍ମାଣ ଦାବି ପୁରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ରେଳ ବିଭାଗ। ଏହି ଜୁଯୋମୁରା ଫ୍ଲାଇଓଭର ପାଇଁ ବର୍ଷ ବର୍ଷ ଧରି ଦାବି ପତ୍ର ଦିଆଯିବା ସତ୍ତ୍ୱେ ଫ୍ଲାଇଓଭର ନିର୍ମାଣ କରିବା ପାଇଁ କୌଣସି ପଦକ୍ଷେପ ନେଉନାହିଁ ସମ୍ବଲପୁର ରେଲୱେ ଡିଭିଜନ। ଏଥିପାଇଁ ଶେଷରେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି ଜୁଯୋମୁରା ଅଞ୍ଚଳ ବାସିନ୍ଦା। ଜୁଯୋମୁରା ଥାନା ଛକରୁ ବ୍ଳକ ଛକ ଦେଇ ଯାଇଥିବା  ସମ୍ବଲପୁର-ଅନୁଗୁଳ ରେଲପଥ ଦେଇ ପ୍ରତିଦିନ ୨୫ରୁ ଅଧିକ ଟ୍ରେନ ଯାତାୟତ କରିବା ଯୋଗୁ ୨୦ ଗୋଟି ପଞ୍ଚାୟତ ଲୋକେ ଅସୁବିଧା ଭୋଗୁଛନ୍ତି।  

Also Read: ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଲୁଟ୍, କେତେ ଦୂର ଲମ୍ବିଛି ଚେର?

କେବଲ ଆଜି ଗୋଟିଏ ଦିନ ନୁହେ ବଂର ପ୍ରତିଦିନ ରେଳ ଫାଟକ ନିକଟରେ ଲୋକଙ୍କ ଭିଡ ଜମୁଛି। ସ୍ଥିତି ଏପରି ମଧ୍ୟ ଆସେ ଯେ ଜରୁରୀ ଚିକିତ୍ସା ପାଇଁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ରେଲଫାଟକ ଵନ୍ଦ ଥିବାରୁ ବହୁ ସମୟ ଅପେକ୍ଷା କରି ରହିଥାଏ। ଏନେଇ ଜନ ଅସନ୍ତୋଷ ବଢିବା ସହ ଆଗାମୀ ଦିନରେ ଫ୍ଲାଇଓଭର ନିର୍ମାଣ ପାଇଁ ଆନ୍ଦୋଳନ ପାଇଁ ଲୋକେ ଚେତାବନୀ ଦେଉଛନ୍ତି।

ଜୁଯୋମୁରା ଜାତୀୟ ରାଜପଥରୁ ଜୁଯୋମୁରା ବ୍ଳକ ମୁଖ୍ୟାଳୟ ମଝିରେ ରେଳଧାରଣା ଥିବାରୁ ଏହାକୁ ପାର ହୋଇ ଲୋକଙ୍କୁ ଯିବାକୁ ପଡିଥାଏ। ଏହି ରାସ୍ତା ଦେଇ ଜୁଯୋମୁରା ବ୍ଳକ, ହସ୍ପିଟାଲ, ହାଇସ୍କୁଲ, କଲେଜ, ପଞ୍ଚାୟତ ସହ ଆଖପାଖ ତିନୋଟି ବ୍ଳକ ସହ ଜୁଯୋମୁରାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା ହେବା ସହ ସୋନପୁର ଜିଲ୍ଲାକୁ ଯିବା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏବେ କେବଳ ଗୋଟିଏ ରେଳ ଧାରଣା ଏହି ଅଞ୍ଚଳ ଦେଇ ଯାଇଥିବା ବେଳେ ଆଗକୁ ଦୁଇଟି ରେଳ ଧାରଣା କରାଯିବା ପରେ ଆଗକୁ ଆହୁରି ଅଧିକ ସମୟ ଏହି ରେଲୱେ ଫାଟକ ବନ୍ଦରହିବା ଆଶଙ୍କା ରହିଛି। ତେଣୁ ଲୋକେ ଏବେ ପୁଣି ଥରେ ସୁବିଧା ପାଇଁ ଏଠାରେ ଫ୍ଲାଇଓଭର ଦାବି କରିବା ସହ ଏହା ଯଥାଶୀଘ୍ର ନିର୍ମାଣ ପାଇଁ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି। 

Also Read: କନ୍ଧମାଳର ଯୁବ IASଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା! ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଲୋକଙ୍କ ଦାବିକୁ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଁ ରୋହିତ ପୁଜାରୀ ମଧ୍ୟ ସମର୍ଥନ କରି ରେଲୱେର ନୂଆ ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ଯଥାଶୀଘ୍ର ଏହା ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି।