ସମ୍ବଲପୁର: ଆଜିକାଲିର ଦୁନିଆରେ ରେକର୍ଡ ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ନିଜର ନାଁକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଲିପିବଦ୍ଧ କରିବା ପାଇଁ ଅଭିନବ କାର୍ଯ୍ୟ କରୁଛନ୍ତି। ସେହିଭଳି ସମ୍ବଲପୁର ସହରର ପ୍ରିୟରଞ୍ଜନ ନାୟକ ୩୦ ସେକେଣ୍ଡରେ ୫୫ଥର Push-Up ସହ କ୍ଲାପିଙ୍ଗ କରି ଏସିଆ ରେକର୍ଡ (Asia Records) କରିଥିବା ବେଳେ ଜାତୀୟ ରେକର୍ଡ (National Records) ରେ ସେ ୩୦ ସେକେଣ୍ଡରେ ୫୪ ଥର Push-Up ସହ କ୍ଲାପିଙ୍ଗ କରି ହାସଲ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସେହିଭଳି ଜଣେ ଅନନ୍ୟ ଅଭିନବ କୃତିତ୍ବର ଅଧିକାରୀ ହେଲେ ସମ୍ବଲପୁର (Sambalpur) ସହରର ଯୁବ ବ୍ୟବସାୟୀ ପ୍ରିୟରଞ୍ଜନ ନାୟକ (Priyaranjan Nayak)। ଲକ୍ଷ୍ୟ ତାଙ୍କର ଲିମକା ବୁକ ଅଫ ରେକର୍ଡ ଏବଂ ବିଶ୍ୱ ରେକର୍ଡ। ସମ୍ବଲପୁର ସହରର ଚାରଭାଟି ଅଂଚଳରେ ରୁହନ୍ତି ଯୁବ ବ୍ୟବସାୟୀ ପ୍ରିୟରଞ୍ଜନ ନାୟକ। କିଛି ଦିନ ପୂର୍ବରୁ ସେ ଏସିଆ ବୁକ ଅଫ ରେକର୍ଡ ଏବଂ ଜାତୀୟ ରେକର୍ଡର ଅଧିକାରୀ ହୋଇଥିବା ବେଳେ ଆଗକୁ ଲିମକା ବୁକ ଅଫ ରେକର୍ଡ ଓ ବିଶ୍ଵ ରେକର୍ଡ କରିବା ତାଙ୍କର ଲକ୍ଷ୍ୟ ରହିଛି।


Also Read: ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର! ମୁକାବିଲା ପାଇଁ ତତ୍ପର ସରକାର


ଲକ୍ଷ୍ୟ ତ ଅଭେଦ୍ୟ ଥିଲା କିନ୍ତୁ ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଲା ବୋଲି କୁହନ୍ତି ପ୍ରିୟ। ଛୋଟ ବେଳୁ କିଛି ନିଆରା କରିବାର ପ୍ରୟାସ ଆଜି ତାଙ୍କୁ ଏଭଳି କୃତିତ୍ବର ଅଧିକାରୀ କରିଛି ବୋଲି ସେ କୁହନ୍ତି। ପରିବାର ଲୋକେ ତାଙ୍କୁ ଏ କ୍ଷେତ୍ରରେ ବହୁତ ସହାୟକ ହୋଇଛନ୍ତି। ଆଗକୁ କେମିତି ଆହୁରି ପରିଶ୍ରମ କରି ଲିମକା ବୁକ ଅଫ ରେକର୍ଡ (Limca Book of Records) ଏବଂ ବିଶ୍ୱ ରେକର୍ଡ (World Record) କରିବେ ବୋଲି ପ୍ରିୟ ରଞ୍ଜନ ଚେଷ୍ଟା ଚଳାଇଛନ୍ତି।



ପ୍ରିୟରଞ୍ଜନଙ୍କର ଏଭଳି କାର୍ଯ୍ୟକୁ ପ୍ରଥମେ ଘର ଲୋକେ ବିରୋଧ କରିଥିଲେ। ଏଭଳି ଅଭ୍ୟାସ କରିବା ଦ୍ୱାରା ତାଙ୍କ ଅଣ୍ଟାରେ ଦରଜ ସହ ସ୍ପାଇନଲକର୍ଡ଼ରେ ବହୁତ ଚାପ ପଡିବା ଫଳରେ ସେଠାରେ କିଛି ବଡଧରଣର କ୍ଷତି ହେବ ବୋଲି ଆଶଙ୍କା କରାଯାଉଥିଲା। ତେଣୁ ପରିବାର ଲୋକେ ପ୍ରିୟରଞ୍ଜନଙ୍କର ଏହି ଭଳି କାର୍ଯ୍ୟକୁ ପସନ୍ଦ କରୁନଥିଲେ।। କିନ୍ତୁ ଅଭ୍ୟାସ ହୋଇଯିବା ପରେ ଏବେ ତାଙ୍କର ପୁଅର ଖେଳ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ପରିବାର ଲୋକ ମଧ୍ୟ ପ୍ରିୟରଞ୍ଜନ ଏଭଳି କୃତିତ୍ବ ହାସଲ କରି ସମ୍ବଲପୁରକୁ ଗୌରବାନ୍ୱିତ କରିଥିବାରୁ ଆଗକୁ କେମିତି ବିଶ୍ୱ ରେକର୍ଡ ସହ ଲିମକା ବୁକରେ ରେକର୍ଡ କରିବେ ସେଥିପାଇଁ ପରିଶ୍ରମ କରୁଥିବାର କହିଛନ୍ତି ।


Also Read: ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା


ପ୍ରିୟରଞ୍ଜନଙ୍କ ପରିଶ୍ରମ ସଫଳ ହେଉ ଏବଂ ସେ ଲିମକା ରେକର୍ଡ ସହ ବିଶ୍ୱ ରେକର୍ଡ ହାସଲ କରନ୍ତୁ । ସମ୍ବଲପୁର ସହ ଓଡ଼ିଶାର ନାଁକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରନ୍ତୁ ଜ଼ୀ ଓଡ଼ିଶାର ଏତିକି କାମନା।