ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା
Advertisement
Article Detail0/zeeodisha/odisha876717

ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା

ଆଜି ଉତ୍କଳ ଦିବସ  (Utkal Diwas) ଅବସରରେ ରେ ସମ୍ବଲପୁର (Sambalpur) ଆସି ଅତିଥିଭାବେ ଯୋଗଦେଇ ଏହି ଜଳକ୍ରୀଡାର ଉଦଘାଟନ କରିଛନ୍ତି। 

ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା

ଅଜୟ ନାଥ, ସମ୍ବଲପୁର: ପଶ୍ଚିମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ। ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡା ବା ୱାଟର ସ୍ପୋର୍ଟସ । ଉତ୍କଳ ଦିବସରେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରର ହୀରାକୁଦ ଜଳ ଭଣ୍ଡାରରେ ଆରମ୍ଭ ହେଲା ୱାଟର ସ୍ପୋର୍ଟ୍ସ । ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆସି ଏହି ଜଳକ୍ରୀଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

ହୀରାକୁଦ ଜଳଭଣ୍ଡାରରେ ଉଦଘାଟିତ ହୋଇଛି ଜଳକ୍ରୀଡ଼ା (Water Sports) । ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସି ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର । ଆଜି ଉତ୍କଳ ଦିବସ  (Utkal Diwas) ଅବସରରେ ରେ ସମ୍ବଲପୁର (Sambalpur) ଆସି ଅତିଥିଭାବେ ଯୋଗଦେଇ ଏହି ଜଳକ୍ରୀଡାର ଉଦଘାଟନ କରିଛନ୍ତି। ଗୋଟିଏ ପଟେ ବିସ୍ତୀର୍ଣ୍ଣ ଜଳରାଶି ଅନ୍ୟପଟେ ଡେବ୍ରିଗଡ ଅଭୟାରଣ୍ୟ ଯିବା ରାସ୍ତାରେ ଏହି ଜଳକ୍ରୀଡା ରହିଥିବାରୁ ହୀରାକୁଦ ଜଳଭଣ୍ଡାର (Hirakud Dam) କୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। 

Also Read: ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା

ଏହି ଜଳକ୍ରୀଡାରେ ପର୍ୟଟକଙ୍କୁ, ୱାଟର ସ୍କୁଟର, ବନାନା, ଵଂପେର, ସ୍ପିଡ଼ ବୋଟ, ପାଡ଼ଲ ବୋଟ ଉପଭୋଗ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଥିଲା । ଏହାବାଦ୍ ଆସନ୍ତା ଅକ୍ଟୋବରରୁ ଏଠାରେ ପାରା ଗ୍ଲୀଡିଙ୍ଗ ମଧ୍ୟ ଆରମ୍ଭ ହେବ ବୋଲି ପରିଚାଳନାକାରୀ ସଂସ୍ଥା ଅକେଲା ଆଡଭେଞ୍ଚର ପକ୍ଷରୁ କୁହାଯାଇଛି । ଏଭଳି ଜଳକ୍ରୀଡ଼ା ନିଶ୍ଚିତ ଭାବେ ପଶ୍ଚିମ ଓଡ଼ିଶାର (Western Odisha)  ପର୍ଯ୍ୟଟନକୁ ବୃଦ୍ଧି କରିବ ବୋଲି କହିଛନ୍ତି ପର୍ଯ୍ୟଟକ।

Also Read: ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍: ଖୋର୍ଦ୍ଧାରେ ୧୫ଟି ହଟସ୍ପଟ୍ ଚିହ୍ନଟ

ଯେଭଳି ଭାବରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ଏ ଅଂଚଳ ଆଗକୁ ଲୋକେ ଏଠାକୁ ଆକୃଷ୍ଟ ହୋଇଆସିବେ ଏବଂ ଜଳକ୍ରୀଡ଼ା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବେ ବୋଲି କହିଛନ୍ତି ବାହାରୁ ଆସିଥିବା ପର୍ଯ୍ୟଟକ।

Edited: Zee Odisha Desk