ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର! ମୁକାବିଲା ପାଇଁ ତତ୍ପର ସରକାର
Advertisement

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର! ମୁକାବିଲା ପାଇଁ ତତ୍ପର ସରକାର

ଜିଲ୍ଲା ହସ୍ପିଟାଲ (Odisha Hospital) ରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ICU, ଡାଏଲିସିସ, ଲେବର ରୁମ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟକୁ ମାଡି ଆସୁଛି ମହାମାରୀ କୋରୋନାର ଦ୍ୱିତୀୟ ଲହର। କିଛି ଦିନର ବ୍ୟବଧାନ ପରେ ପୁଣି ସଂକ୍ରମଣ ଲେଉଟିଛି। ଆଉ ଏହାର ମୁକାବିଲା ପାଇଁ ସରକାର ତତ୍ପରତା ଦେଖାଇଛନ୍ତି। ସେଥିପାଇଁ ଆଜି ସବୁ ଜିଲ୍ଲାପାଳ, CDMOଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିଠି ଲେଖାଯାଇଛି।

ପ୍ରତିଦିନ କୋରୋନା ସଂକ୍ରମଣ (Coronavirus) ବଢୁଥିବାରୁ କୋଭିଡ ମୁକାବିଲା ଓ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର (Pradipta Mohapatra) ସବୁ ଜିଲ୍ଲାପାଳ, CDMOଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲା ହସ୍ପିଟାଲ (Odisha Hospital) ରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ICU, ଡାଏଲିସିସ, ଲେବର ରୁମ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Also Read: ରାଜ୍ୟର ଏହି ଜିଲ୍ଲାରେ ୩ ସପ୍ତାହ ପାଇଁ ଲାଗିଲା କଠୋର କଟକଣା

ସରକାରୀ ହସ୍ପିଟାଲ ସହ ବେସରକାରୀ ହସ୍ପିଟାଲର ମୁଖ୍ୟଙ୍କୁ ବି ସମାନ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ହସ୍ପିଟାଲରେ ଫାଭିପିରାଭିର ଓ ରେମ୍‌ଡିସିଭର ମହଜୁଦ ରଖିବାକୁ କୁହାଯାଇଛି। ସେପଟେ କୋରୋନା ଗାଇଡ଼ଲାଇନ (Covid19 Guidelines) କୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରି କି ହୋମ୍‌ ଆଇସୋଲେସନକୁ ଗୁରୁତ୍ୱ ଦେବା ସହ SOP କଡ଼ାକଡ଼ି କରାଯାଉ ବୋଲି ACS ପ୍ରଦୀପ୍ତ ମହାପାତ୍ର କହିଛନ୍ତି। 

ସୂଚନାଯୋଗ୍ୟ, ଗତ ୬ ଦିନ ହେଲା ରାଜ୍ୟରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତଥ୍ୟାନୁସାରେ ଗତ ୨୪ ଘଣ୍ଟାରେ ୪୬୧ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ କୋରୋନାର ସକ୍ରୀୟ ମାମଲା ୨୪୮୬କୁ ବୃଦ୍ଧି ପାଇଛି। ଅଧିକ ମାମଲା ଭୁବନେଶ୍ୱର ଓ ସମ୍ବଲପୁରର ଶିକ୍ଷାନୁଷ୍ଠାନ ଗୁଡିକରେ ବାହାରୁ ଥିବା ଦେଖିବାକୁ ମିଳୁଛି।