କୋଭିଡ଼ ନିୟମ ଉଲଘଂନ କରିବା ଅଭିଯୋଗରେ ୨ ଦୋକାନ ସିଲ
ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି।
କନ୍ଧମାଳ: କୋଭିଡ଼ ନିୟମ ଉଲଘଂନ କରି ସଟଡାଉନ ସମୟରେ ଦୋକାନ ଖୋଲିବା ପଡ଼ିଲା ମହଙ୍ଗା। ଏହି ଅଭିଯୋଗରେ ୨ ଦୋକାନକୁ ସିଲ କରିଛି ଦାରିଙ୍ଗବାଡ଼ି ପ୍ରଶାସନ। ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସପ୍ତାହର ଶନିବାର-ରବିବାର ସଟଡାଉନ ଏବଂ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲକଡାଉନ ଲାଗୁ ହେଉଛି।
ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିୟମ ଅନୁଯାୟୀ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ଖୋଲା ରହୁଛି। ହେଲେ ଧାର୍ଯ୍ୟ ସମୟ ବାହାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ବାଡାବାଙ୍ଗା ଛକରେ ଥିବା ୨ ତେଜରାତି ଦୋକାନ କୋଭିଡ଼ ଗାଇଲଡାଇନ୍ସ (Covid Guidelines) ଉଲଂଘନ କରି ଦୋକାନ ଖୋଲା ରଖି ବ୍ୟବସାୟ କରୁଥିଲେ।
Also Read: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ଦୋକାନ ଖୋଲା ହୋଇଥିବା ନେଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସୂଚନା ପାଇବା ପରେ ସେଠାରେ ଏହାକୁ ସିଲ କରିଥିଲେ। ଚଢ଼ାଉ ବେଳେ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ସାହୁ ଏବଂ ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।