ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
Advertisement

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ପରିମଳ, ସ୍ୱଚ୍ଛତା ରକ୍ଷା କରିବା କୋରୋନା ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏକ ପ୍ରମୁଖ ଅସ୍ତ୍ର ହୋଇଛି।

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କନ୍ଧମାଳ: ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କରୋନା ମାମଲା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସମେତ ବ୍ଲକ ପ୍ରଶାସନ ପକ୍ଷରୁ ସଚେତନତା ସହ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ସ୍ୱଚ୍ଛତା, ପରିମଳ ରଖିବା କୋରୋନା ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏକ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ଦାରିଙ୍ଗବାଡିର ବରିଷ୍ଠ ନାଗରିକଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ତହସିଲଦାର, ସ୍ବେଚ୍ଛାସେବୀ ସଙ୍ଗଠନ ଜାଗୃତି, ସମାଜସେବୀ, ବିଭିନ୍ନ ରାଜନୈତିକ ଦଳର ନେତା କର୍ମୀ, ବରିଷ୍ଠ ଶିକ୍ଷକ, ଯୁବକଙ୍କ ମିଳିତ ସହଯୋଗରେ ବ୍ଲକ ରୋଡ ଠାରୁ ଆରମ୍ଭ କରି ଦାରିଙ୍ଗବାଡି ଚାରି ଛକ ପର୍ଯ୍ୟନ୍ତ ସଫେଇ କରାଯାଇଥିଲା। 

ରବିବାର ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯାଇଥିଲା। ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ପତିତପାବନ ରାଉତଙ୍କ ନେତୃତ୍ୱରେ ମଞ୍ଚର ସମସ୍ତ ସଦସ୍ୟ, ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ସରପଞ୍ଚ ରାଧାକାନ୍ତ ପ୍ରଧାନ, କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ। ଦାରିଙ୍ଗବାଡି ବରିଷ୍ଠ ନାଗରିକ ମଞ୍ଚର ଏଭଳି  ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।