+2 ⁠Admission 2024:  ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।  ଜୁନ୍ ୭ରୁ  ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ।  ସାମସ୍ ପୋଟାର୍ଲ ମାଧ୍ୟମରେ  ନାମଲେଖା ପକ୍ରିୟା କରାଯିବ।  ଚଳିତ ବର୍ଷ  କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍  ଥିବା ବେଳେ  ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ ଓ ବାଣିଜ୍ୟରେ ୪୦ ହଜାରେ  ୧୦୪ ସିଟ୍ ରହିଛି।  ରାଜ୍ୟରେ ମୋଟ୍ ୨ ହଜାର ୨୨୧ ସିଟ୍ ରହିଛି।  ୨୦୨୪-୨୦୨୫ ଶିକ୍ଷା ବର୍ଷ ପାଇଁ ଇ- ଆଡମିସନ୍ ପ୍ରକ୍ରିୟାର ସମସ୍ତ ବିବରଣୀ ଖୁବ୍ ଶିଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି। ନାମଲେଖା ସମ୍ପର୍କିକ  ସମସ୍ତ ସୂଚନା ସାମ୍୍ସ ଓ୍ବେବସାଇଟ୍ www.samsodisha.got.inରେ ଉପଲବ୍ଧ ହେବ। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!


ALSO READ:Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି


ଦଶମ ଶ୍ରେଣୀରେ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀ ତଥା ଯୁକ୍ତ ୨ ନାମଲେଖା ପାଇଁ  ଆବେଦନ ଅନଲାଇନ୍ ରେ କରିବେ। ନାମଲେଖାର ସମସ୍ତ ପ୍ରକ୍ରିୟା ସାମସ ଓ୍ବେବସାଇଟ୍ ରେ କରାଯିବ। ସମସର ତଥ୍ୟ ଅନୁଯାୟୀ, ଗତବର୍ଷ ଅର୍ଥାତ୍ ୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପାଇଁ ରାଜ୍ୟ ରାଜ୍ୟରେ ୨୨୧୬ କଲେଜକୁ ସାମିଲ୍ କରାଯାଇଥିଲା।  କଳାରେ ୨ ଲକ୍ଷ ୯୪  ହଜାର ୬୧୯ ସିଟ୍, ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ ସିଟ୍,  ବାଣିଜ୍ୟରେ ୪୦ ହଜାର ୧୦୬  ଏବଂ ସଂସ୍କୃତରେ  ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪,  ସିଟ୍ ରହିଥିଲା।  ମୋଟ୍ ୫ ଲକ୍ଷ ୨୪ ହଜାର ୫୩୦ ସିଟ୍ ଥିଲା। ଏଥିରୁ ୪ ଲକ୍ଷ ୧୪ ହଜାର ୧୭୨ ସିଟ୍ ରେ ନାମଲେଖା ହୋଇଥିବା ବେଳେ ୧ ଲକ୍ଷ ୧୦ ହଜାର ୧୭୮ ସିଟ୍ ଖାଲି ପଡିଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଚଳିତ ବର୍ଷ ମାତ୍ର ୧୧୧୫ ସିଟ୍ ବଢିଛି।  ମୋଟ୍ ୫ ଲକ୍ଷ ୨୫ ହଜାର ୪୬୫ ସିଟ୍ ରେ ନାମଲେଖା ହେବ।