Finance Horoscope 21 August 2024: ଟଙ୍କା ଆସିବ ନା ଯିବ? ଜାଣନ୍ତୁ ଆପଣଙ୍କ ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2392649

Finance Horoscope 21 August 2024: ଟଙ୍କା ଆସିବ ନା ଯିବ? ଜାଣନ୍ତୁ ଆପଣଙ୍କ ରାଶିର ଭାଗ୍ୟ

Finance Horoscope 21 August 2024: ବୁଧବାର ଦିନଟି କେଉଁ ରାଶିକୁ ଆର୍ଥକ ଲାଭ ଦେବ ଏବଂ କାହାର କ୍ଷତି ହେବାର ସମ୍ଭାବନା ରହିଛି ସେ ବିଷୟରେ ଜାଣନ୍ତୁ, ମେଷଠୁ ମୀନ ରାଶିର ଭାଗ୍ୟଫଳ

Finance Horoscope 21 August 2024: ଟଙ୍କା ଆସିବ ନା ଯିବ? ଜାଣନ୍ତୁ ଆପଣଙ୍କ ରାଶିର ଭାଗ୍ୟ

Finance Horoscope 21 August 2024:

ମେଷ ରାଶି
ବ୍ୟବସାୟୀମାନଙ୍କ ଡିଲ୍ ଚୂଡାନ୍ତ ହେବ । ଅଫିସରେ ପରିବେଶ ଭଲ ରହିବ । ଆପଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ବିରୋଧୀଙ୍କୁ ଅଣଦେଖା କରିବା ଭଲ ।

ବୃଷ ରାଶି
ଆପଣଙ୍କର ଧ୍ୟାନ ନୂଆ ଯୋଜନା ଉପରେ ରହିବ । ଦିନର ଦ୍ୱିତୀୟାର୍ଦ୍ଧରେ କିଛି ଅସୁବିଧା ହେବ କିନ୍ତୁ ଆପଣ ସାହସର ସହିତ ଏହାର ସାମ୍ନା କରିବେ । ଅଫିସରେ ପରିବେଶ ଭଲ ରହିବ । ବ୍ୟବସାୟୀ ଲାଭ ପାଇବେ ।

ମିଥୁନ ରାଶି
ନୂତନ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରିବେ । ଆପଣ ବରିଷ୍ଠଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟ ଏବଂ ଚାକିରି ପାଇଁ ଭଲ ସମୟ । ଆର୍ଥିକ ପରିସ୍ଥିତି ଭଲ ରହିବ ।

କର୍କଟ ରାଶି
ବ୍ୟବସାୟରେ ବିନିଯୋଗ କରିବାକୁ ସମୟ ଅନୁକୂଳ । ଡକ୍ୟୁମେଣ୍ଟଗୁଡିକ ସଠିକ ଭାବେ ଯାଞ୍ଚ କରନ୍ତୁ । ବ୍ୟବସାୟର ଉନ୍ନତୀ ପାଇଁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଚାକିରି କ୍ଷେତ୍ରରେ ବଦଳିର ସମ୍ଭାବନା ରହିଛି

ସିଂହ ରାଶି
କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ । ସହକର୍ମୀଙ୍କଠାରୁ ସାହାଯ୍ୟ ନିଅନ୍ତୁ । ଆପଣ ବ୍ୟବସାୟରେ କିଛି ନୂଆ କରିବାକୁ ଚେଷ୍ଟା କରୁଥିଲେ ଆଜି ତାହା କରନ୍ତୁ ନାହିଁ । ଟଙ୍କା ନିବେଶ ତଥା ବିନିଯୋଗ ପାଇଁ ବର୍ତ୍ତମାନ ଭଲ ସମୟ ନୁହେଁ । ଆର୍ଥିକ ଅବସ୍ଥା ଏତେଟା ଭଲ ରହିବ ନାହିଁ ।

କନ୍ୟା ରାଶି
ବ୍ୟବସାୟ ତଥା ଟଙ୍କା ଜନିତ କାରବାରରେ ସତର୍କ ରୁହନ୍ତୁ । କାହା ସାଥିରେ ଯୁକ୍ତି କରନ୍ତୁ ନାହିଁ । ଶୁଭ ଘଟଣା ବିଷୟରେ ଆଲୋଚନା କରିପାରନ୍ତି । ଆପଣ ଅଯୋଥା ଖର୍ଚ୍ଚ କରିପାରନ୍ତି ।

ତୁଳା ରାଶି
କାର୍ଯ୍ୟକ୍ଷେତ୍ରରେ କାହା ସହିତ ବିବାଦ ଥିଲେ ତାହାର ସମାଧାନ ହେବ । କିଛି ନୂତନ ପ୍ରୋଜେକ୍ଟ ଆରମ୍ଭ କରିପାରନ୍ତି । ଜମିବାଡି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ବ୍ୟବସାୟରେ ସାବଧାନ ରୁହନ୍ତୁ ।

ବିଛା ରାଶି
ଆର୍ଥିକ ଦୃଷ୍ଟିରୁ ଏକ ଭଲ ଦିନ । ଚାକିରି କିମ୍ବା ବ୍ୟବସାୟରେ ଯଦି ଆପଣ କିଛି ନୂତନ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରିଛନ୍ତି, ତେବେ ଆଗକୁ ବଢନ୍ତୁ । ଏହା ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେବ । କାର୍ଯ୍ୟରେ ନୂତନ ଉତ୍ସାହ ଆସିବ । ବିନିଯୋଗ ପାଇଁ ଏହା ଏକ ଭଲ ଦିନ । ବରିଷ୍ଠମାନଙ୍କଠାରୁ ପରାମର୍ଶ ନିଅନ୍ତୁ ।

ଧନୁ ରାଶି
ବ୍ୟବସାୟରେ ରିସ୍କ୍ ନେଇ ଆଗକୁ ବଢିବା ସହ ଭଲ ଲାଭ ପାଇବେ । ନୂତନ ଚାକିରିର ସମ୍ଭାବନା ରହିଛି । ବନ୍ଧୁମାନେ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି । ନୂଆ ସୁଯୋଗ ଆପଣଙ୍କୁ ମିଳିବ ।

ମକର ରାଶି
ସହଭାଗୀତାରେ ବାଣିଜ୍ୟ ଲାଭଦାୟକ ହେବ । ନିବେଶ ପାଇଁ ଆଜି ଏକ ଭଲ ଦିନ । ବୃତ୍ତିଗତ କାର୍ଯ୍ୟରେ ଅଧିକ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧିର ପ୍ରଶ୍ନ ଉଠୁନି ।

କୁମ୍ଭ ରାଶି
ବ୍ୟବସାୟୀମାନେ ଅକ୍ଳାନ୍ତ ପରିଶ୍ରମ କରି ମଧ୍ୟ ନିରାଶ ହେବେ । ସେୟାର ମାର୍କେଟରେ ପୁଞ୍ଜି ନିବେଶରୁ ନିଜକୁ ଦୂରେଇ ରଖନ୍ତୁ । କର୍ମକ୍ଷେତ୍ରରେ ମାନସିକ ଚାପ ପାଇପାରନ୍ତି ।

ମୀନ ରାଶି
ଆପଣ ଆଜି ବ୍ୟବସାୟରେ ଲାଭ ପାଇବେ । ଚାକିରି କ୍ଷେତ୍ରରେ କୌଣସି ଉପହାର ପାଇପାରନ୍ତି । ଦୂରଯାତ୍ରାରୁ ଆର୍ଥିକ ଲାଭ ମିଳିପାରେ । ଯାନବାହନ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ଲାଭ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୨୧ ଅଗଷ୍ଟରେ ତ୍ରିଗ୍ରହ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ