Top 10 News: ଓଡ଼ିଶାରୁ ମମତା ମହାନ୍ତକୁ ମିଳିଲା ରାଜ୍ୟସଭା ଟିକେଟ୍; ଆସନ୍ତାକାଲି ବନକ ଲାଗି ନୀତି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2392563

Top 10 News: ଓଡ଼ିଶାରୁ ମମତା ମହାନ୍ତକୁ ମିଳିଲା ରାଜ୍ୟସଭା ଟିକେଟ୍; ଆସନ୍ତାକାଲି ବନକ ଲାଗି ନୀତି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଭାରତୀୟ ଜନତା ପାର୍ଟି (ବିଜେପି) ନଅଟି ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଅନେକ ବଡ଼ ନେତାଙ୍କ ସମେତ ମମତା ମହାନ୍ତଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 20 August 2024

Top 10 News Headlines 20 August 2024: H1. Rajya Sabha by-election: ଭାରତୀୟ ଜନତା ପାର୍ଟି (ବିଜେପି) ନଅଟି ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଅନେକ ବଡ଼ ନେତାଙ୍କ ନାମ ଅନ୍ତର୍ଭୁକ୍ତ। ଚର୍ଚ୍ଚା ଅନୁସାରେ ମମତା ମହାନ୍ତଙ୍କୁ ବିଜେପି ଓଡ଼ିଶାରୁ ପ୍ରାର୍ଥୀ କରିଛି। କହିରଖୁଛୁ ଯେ ନିକଟରେ ମମତା ମହାନ୍ତ ସାସଂଦ ପଦ ସମେତ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। 

H2. Ratna Bhandar Empty Almirahs To Be Shifted On Aug 23: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ୨୩ ତାରିଖ ଶୁକ୍ରବାର ଦିନ ରତ୍ନ ଭଣ୍ଡାରର ଅବ୍ୟବହୃତ ପୁରୁଣା ଆଲମିରା ଓ ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତରଣ କରିବେ। ଏନେଇ ପରିଚାଳନା କମିଟିର ନିଷ୍ପତ୍ତିକୁ ସରକାର ଗ୍ରହଣ କରି ଆବଶ୍ୟକ ଅନୁମୋଦନ କରିଛନ୍ତି। 

H3. Banakalagi Ritual Tomorrow: ଆସନ୍ତାକାଲି ଶ୍ରୀଜିଉଙ୍କ ନିୟମିତ ବନକ ଲାଗି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଶ୍ରୀମୁଖକୁ ସୁସଜ୍ଜିତ କରି ରଖିବା ଲାଗି ଏହି ନୀତି ପାଳନ କରାଯାଇଥାଏ।  ଏହି ଅନୁସାରେ ଆସନ୍ତା କାଲି ବୁଧବାରକୁ ସ୍ଥିର କରାଯାଇଛି। ପରମ୍ପରା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ଏଣୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

H4. No Trust Vote Against BJD NAC Chairperson: ରାଜ୍ୟରେ ସରକାର ଦଖଲ ପରେ ପଞ୍ଚାୟତଗୁଡ଼ିକୁ ନିଜ କବଳକୁ ଆଣିବା ଲାଗି ରାଜନୀତିକ ଉଦ୍ୟମ ଆରମ୍ଭ କରିଛି ବିଜେପି। ଏହିକ୍ରମରେ ଯାଜପୁର ଜିଲ୍ଲାର ଧର୍ମଶାଳା, କେନ୍ଦୁଝର ସଦର, ବାଂଶପଣି ପ୍ରଭୃତି ବ୍ଲକରେ ଦଳକୁ ସଫଳତା ମିଳିବା ପରେ ଆଜି କିନ୍ତୁ ନିମାପଡ଼ା ହାତରୁ ଖସି ଯାଇଛି। ଏଠାରେ ବିଜେପିର ସମୀକରଣ ଅକାମୀ ହୋଇଛି। ଫଳରେ ବିଜେଡି ପୂର୍ବପରି ଏଠାରେ କ୍ଷମତା ଦଖଲ କରି ରଖିବାରେ ସମକ୍ଷମ ହୋଇପାରିଛି। 

H5. Minister Mukesh mahaling On methanal: ରାଜ୍ୟ ସରକାର ମିଥାଇଲ୍‍ ଆଲକହଲ ବା ମେଥାନଲ ଉପରୁ ସମସ୍ତ ପ୍ରକାର ଆମଦାନୀ ଶୁଳ୍କ ଏବଂ ଅପକାରୀ କର ଛାଡ଼ କରିଛନ୍ତି। ରାଜ୍ୟରେ ଜୈବିକ ଡିଜେଲ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକାଶ ମହାଲିଙ୍ଗ ସୂଚନା ଦେଇଛନ୍ତି। 

H6. Lateral Entry Controversy: ଦେଶର ସର୍ବୋଚ୍ଚ ଅମଲାତନ୍ତ୍ରରେ ୪୫ ଟି ପଦବୀ ପାଇଁ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ନିଯୁକ୍ତି ପାଇଁ ବିଜ୍ଞାପନକୁ ମୋଦୀ ସରକାର ବାତିଲ କରିବାକୁ ନିଷ୍ପତି ନେଇଛନ୍ତି। ବିରୋଧୀଦଳଙ୍କ ଦ୍ୱାରା ଏହି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଯାଇଥିଲା ​ଓବଂ ଏହାକୁ ସଂରକ୍ଷଣ ଶେଷ କରିବାକୁ ଏକ ପ୍ରୟାସ କୁହାଯାଉଥିଲା। ଏହା ପରେ ହିଁ ମୋଦୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

H7. President's Rule In West Bengal: କୋଲକାତାର ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସମଗ୍ର ଦେଶରେ ଆକ୍ରୋଶର ବାତାବରଣ ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ଭାରତୀୟ ଜନତା ଦଳର ନେତାମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଓ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରୁଛନ୍ତି। ବେଙ୍ଗଲ ପ୍ରସଙ୍ଗରେ ଭାରତୀୟ ଜନତା ଦଳର ଜାତୀୟ ମୁଖପାତ୍ର ଶାଜିଆ ଇଲ୍ମି କହିଛନ୍ତି ଯେ ବିଭାଗିୟ କର୍ତ୍ତୃପକ୍ଷ ବେଙ୍ଗଲରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବା ଉଚିତ୍।

H8. Supreme Court On Kolkata Rape Murder Case: କୋଲକାତାର ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଭୟଙ୍କର ବୋଲି ବର୍ଣ୍ଣନା କରି ସୁପ୍ରିମକୋର୍ଟ ମଙ୍ଗଳବାର ଦିନ (୨୦ ଅଗଷ୍ଟ) ଏହି ମାମଲାରେ ଏଫଆଇଆର ପଞ୍ଜିକରଣରେ ବିଳମ୍ବ ଯୋଗୁଁ ପଶ୍ଚିମବଙ୍ଗ ସରକାରଙ୍କୁ ତାଗିଦ୍ କରିଛନ୍ତି।

H9. Yuvraj Singh biopic announced: ଟିମ୍ ଇଣ୍ଡିଆର ଭେଟେରାନ୍ ଅଲରାଉଣ୍ଡର ଯୁବରାଜ ସିଂଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି। ଚଳଚ୍ଚିତ୍ର ସମିକ୍ଷକ ତରନ ଆଦର୍ଶଙ୍କ ଅନୁଯାୟୀ ଭାରତୀୟ ଦଳର ଏହି ଭେଟେରାନ୍ ଖେଳାଳିଙ୍କ ବାୟୋପିକ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତରନ ଆଦର୍ଶ ଏହି ସୂଚନା ଦେଇଛନ୍ତି।

H10. Women's T20 World Cup 2024 New venue: ଆଇସିସି ବାଂଲାଦେଶରୁ ମହିଳା ଟି-୨୦ ବିଶ୍ୱକପ ୨୦୨୪ ର ଆୟୋଜନ ଛଡ଼ାଇ ନେଇଛି। ବାଂଲାଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ନାହିଁ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ବାଂଲାଦେଶରେ ଅବସ୍ଥା ବିଗିଡିବା ଦେଖି ଆଇସିସି ଏହି ବଡ଼ ନିଷ୍ପତ୍ତି ନେଇଛି। 

Also Read: Horoscope 21 August 2024: ୨୧ ଅଗଷ୍ଟରେ ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ଦୈନିକ ରାଶିଫଳ