Odisha News: କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬ ସେପ୍ଟେମ୍ବର, ୨୦୨୪ରେ "ସ୍ଥାୟିତ୍ୱ ସୃଷ୍ଟି: ଆଗରେ ଯୁବଗୋଷ୍ଠୀ" ଶୀର୍ଷକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବିଶିଷ୍ଟ ଅତିଥିମାନେ ଏକାଠି ହୋଇ ଯୁବ ନେତୃତ୍ୱ ଓ ଏହାର ସ୍ଥାୟିତ୍ୱ ଉପରେ ଆଲୋଚନା କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ପୂର୍ବତନ ସଚିବ ତଥା ଆଇଆଇଏମ୍ ନାଗପୁରର ପ୍ରାଧ୍ୟାପକ ପ୍ରଫେସର ଅରୁଣ କୁମାର ରଥ ଯୋଗ ଦେଇଥିଲେ। ତିନି ଦଶନ୍ଧିରୁ ଅଧିକ ଅବଧିର ଅଭିଜ୍ଞତା ଥିବା ଡ. ରଥଙ୍କର ଭାରତୀୟ ପ୍ରଶାସନ, କର୍ପୋରେଟ୍ ଗଭର୍ଣ୍ଣାନ୍ସ ଏବଂ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏକ ସ୍ଥାୟୀ ଭବିଷ୍ୟତ ଗଠନରେ ଯୁବଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ନିଜର ବକ୍ତବ୍ୟ ରଖିଥିଲେ। 


ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ତେଜ ପ୍ରତାପ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଙ୍କଟ ଉପରେ କାମ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ କେନ୍ଦ୍ର ନିର୍ଦ୍ଦେଶିକା ଡ. ବିଜୟଲକ୍ଷ୍ମୀ ମହାନ୍ତି ଓ ଏଫ୍ଏମ୍ଏସ୍ ଡିନ୍ ପ୍ରଫେସର ବିପ୍ଳବ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏସଡିସି ଓ ଯୁବ ନେତୃତ୍ୱଙ୍କ ଭୂମିକା ସମ୍ପର୍କରେ ଡ. ମହାନ୍ତି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। 


ପୂର୍ବରୁ, ସମ୍ମିଳନୀରେ ଯୋଗଦେଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତି, ସମ୍ମାନିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ କାର୍ଯ୍ୟକ୍ରମ ତରଫରୁ ମିସ୍ ଅନୀସା ଆଝାରୁନ୍ନିସା ସ୍ୱାଗତ କରିଥିଲେ। ଛାତ୍ର କଲ୍ୟାଣ ଅଧୀକ୍ଷକ ଡଃ. ଜେ. ପି. ଭଟ୍ଟ ସ୍ୱାଗତ ଭାଷଣରେ ଶିବିରରେ ଉପସ୍ଥାପିତ ଅତିଥି ଏବଂ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ପ୍ରଫେସର ରଥ ଭାରତୀୟ ପ୍ରଶାସନିକ ସେବାରେ ତାଙ୍କର ଅନୁଭୂତି ବଖାଣିବା ସହିତ ଭବିଷ୍ୟତ ପିଢ଼ିର ଆବଶ୍ୟକତା ସହ ବୁଝାମଣା ନ କରିବାକୁ ପରାମର୍ଶ ଦେଇଥିଲେ। ସେ ବିକାଶର ଅର୍ଥ କିପରି ବର୍ତ୍ତମାନର ଆବଶ୍ୟକତାକୁ ବୁଝାଏ ତାହା ବର୍ଣ୍ଣନା କରିଥିଲେ।


ଏହି ବୌଦ୍ଧିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମାର୍ଗଦର୍ଶନ ଆଲୋଚନାକୁ ଫଳପ୍ରଦ କରିଥିଲା। ଏଥିସହ, ଏଥିରେ ଭାଗ ନେଇଥିବା ସମସ୍ତଙ୍କୁ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସ୍ଥାୟିତ୍ୱ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା। ସ୍ଥାୟିତ୍ୱ ଏବଂ ଯୁବ ସଶକ୍ତିକରଣ ଦିଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାରେ ଏହି କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ପାଲଟିଥିଲା । ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ରେ ଯୋଗଦାନ ଥିବା, ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ଏବଂ ଆୟୋଜନ କରିଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତାକୁ ଏହି କାର୍ଯ୍ୟକ୍ରମ ସଫଳତାର ସହ ବ୍ୟାଖ୍ୟା କରିଥିଲା । ଏ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିନବ ଚିନ୍ତାଧାରା ଏବଂ ପ୍ରକଳ୍ପଗୁଡ଼ିକ ବାସ୍ତବିକ ଆନ୍ତର୍ଜାତିକ ମାନର ହୋଇ ପାରିଥିଲା। 


ପରିବେଶ ସଂରକ୍ଷଣ, ନବୀକରଣଯୋଗ୍ୟ ଶକ୍ତି ଏବଂ ଜଳବାୟୁ କାର୍ଯ୍ୟ ଉପରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପୂର୍ବରୁ ମଧ୍ୟ ଗୁରୁତ୍ୱ ଦେଇ ଆସିଛି । ଏସବୁ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କୁ ସର୍ବଦା ନିୟୋଜିତ କରାଯାଇଛି । ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ସହିତ ଏହାର ସହଭାଗିତା ମଧ୍ୟ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ସଫଳ କରିବାରେ ସହାୟକ ହୋଇପାରିଛି।