Actor Annu Kapoor :  ମାତିଛନ୍ତି ସାଇବର ଠକ ।  କ୍ଷଣିକରେ ଆକାଉଣ୍ଟରୁ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା । ସେ  ସାଧାରଣ ଲୋକ ଠାରୁ ହେଉ କି ସେଲିବ୍ରେଟି । କାହାକୁ ଛାଡୁ ନାହାଁନ୍ତି ସାଇବର ଠକ । ବଲିଉଡର ଜଣାଶୁଣା ଅଭିନେତା ଅଭିନେତା ଅନୁ କପୁର (Actor Annu Kapoor) ଠକେଇର ଶୀକାର ହୋଇଛନ୍ତି । ବ୍ୟାଙ୍କର କେୱାଇସି ‘KYC’ ଅପଡେଟ କରିବା କହି ଅନୁଙ୍କୁ ଚୁନ ଲାଗାଇଛନ୍ତି ଅନଲାଇନ୍ ଠକ । ହଜାରେ ନୁହେଁ କି  ଦୁଇ ହଜାର ନୁହେଁ, ୪.୩୬ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରୁ ଲୁଟି ନେଇଛନ୍ତି ଠକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଅନୁ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି । ସୂଚନା ଅନୁସାରେ, ଅନୁ କପୁରଙ୍କ  ପାଖକୁ ଏକ ଅଜଣା ନମ୍ବରୁ ଫୋନକଲ ଆସିଥିଲା। ଠକ ନିଜକୁ କୃଷ୍ଣ କୁମାର ରେଡ୍ଡୀ ବୋଲି କହିଥିଲା ​​ଏବଂ ସେ ଏଚଏସବିସିସି ବ୍ୟାଙ୍କର ମୁଖ୍ୟ ଶାଖାରୁ କଥା ହେଉଥିବା କହିଥିଲା । ଆକାଉଣ୍ଟର କେୱାଇସି  ‘KYC’ ବାଧ୍ୟତାମୂଳକ, ନଚେତ୍ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଯେତେବେଳେ ଅନ୍ନୁ କପୁର କେୱାଇସି ପାଇଁ କଣ କରିବାକୁ ହେବ ବୋଲି ପଚାରିଥିଲେ , ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ମୋବାଇଲରେ ଆସିଥିବା ଓଟିପି ନମ୍ବର ଦେବାକୁ ପଡିବ। ଅନୁ ତାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ବ୍ୟକ୍ତିଙ୍କୁ ଜଣାଇଥିଲେ। କିଛି ସମୟ ପରେ, ତାଙ୍କ ଆକାଉଣ୍ଟରେ ଟ୍ୟାମ୍ପରିଂ କରାଯାଇ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଅନୁ କପୁରଙ୍କ ଆକାଉଣ୍ଟରୁ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING


ଅନୁ କପୁର ଠକେଇର ଶୀକାର ହୋଇଥିବା ଜାଣି ପୋଲିସକୁ ଯୋଗାଯୋଗ କରିଥିଲେ। ଏହା ବିଷୟରେ ପୋଲିସ ଅଭିଯୋଗ ପାଇବା ମାତ୍ରେ ଉଭୟ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଥିଲା । ପୋଲିସ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଯୋଗୁଁ ଅନୁ କପୁର ୩.୦୮ ଲକ୍ଷ ଟଙ୍କା ଫେରସ୍ତ ପାଇଥିଲେ। ଭାରତୀୟ ପେନାଲ କୋଡ ଏବଂ ଆଇଟି ଆକ୍ଟ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ବର୍ତ୍ତମାନ ସେହି ଠକକୁ ଖୋଜୁଛି। 


ଏହାବି ପଢନ୍ତୁ : South Superstar Allu Arjun : Attari borderରେ ଅଲ୍ଲୁ ଅର୍ଜୁନ



ଲୋକଙ୍କୁ ସହଜରେ ବୋକା ବନେଇବା ପାଇଁ ସୋସିଆଲ ମିଡ଼ିଆରେ ଆସୁଛି ସହଜରେ ଟଙ୍କା ପାଇବାର ଲୋଭନୀୟ ଯୋଜନା । ଲୋକେ ଜାଣି ପାରୁ ନାହାନ୍ତି ଯେ ଏହା ସାଇବର ଠକଙ୍କ ଥୋପ । ପାଲରେ ପଡ଼ୁଛନ୍ତି । ହରାଉଛନ୍ତି ଲକ୍ଷ ଲକ୍ଷ । ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇ ଚାଲିଛନ୍ତି ଲୋକେ । ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସ ଓ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନିଆଯାଉଛି। ଏପରିକି ଲୋକଙ୍କୁ ଠକଙ୍କ ହାବୁଡରୁ ବଞ୍ଚାଇବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ  ସଚେତନ କରାଯାଇଛି। ଲୋକେ ଠକଙ୍କ ଠାରୁ ବର୍ତ୍ତିବା ପାଇଁ ବିଭିନ୍ନ ନିଜ ସଚେନତ ରହିବା ହିଁ ନିହାତି ଆବଶ୍ୟକ ।