South Superstar Allu Arjun : Attari borderରେ ଅଲ୍ଲୁ ଅର୍ଜୁନ
Advertisement
Article Detail0/zeeodisha/odisha1376036

South Superstar Allu Arjun : Attari borderରେ ଅଲ୍ଲୁ ଅର୍ଜୁନ

South Superstar Allu Arjun : ଅଟ୍ଟାରୀ ବର୍ଡର(Attari border)ରେ ସାଉଥ ସୁପରଷ୍ଚାର ଅଲ୍ଲୁ ଅର୍ଜୁନ(South superstar Allu Arjun) ଓ ତାଙ୍କ ପରିବାର । ସେଠାରେ ସେ ଯବାନଙ୍କ କିଛି ସମୟ ବିତାଇବା ସହ ଫଟୋ ମଧ୍ୟ ଉଠାଇଥିଲେ।

ସୌଜନ୍ୟ : ସୋସିଆଲ ମିଡିଆ

South Superstar Allu Arjun : ଅଟ୍ଟାରୀ ବର୍ଡର(Attari border)ରେ ସାଉଥ ସୁପରଷ୍ଚାର ଅଲ୍ଲୁ ଅର୍ଜୁନ(South superstar Allu Arjun)  ଓ ତାଙ୍କ ପରିବାର । ସେଠାରେ ସେ ଯବାନଙ୍କ କିଛି  ସମୟ ବିତାଇବା ସହ ଫଟୋ ମଧ୍ୟ ଉଠାଇଥିଲେ। ସାଉଥ ସୁପରଷ୍ଚାରଙ୍କୁ ପାଖରେ ଦେଖି ଉତ୍ସାହିତ ହୋଇଯାଇଥିଲେ ଅଲ୍ଲୁଙ୍କ ଫ୍ୟାନ୍ସ । ଏପରିକି ଅଲ୍ଲୁଙ୍କ ପାଇଁ ଦିର୍ଘ ସମୟ ଧରି ଲୋକଙ୍କ ଗହଳି ସେଠାରେ ଲାଗିଥିଲା । ଗତ ୨୯ ତାରିଖରେ ପତ୍ନୀ ସ୍ନେହା ରେଡ୍ଡୀଙ୍କ ଜନ୍ମଦିନ ଅବସରରେ ପୁରା ପରିବାର ଅମୃତସରର ଗୋଲଡେନ ଟେମ୍ପୁଲରେ ପହଞ୍ଚିଥିଲେ । ମନ୍ଦିରରେ ପୂଜା ପରେ ଭଗବାନଙ୍କ ଆର୍ଶିବାଦ ଲାଭ କରିଥିଲେ।  ଏ ନେଇ ଅଲ୍ଲୁ ଅର୍ଜୁନ ଫ୍ୟାମଲିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।  ଫଟୋରେ ଦେଖିବାକୁ ମିଳିଥିଲା ଯେ, ପରିବାରର ସମସ୍ତ ପାରମ୍ପାରିକ ପୋଷାକ ପିନ୍ଧିଥିଲେ। ଅଭିନେତା ତାଙ୍କ ପରିବାର ସଦସ୍ୟ ମନ୍ଦିରରେ ଆଶୀର୍ବାଦ ନେଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। । ଯେଉଁଥିରେ ତାଙ୍କ ଫ୍ୟାନ୍ସଙ୍କ କାଫି କମେଣ୍ଚ ଓ ଲାଇକ୍ ମଧ୍ୟ ଆସିଥିଲା। 

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ (Pushpa) ପୁଷ୍ପା ଦ ରାଇଜ୍ ବକ୍ସ ଅଫିସରେ ଜବରଦସ୍ତ ହିଟ୍ କରିଥିଲା । ସୁକୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଥିଲା ।୨୦୨୧ ଡିସେମ୍ବର ୧୭ରେ ପରଦାକୁ ଆସିଥିଲା ଫିଲ୍ମ ପୁଷ୍ପା । ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ମୁଭିଟି ୧୭୦ -୨୦୦ କୋଟି ବଜେଟରେ ନିର୍ମାଣ ହୋଇଥିଲା। ବକ୍ସ ଅଫିସରେ ୩୫୫ ରୁ ୩୬୫ କୋଟି ରୋଜଗାର କରିଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଫିଲ୍ମର ନିର୍ଦ୍ଦେଶକ ଥିଲେ ସୁକୁମାର । ଫିଲ୍ମ 'ପୁଷ୍ପା' ର କାହାଣୀ ଆନ୍ଧ୍ରପ୍ରଦେଶର ପାହାଡରେ ନାଲି ଚନ୍ଦନ ଚୋରା ଚାଲାଣ ଉପରେ ଆଧାରିତ । ଏଥିରେ ଅଲୁ ଅର୍ଜୁନ 'ପୁଷ୍ପା' ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଲୁ ଜଣେ ଚନ୍ଦନ ଚୋରା ଚାଲାଣକାରୀ ଭୂମିକାରେ ଅଭିନୟ କରିଥିଲେ।

ଏହାବି ପଢନ୍ତୁ : Actor Allu Arjun : Golden Templeରେ ପୁଷ୍ପାଷ୍ଟାର , ସୋସିଆଲ ମିଡିଆରେ ଫଟୋ ଭାଇରାଲ

ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ,  ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି  ଫିଲ୍ମର ଷ୍ଟାର କାଷ୍ଟ । ବର୍ତ୍ତମାନ ଅଲ୍ଲୁଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ଏଏ୨୧ (AA21) ଓ (ICON) ଆଇକନ ଭଳି ଫିଲ୍ମରେ ନଜର ଆସିବେ ଅଲ୍ଲୁ । ଅଲ୍ଲୁଙ୍କୁ ଏ ଦୁଇଟି ଫିଲ୍ମରେ ଲିଡ ରୋଲରେ ଦେଖିବାକୁ ମିଳିବ ।