କ୍ୟାଟ୍ରିନା କୈଫଙ୍କୁ ସ୍ୱୀକାର କଲେ ବିକି କୌଶଲ! ଉଭୟ ଶୀଘ୍ର ନିଜ ସମ୍ପର୍କକୁ ଦେଇପାରନ୍ତି ନୂଆ ନାମ
କ୍ୟାଟ୍ରିନା କୈଫ (Katrina Kaif) ଓ ବିକି କୌଶଲଙ୍କ (Vicky Kaushal) ମଧ୍ୟରେ ଥିବା ସମ୍ପର୍କର ସତ୍ୟତା ଖୁବ ଶୀଘ୍ର ବାହାରକୁ ଆସିବାକୁ ଯାଉଛି । ଉଭୟ ଶୀଘ୍ର ଏହି ବିଷୟରେ ନିଷ୍ପତ୍ତି ନେଇପାରନ୍ତି ।
ମୁମ୍ବାଇ: ବଲିଉଡରୁ ଏକ ଖୁସି ଖବର ଆସିବାକୁ ଯାଉଛି । ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ (Katrina Kaif) ଓ ଅଭିନେତା ବିକି କୌଶଲ (Vicky Kaushal) ଶୀଘ୍ର ନିଜ ସମ୍ପର୍କର ଏକ ନୂଆ ନାମ ଦେବାକୁ ଚାହୁଁଛନ୍ତି । ଯଦିଓ ଉଭୟଙ୍କ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଥିଲା, କିନ୍ତୁ ଏ ବିଷୟରେ କେହି କିଛି ସ୍ପଷ୍ଟ କହି ପାରୁନଥିଲା । ବଲିଉଡର (Bollywood) କରିଡରରୁ ଏଭଳି ଖବର ଆସୁଛି ଯେ ଖୁବ୍ ଶୀଘ୍ର ଉଭୟ ନିଜ ସମ୍ପର୍କକୁ ସର୍ବସାଧାରଣରେ ସ୍ୱୀକାର କରିବାକୁ ଯାଉଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ କ୍ୟାଟ୍ରିନା କୈଫ (Katrina Kaif) ଓ ବିକି କୌଶଲ (Vicky Kaushal) ପରସ୍ପର ସହ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଖୁବ ଶୀଘ୍ର ସୋସିଆଲ ମିଡିଆରେ (Social media) ଏହି ବିଷୟରେ ସୂଚନା ଦେଇପାରନ୍ତି । ତେବେ ଏହି ନିଷ୍ପତ୍ତି ପୂର୍ବରୁ ବିକିଙ୍କ ପିତା ବିକିଙ୍କୁ ସଠିକ୍ ଭାବରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ବିକିଙ୍କୁ ନେଇ କ୍ୟାଟ୍ରିନା ମଧ୍ୟ ବହୁତ ସକାରାତ୍ମକ ଅଛନ୍ତି । ସେ ନିଜ କୋ-ଷ୍ଟାରମାନଙ୍କ ସହିତ ଅନ୍ତରଙ୍ଗ ସିନ କରିବାକୁ ମନା କରିଦେଇଥିଲେ । କ୍ୟାଟ୍ରିନା ଚାହୁଁ ନାହାଁନ୍ତି ଯେ ବିକି ଲଭ ସିନ କରନ୍ତୁ ।
ଅଧିକ ପଢ଼ନ୍ତୁ: ଭେଙ୍କୟା ନାଇଡୁଙ୍କ ପରେ ବର୍ତ୍ତମାନ ଟ୍ୱିଟର RSS ର ବଡ ନେତାଙ୍କ ଆକାଉଣ୍ଟରୁ ହଟାଇଲା ବ୍ଲୁ ଟିକ୍
କ୍ୟାଟ୍ରିନା କୈଫ ଓ ବିକି କୌଶଲ ଦୀର୍ଘ ଦିନ ଧରି ପରସ୍ପର ସହ ନଜର ଆସୁଥିଲେ । ଦୁହେଁ ଅନେକ ବଲିଉଡ ପାର୍ଟୀ (Bollywood party) ଓ ସମାରୋହକୁ ଏକାଠି ଯାଆନ୍ତି । ଉଭୟ ମଧ୍ୟ ନିଜ ପରିବାର ସହିତ ନୂଆ ବର୍ଷ (New year celebration) ସାଥିହୋଇ ପାଳନ କରିଥିଲେ । ତାଙ୍କ ଭାଇଭଉଣୀଙ୍କ ସହ ମଜା କରୁଥିବାବେଳେ ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଥିଲା ।
ଅଧିକ ପଢ଼ନ୍ତୁ: IPL 2021: ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚରେ ହୋଇପାରେ ଏହି ପରିବର୍ତ୍ତନ, ଶୀଘ୍ର ଘୋଷଣା କରିବ BCCI
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବିକି କୌଶଲ 'ମନମରଜିୟାଂ, 'ଲଭ୍' ଭଳି ମହାନ ଫିଲ୍ମ କରିଛନ୍ତି । ବିକିଙ୍କ ଆଗାମୀ ଫିଲ୍ମ ହେଉଛି 'ସର୍ଦ୍ଦାର ଉଦୟ ସିଂ'। ଏହା ବ୍ୟତୀତ ମନୁଶି ଚିଲାରଙ୍କ ସହ ସେ ଏକ ଫିଲ୍ମରେ କାମ କରୁଛନ୍ତି । ଏଥି ସହ କ୍ୟାଟ୍ରିନା କୈଫଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ସହ ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ ସେ ଇଶାନ ଖଟ୍ଟରଙ୍କ ସହ 'ଫୋନ୍ ଭୁତ'ରେ ଓ ସଲମାନ ଖାନଙ୍କ ସହ 'ଟାଇଗର 3'ରେ ମଧ୍ୟ ନଜର ଆସିବେ ।