ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ବ୍ୟାଜ୍ ହଟାଇବା ପରେ ଟ୍ୱିଟର ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବହୁ ବଡ ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି । ଏହା ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ତିକ୍ତତା ବଢ଼ାଇପାରେ ।
Trending Photos
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍ ବ୍ୟାଜ୍ ହଟାଇବା ପରେ ଟ୍ୱିଟର ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (Rashtriya Swayamsevak Sangh) ବହୁ ବଡ ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି । ଏହା ଭାରତ ସରକାର (Government of India) ଓ ଟ୍ୱିଟର (Twitter) ମଧ୍ୟରେ ତିକ୍ତତା ବଢ଼ାଇପାରେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ବହୁ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି । ଏଥିମଧ୍ୟରେ କୃଷ୍ଣ ଗୋପାଳ, ସୁରେଶ ସୋନି, ସୁରେଶ ଯୋଶୀ ଓ ଅରୁଣ କୁମାର ଅଛନ୍ତି ।
@TwitterIndia @verified removed blue ticks of these handles of @RSSorg office bearers. We are to get in touch but no one responds. Strange. So the vice-president @MVenkaiahNaidu is not the only one. @payalmehta100 @PayalKamat @misskaul @vikasbha @ravindrak2000 @nistula pic.twitter.com/ALOXvZ1yw0
— rajiv tuli (@rajivtuli69) June 5, 2021
ଅଧିକ ପଢ଼ନ୍ତୁ: ଓଢ଼ଣୀ ପାଇଁ ୱାର୍! ଅଭିନେତ୍ରୀ ଦେଲେ ମୁହଁତୋଡ଼ ଜବାବ
ସୂଚନାନୁସାରେ, ଆଜି ଆଇଟି ମନ୍ତ୍ରଣାଳୟ ଦ୍ୱାରା ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ (M. Venkaiah Naidu) ଟ୍ୱିଟର ଆକାଉଣ୍ଟରୁ କୌଣସି ସୂଚନା ବିନା କିପରି ବ୍ଲୁ ଟିକ୍କୁ ହଟାଇ ଦେଇଛି ସେ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ଭାରତର ସାମ୍ବିଧାନିକ ପଦକୁ ଅବମାନନା କରୁଛି ।
ଅଧିକ ପଢ଼ନ୍ତୁ: ଏପ୍ରିଲ ୬ ପରେ ଆଜି ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, କିନ୍ତୁ କମ୍ ହେଉନି ମୃତ୍ୟୁ ସଂଖ୍ୟା
ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ (Tarun Chugh) କହିଛନ୍ତି ଯେ ଆରଏସଏସ ଏହି ଦେଶରେ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି । ଦେଶର ଆଦର୍ଶ ରାଜନୀତି ପାଇଁ ବିଜେପି ଓ ଆରଏସଏସ ଛିଡା ହୋଇଛି ଓ ଆମକୁ କାହାର ବ୍ଲୁ ଟିକର ଆବଶ୍ୟକତା ନାହିଁ ।
ଖବର ଅନୁଯାୟୀ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର (Twitter) ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ (Venkaiah Naidu) ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁନଃ ଭେରିଫାଇଡ୍ ଆକାଉଣ୍ଟ କରିଦେଇଛି ।