ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁନୀଲ ସେଟ୍ଟୀSuniel Shettyଙ୍କୁ କିଏ ବା ନଜାଣେ , ସେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ନିକଟରେ ତାଙ୍କୁ ସାଉଥ ଇଣ୍ଡଷ୍ଟ୍ରୀ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀକୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ପ୍ରଶ୍ନ ପଚରାଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେଇ ଅଭିନେତା ସୁନୀଲ ସେଟ୍ଟୀ କହିଛନ୍ତି ଯେ 'ବାପ ତୋ ହମେଶା ବାପ୍ ହି ରହେଗା ' । ଅପକମିଂ ଫିଲ୍ମ ମେଜର (Major) ର ଟ୍ରେଲର ଲଞ୍ଚ୍ ସମୟରେ ସାଉଥ ସୁପରଷ୍ଟାର ମହେଶ ବାବୁ (Mahesh Babu)ଙ୍କୁ ବଲିଉଡ ଡେବ୍ୟୁ ନେଇ ପ୍ରଶ୍ନ ପଚରାଯାଇଥିଲା । ଯାହା ଉତ୍ତରରେ ମହେଶ ବାବୁ କହିଥିଲେ ଯେ ତାଙ୍କୁ ବଲିଉଡ ଟଙ୍କା ଦେଇ ପାରିବ ନାହିଁ । ଏହି  ବିବାଦୀୟ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମହେଶ ବାବୁଙ୍କ ଏହି ମନ୍ତବ୍ୟକୁ ନେଇ ଅନେକ ବିତର୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।  


COMMERCIAL BREAK
SCROLL TO CONTINUE READING

ମହେଶ ବାବୁ  (Mahesh Babu) ବଲିଉଡ (Bollywood)କୁ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ ଅନେକ ସେଲିବ୍ରିଟି ନିଜ ନିଜର ମତାମତ ଦେଇଛନ୍ତି । ମହେଶ ବାବୁ ବଲିଉଡରେ ଡେବ୍ୟୁ ନେଇ କହିଥିଲେ ଯେ ସେ ନିଜ ସମୟ ବରବାଦ କରିବାକୁ ଚାହୁଁନାହାନ୍ତି । ବଲିଉଡ ତାଙ୍କୁ ଟଙ୍କା ଦେଇପାରିବ ନାହିଁ ।  ଆପଣଙ୍କର ମନେଥିବ ଏହା ପୂର୍ବରୁ  ଅଭିନେତା କିଚ୍ଚା ସୁଦୀପ (Kiccha Sudeep) ଆଉ ଅଜୟ ଦେବଗନ (Ajay Devgan)ଙ୍କ ଭିତରେ ସୋସିଆଲ ମିଡିଆ ଜରିଆରେ ହିନ୍ଦୀ ଭାଷାକୁ ନେଇ  ବୟାନବାଜି ହୋଇଥିଲା । କେବଳ ଏତିକି ନୁହେଁ ଏହି ବିବାଦରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା (Ram Gopal Verma) , ଅଭିନେତା ସୋନୁ ସୁଦ୍ (Sonu Sood) ଏବଂ ସିଙ୍ଗର ସୋନୁ ନିଗମ (Sonu Nigam)ଙ୍କ ସହିତ ଆହୁରି ଅନେକ ସେଲିବ୍ରିଟି ନିଜ ନିଜ ମତ ଦେଇଥିଲେ ।


Also Read: KGF-2; ସାଉଥ କୋରିଆରେ ସ୍କ୍ରିନିଂ ହେଲା ୟଶଙ୍କ ଫିଲ୍ମ


ବର୍ତ୍ତମାନ ସମୟରେ ସାଉଥର କିଛି ଫିଲ୍ମ ସାରା ଦୁନିଆରେ ହିଟ୍ ସାବ୍ୟସ୍ତ ହେବା ପରେ ସାଉଥ ଅଭିନେତା ବଲିଉଡକୁ ନେଇ ବୟାନବାଜି କରିବା ଆରମ୍ଭ କରିଦେଇଛନ୍ତି ଆଉ ନିଜକୁ ସବୁଠୁ ଭଲ ସାବ୍ୟସ୍ତ କରିବାରେ ଲାଗିଛନ୍ତି । ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ଏକ ସାକ୍ଷାତକାରରେ ଏହି ପ୍ରସଙ୍ଗ ଉପରେ ନିଜ ବୟାନ ଦେଇଛନ୍ତି । ସୁନୀଲ ସେଟ୍ଟୀ କହିଛନ୍ତି ଯେ , 'ବାପ୍ , ବାପ୍ ହୋତା ହୈ । ମୋତେ ଲାଗୁଛି ବଲିଉଡ ଭର୍ସେସ ସାଉଥ ଇଣ୍ଡଷ୍ଟ୍ରୀର ସିନ୍ ସୋସିଆଲ ମିଡିଆରେ କ୍ରିଏଟ୍ କରାଯାଇଛି । ଆମେ ଭାରତୀୟ , ଆଉ ଯଦି ଓଟିଟି ପ୍ଲାଟଫର୍ମ କଥା କହିବା ସେଠାରେ ଭାଷାର ଗୁରୁତ୍ୱ ନାହିଁ  । କେବଳ କଣ୍ଟେଟର ପ୍ରାଧାନ୍ୟ ରହିଥାଏ । ମୁଁ ମଧ୍ୟ ସାଉଥରୁ ଆସିଛି , ହେଲେ ମୋର କର୍ମଭୂମି ମୁମ୍ବାଇ ' ।


Also Read: ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ


ସେ ଆହୁରି କହିଛନ୍ତି ' ଦର୍ଶକ ନିଷ୍ପତ୍ତି ନେଉଛନ୍ତି କେଉଁ ଫିଲ୍ମ ତାଙ୍କୁ ଦେଖିବା ଦରକାର ଆଉ କେଉଁ ଫିଲ୍ମ ଦେଖିବା ଉଚିତ୍ ନୁହେଁ । ଆମ ସମସ୍ୟା ହେଲା ଆମେ ଦର୍ଶକଙ୍କୁ ଭୁଲି ସାରିଛୁ । ସିନେମା ହେଉ ବା ଓଟିଟି , ବାପା ସବୁବେଳେ ବାପା ହିଁ ରହିବେ , ବାକି ଫ୍ୟାମିଲ ମେମ୍ବର୍ସ , ଫ୍ୟାମିଲି ମେମ୍ବର୍ସ ହିଁ ରହିବେ । ବଲିଉଡ ସବୁବେଳେ ବଲିଉଡ ରହିବ । ଆମକୁ ଭାବିବା ଦରକାର , କାହିଁକି ନା ଆଜିର ସମୟରେ କଣ୍ଟେଣ୍ଟ ହିଁ ରାଜା' ।