ତରଭୁଜରେ ଓଲିଉଡ୍ ଅଭିନେତା ଦୀପକ ପରିଡା
ତରଭୁଜ (water melon) ରେ ସତେ ଯେମିତି ପ୍ରତିଫଳିତ ହୋଇଛନ୍ତି ଓଡ଼ିଆ ଆଲବମ ଓ ଚଳଚ୍ଚିତ୍ର ନାୟକ ଦୀପକ ପରିଡା (Deepak Parida)। ତରଭୁଜରେ ଦୀପକଙ୍କ ଚିତ୍ରକୁ ବେଙ୍ଗାଲୁରୁର କ୍ଲାର୍କସ ଇନ ହୋଟେଲରେ ମୂଖ୍ୟ ସେଫ ଭାବେ କାର୍ଯ୍ୟରତ ସପନ ନାୟକ ଆଙ୍କିଛନ୍ତି। ସପନ ମୂଳତଃ ଭଦ୍ରକର ବାସିନ୍ଦା।
ସମ୍ବଲପୁର: ତରଭୁଜରେ ଓଡ଼ିଆ ଆଲବମ ଓ ଚଳଚ୍ଚିତ୍ର ଅଭିନେତା ଦୀପକ ପରିଡା। କଥା ଟା ସମସ୍ତଙ୍କୁ ଟିକେ ଅଲଗା ଲାଗି ପାରେ। କିନ୍ତୁ ହଁ ଆଜ୍ଞା କଥାଟା ପୁରାପୁରି ସତ। ଗୋଟିଏ ତରଭୁଜକୁ କାଟି ସେଥିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦୀପକ ପରିଡାଙ୍କର ଚିତ୍ର ଆଙ୍କାଯାଇଛି। ବେଙ୍ଗାଲୁରୁ କ୍ଲାର୍କସ ଇନ ହୋଟେଲର ମୁଖ୍ୟ ସେଫ୍ ସପନ ନାୟକ ଏହି ଚିତ୍ର ଆଙ୍କିଛନ୍ତି।
ତରଭୁଜ (water melon) ରେ ସତେ ଯେମିତି ପ୍ରତିଫଳିତ ହୋଇଛନ୍ତି ଓଡ଼ିଆ ଆଲବମ ଓ ଚଳଚ୍ଚିତ୍ର ନାୟକ ଦୀପକ ପରିଡା (Deepak Parida)। ତରଭୁଜରେ ଦୀପକଙ୍କ ଚିତ୍ରକୁ ବେଙ୍ଗାଲୁରୁର କ୍ଲାର୍କସ ଇନ ହୋଟେଲରେ ମୂଖ୍ୟ ସେଫ ଭାବେ କାର୍ଯ୍ୟରତ ସପନ ନାୟକ ଆଙ୍କିଛନ୍ତି। ସପନ ମୂଳତଃ ଭଦ୍ରକର ବାସିନ୍ଦା। କିନ୍ତୁ ଦୀର୍ଘ ବର୍ଷ ହେବ ସେ ବେଙ୍ଗାଲୁରୁର କ୍ଲାର୍କସ ଇନ ହୋଟେଲରେ ମୁଖ୍ୟ ସେଫ୍ ଭାବେ କାର୍ଯ୍ୟ କରୁଛନ୍ତି। ସପନ ଏକାଧାରରେ ଜଣେ ଅଭିଜ୍ଞ ରୋଷେଇଆ, ଜଣେ ଭଲ କଳାକାର ତା ସହ ସେ ଦୀପକ ପରିଡାଙ୍କ ଜଣେ ବଡ଼ ଫ୍ୟାନ୍। ପୂର୍ବରୁ ଦୀପକଙ୍କର ଆଲବମ ସୁପର ହିଟ ଗୀତ "ଚିରିଦେବା ଆଗରୁ ଚିଠି ଥରେ ପଢି ଦେଖ" ଦେଖି ସପନ ତାଙ୍କର ଡାଇ ହାର୍ଡ ଫ୍ୟାନ ପାଲଟି ଯାଇଥିଲେ।
Also Read: Solar eclipse 2022: ଆଜି ଶନି ଅମାବାସ୍ୟାରେ ସୂର୍ଯ୍ୟପରାଗ, ସତର୍କ ନ ହେଲେ ହୋଇଯିବେ କାଙ୍ଗାଳ
ଦୀପକଙ୍କ ସମସ୍ତ ସିନେମା ଆଲବମ (Odia Album) ଗୀତ ଗୁଡିକୁ ସପନ ବହୁତ ପସନ୍ଦ କରନ୍ତି। ତାଙ୍କର ଫେବ୍ରେଟର ଦୁଇ ଜଣ ଅଭିନେତା ଅଛନ୍ତି। ସେମାନେ ହେଲେ ହିନ୍ଦୀ ଫିଲ୍ମର ସୁନୀଲ ଶେଟ୍ଟି ଓ ଓଡ଼ିଆ ଇଣ୍ଡଷ୍ଟ୍ରିର ଦୀପକ ପରିଡା। ସପନ କେବେ ଦୀପକଙ୍କୁ ସାମ୍ନା ସାମ୍ନି ଦେଖି ନାହାନ୍ତି। କିନ୍ତୁ ତାଙ୍କର ଛବି କମ୍ପ୍ୟୁଟରରୁ ଦେଖି ସେ ତରଭୁଜରେ ଏହାକୁ ଆଙ୍କିଛନ୍ତି। ସପନ କୁହନ୍ତି ଯେ, ଯେବେଠାରୁ ଦୀପକ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଚାକିରି ପାଇଁ ବିଦେଶ ଚାଲି ଯାଇଛନ୍ତି, ସେହି ଦିନ ଠାରୁ ଆଉ ସେ ଓଡ଼ିଆ ସିନେମା ଦେଖି ନାହାନ୍ତି। ତରଭୁଜରେ ଏହି ଛବି ଆଙ୍କି ନିଜର ପ୍ରିୟ ଅଭିନେତା ଦୀପକଙ୍କ ପାଖକୁ ଗୋଟିଏ ଭିଡିଓ କରି ପଠାଇ ଥିବାରୁ ବେଶ ଆନନ୍ଦିତ।
ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ ଜଗତ ପାଇଁ ଦୀପକ କୁମାର ପରିଡା ଏକ ଚିର ପରିଚିତ ନାମ। ଯେତେବେଳେ ଆଲବମ ମାନିଆ ଜୋର ସୋରରେ ଚାଲିଥିଲା, ଲୋକଙ୍କ ଦ୍ୱାରା ଆଦୃତ ହେଉଥିଲା ସେତେବେଳେ ବେଶ କିଛି କଳାକାର ଲୋକଙ୍କ ହୃଦୟରେ ରାଜ କରିଥିଲେ। ସେମାନଙ୍କ ମଧ୍ୟରୁ ଦୀପକ ପରିଡା ଅନ୍ୟତମ ଥିଲେ। ଦୀପକ ପରିଡା ଜଣେ ଉଚ୍ଚକୋଟିର କଳାକାର। ତାଙ୍କର ସେହି ସମୟର ଗୀତ "ଚିରିଦେବା ଆଗରୁ ଚିଠି ଥରେ ପଢ଼ିଦେଖ"ଦେଶ ବିଦେଶରେ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ଶିଶିର ମିଶ୍ର ଙ୍କର "ସାବତ ମା" ଚଳଚ୍ଚିତ୍ରରୁ ଦୀପକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିଥିଲେ। ତା ପରେ ଅନେକ ଚଳଚ୍ଚିତ୍ର ଓ ଆଲବମରେ କାମ କରିଥିଲେ, ଯାହା କି ତାଙ୍କୁ ଆହୁରି ପ୍ରସିଦ୍ଧି ଆଣିଦେଇଥିଲା।
Also Read: ଏହି ପ୍ରସିଦ୍ଧ ଗାୟିକାଙ୍କ MMS ଲିକ୍, ଭାଇରାଲ ହେଉଛି ଭିଡିଓ
ଦୀପକ ଉଚ୍ଚ ଶିକ୍ଷିତ ଥିଲେ ସେଥିପାଇଁ ସେ ପ୍ରଥମେ ସଫ୍ଟୱେର ଇଞ୍ଜିନିୟର ଭାବରେ ବେଙ୍ଗାଲୁରୁରେ କାର୍ଯ୍ୟ କଲେ। ତା ପରେ ନେଦରଲ୍ୟାଣ୍ଡକୁ ଚାକିରି ପାଇଁ ଗଲେ। ଏବେ ମଧ୍ୟ ସେ ସେଠାରେ ନିଜ ପରିବାର ସହ ଅବସ୍ଥାପିତ। ଦୀପକ କିଛି ବର୍ଷ ହେବ ଅଭିନୟ ଠାରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ଲୋକଙ୍କ ହୃଦୟରେ ଆଜି ବି ସେ ଚିର ସବୁଜ। ଦୀପକ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ଏବେବି ରାଜ କରୁଛନ୍ତି। ତାଙ୍କର ଚିତ୍ର ତରଭୁଜରେ ଆଙ୍କିଥିବାରୁ ସପନଙ୍କୁ ସେ ଧନ୍ୟବାଦ ଦେବା ସହ ଖୁସି ଜାହିର କରିଛନ୍ତି।