Solar eclipse 2022: ଆଜି ଶନି ଅମାବାସ୍ୟାରେ ସୂର୍ଯ୍ୟପରାଗ, କେଉଁ ରାଶି ଉପରେ କ'ଣ ପଡିବ ପ୍ରଭାବ? ସତର୍କ ନ ହେଲେ ହୋଇଯିବେ କାଙ୍ଗାଳ
Advertisement
Article Detail0/zeeodisha/odisha1169159

Solar eclipse 2022: ଆଜି ଶନି ଅମାବାସ୍ୟାରେ ସୂର୍ଯ୍ୟପରାଗ, କେଉଁ ରାଶି ଉପରେ କ'ଣ ପଡିବ ପ୍ରଭାବ? ସତର୍କ ନ ହେଲେ ହୋଇଯିବେ କାଙ୍ଗାଳ

ଏଥର ବୈଶାଖ ଅମାବାସ୍ୟା ଦିନ ଶନବାର ପଡୁଛି, ତେଣୁ ଏହାତୁ ଶନି ଅମାବାସ୍ୟା ମଧ୍ୟ କୁହାଯାଏ। ପ୍ରତ୍ୟେକ ମାସର କୃଷ୍ଣପକ୍ଷ ୧୫ମ ତିଥିରେ ଅମାବାସ୍ୟା ହୋଇଥାଏ। କୃଷ୍ଣପକ୍ଷ ତିଥିର ସମାପନ ପରେ ଶୁକ୍ଳପକ୍ଷ ତିଥି ଆରମ୍ଭ ହୁଏ। ଆସନ୍ତା ୩୦ ତାରିଖ ଶନିବାର ଅମାବାସ୍ୟା ସହ ସୂର୍ଯ୍ୟପରାଗ ହେଉଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ୩୦ ଏପ୍ରିଲ ରାତି ପ୍ରାୟ ୧୨ଟା ୧୫ ମିନିଟ ସମୟରୁ ସୂର୍ଯ୍ୟପରାଗ ଆରମ୍ଭ।

ପ୍ରତିକାତ୍ମକ ଫଟୋ

ସୂର୍ଯ୍ୟପରାଗରେ ଚନ୍ଦ୍ରମା ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିଦେଇଥାଏ। ଯେଉଁଥିପାଇଁ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡ଼ିପାରେନାହିଁ। ଯେତେବେଳେ ସୂର୍ଯ୍ୟଙ୍କୁ ଚନ୍ଦ୍ର ଆଂଶିକ ଆଚ୍ଛାଦିତ କରେ, ଏହାକୁ ଆଂଶିକ ସୂର୍ଯ୍ୟପରାଗ କୁହାଯାଏ। ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଙ୍କୁ ମଧ୍ୟ ଭାଗରେ ଆଚ୍ଛାଦିତ କରେ, ଏହାକୁ ବଳୟକାର ସୂର୍ଯ୍ୟପରାଗ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ମାସ ୩୦ ତାରିଖ (ଶନିବାର) ଦେଖିବାକୁ ମିଳିବ।

ନାସାର Goddard Space Flight Center ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଏକବିଂଶ ଶତାବ୍ଦୀରେ ମୋଟ ୨୨୪ ଥର ସୂର୍ଯ୍ୟପରାଗ ହେବ। ଏଥିରେ ୭୭ ଥର ଆଶିଂକ, ୭୩ ବଳୟକାର, ୬୮ଟି ପୂର୍ଣ୍ଣ ଓ ୭ଟି ପୂର୍ଣ୍ଣ-ବଳୟକାର ସୂର୍ଯ୍ୟପରାଗ (Solar Eclipse) ରହିଛି। ୨୧ ଜୁନ ୨୦୦୧ରେ ଚଳିତ ଶତାବ୍ଦୀର ପ୍ରଥମ ସୂର୍ଯ୍ୟପରାଗ ହୋଇଥିବା ବେଳେ ୪ ସେପ୍ଟେମ୍ବର ୨୧୦୦ରେ ଶେଷ ସୂର୍ଯ୍ୟ ପରାଗ ହେବ। ୨୦୧୧, ୨୦୧୯, ୨୦୪୭,୨୦୬୫, ୨୦୭୬ ଓ ୨୦୯୪ ମସିହାରେ ସର୍ବାଧିକ ସୂର୍ଯ୍ୟପରାଗ ହେବ ବୋଲି ନାସା ପୂର୍ବାନୁମାନ କରିଛି।

ଏଥର ବୈଶାଖ ଅମାବାସ୍ୟା ଦିନ ଶନିବାର ପଡୁଛି, ତେଣୁ ଏହାତୁ ଶନି ଅମାବାସ୍ୟା ମଧ୍ୟ କୁହାଯାଏ। ପ୍ରତ୍ୟେକ ମାସର କୃଷ୍ଣପକ୍ଷ ୧୫ମ ତିଥିରେ ଅମାବାସ୍ୟା ହୋଇଥାଏ। କୃଷ୍ଣପକ୍ଷ ତିଥିର ସମାପନ ପରେ ଶୁକ୍ଳପକ୍ଷ ତିଥି ଆରମ୍ଭ ହୁଏ। ଆସନ୍ତା ୩୦ ତାରିଖ ଶନିବାର ଅମାବାସ୍ୟା ସହ ସୂର୍ଯ୍ୟପରାଗ ହେଉଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ୩୦ ଏପ୍ରିଲ ରାତି ପ୍ରାୟ ୧୨ଟା ୧୫ ମିନିଟ ସମୟରୁ ସୂର୍ଯ୍ୟପରାଗ ଆରମ୍ଭ। ଏହା ଭାରତରେ ଆଂଶିକ ସୂର୍ଯ୍ୟଗ୍ରହଣ ହୋଇଥିବାରୁ ସୂତକ କାଳ ମାନ୍ୟ ହେବନହିଁ।

Also Read: Solar Eclipse2022: ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ଜାଣନ୍ତୁ କ'ଣ କରିବେ, କ'ଣ କରିବେ ନାହିଁ?

ଶନିବାର ପ୍ରାତଃ କାଳରୁ ହିଁ ପ୍ରୀତି ଯୋଗ ହେବ। ଏହା ଅପରାହ୍ଣ ୩ଟା ୨୦ ପର୍ଯ୍ୟନ୍ତ ରହିବ। ତାପରେ ଆୟୁଷ୍ମାନ ଯୋଗ ଆରମ୍ଭ ହେବ। ଅଶ୍ୱିନୀ ନକ୍ଷେତ୍ର ମଧ୍ୟ ରାତି ୮ଟା ୧୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଯୋଗ ବା ନକ୍ଷେତ୍ର ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ବିବେଚନା କରାଯାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ କରି ଦାନ ଧର୍ମ କଲେ ପୁଣ୍ୟ ମିଳେ। ଶନି ଅମାବସ୍ୟାରେ କର୍ମଫଳଦାତା ଶନିଦେବଙ୍କ ପୂଜାର୍ଚ୍ଚନା କରିବା ଆବଶ୍ୟକ। ତେବେ ଶନି ଅମାବାସ୍ୟାରେ ହେଉଥିବା ସୂର୍ଯ୍ୟପରାଗ କିଛି ରାଶି (ମେଷ, କର୍କଟ, ତୁଳା ଓ ଧନୁ) ଉପରେ କୁପ୍ରଭାବ ପକାଇ ପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶି କଣ ପ୍ରଭାବ ପଡିବ...

କେଉଁ ରାଶି ଉପରେ କିପରି ପ୍ରଭାବ ପକାଇବ ସୂର୍ଯ୍ୟପରାଗ

ମେଶ- ସୂର୍ଯ୍ୟପରାଗ ସମୟରେ ମେଶ ରାସିର ଲୋକଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜ୍ୟୋତିର୍ବିଦଙ୍କ ପରାମର୍ଶ ଅନୁଯାୟୀ ସୂର୍ଯ୍ୟଗ୍ରହଣ ଦିନ ମେଶ ରାଶିର ବ୍ୟକ୍ତି ବିଶେଷ ଅର୍ଥ ସହ ଜଡ଼ିତ କୌଣସି କାର୍ଯ୍ୟ କରନ୍ତୁ ନାହିଁ। କଥାବାର୍ତ୍ତା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

ବୃଷ- ସୂର୍ଯ୍ୟପରାଗ ସମୟରେ ବୃଷ ରାଶି ବ୍ୟକ୍ତିବିଶେଷଙ୍କର ଆତ୍ମବିଶ୍ୱାସର ହ୍ରାସ ଘଟିବ। ଏହି ଦିନ ଅନାବଶ୍ୟକ ଚାପଠାରୁ ଦୂରେଇ ରୁହନ୍ତୁ।

ମିଥୁନ- ସୂର୍ଯ୍ୟପରାଗ ସମୟରେ ମିଥୁନ ରାଶିର ବ୍ୟକ୍ତିବିଶେଷ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଉଚିତ୍। ଏହାସହ ଆପଣଙ୍କ ଚତୁର୍ପାର୍ଶ୍ୱରେ ଘଟୁଥିବା ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ ଓ ସାବଧାନ ରୁହନ୍ତୁ।

କର୍କଟ- ସୂର୍ଯ୍ୟପରାଗ ସମୟରେ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ। ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ। ଏହି ସମୟରେ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସମସ୍ୟା ଦୂର ହେବ।

ସିଂହ- ସୂର୍ଯ୍ୟପରାଗ ସମୟରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବ। ହେଲେ ଧ୍ୟାନ ରଖନ୍ତୁ ସୂର୍ଯ୍ୟପରାଗ ସମୟରେ କୌଣସି ପ୍ରକାର ନିବେଶ କରନ୍ତୁ ନାହିଁ।

Also Read: ଏକବିଂଶ ଶତାବ୍ଦୀରେ ୨୨୪ ଥର ସୂର୍ଯ୍ୟପରାଗ; ଚଳିତ ବର୍ଷ କେବଳ ଆଂଶିକ ଦୃଶ୍ୟମାନ, ବିଶ୍ୱରେ ଆସିବ କି ବଡ଼ ପରିବର୍ତ୍ତନ?

 

କନ୍ୟା- ସୂର୍ଯ୍ୟପରାଗ ସମୟରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଚାକିରି ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ତୁଳା- ସୂର୍ଯ୍ୟପରାଗ ସମୟରେ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନକରାତ୍ମକ ରହିବ। ଏହି ସମୟରେ, ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡ଼ିପାରେ। ଏହାସହ ସହିତ କୈଣସି ଆଇନଗତ ସମସ୍ୟାରେ ପଡ଼ିପାରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ।

ବିଛା- ସୂର୍ଯ୍ୟପରାଗ ସମୟରେ ବିଛା ରାଶିର ବ୍ୟକ୍ତିବିଶେଷଙ୍କର ଚାକିରି ଓ ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ, ଅହଂଭାବକୁ ପରିତ୍ୟାଗ କରନ୍ତୁ । ସ୍ୱଭାବରେ କୋମଳତା ଆଣନ୍ତୁ।

ଧନୁ- ସୂର୍ଯ୍ୟପରାଗ ସମୟରେ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସୂର୍ଯ୍ୟପରାଗ ସମୟରେ ଶତ୍ରୁମାନଙ୍କ ଉପରେ ବିଜୟ ପାଇବେ।

ମକର- ସୂର୍ଯ୍ୟପରାଗ ସମୟରେ ମକର ରାଶିର ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଏହି ସମୟ ମଧ୍ୟରେ ଜୁଆ ଖେଳ ଓ ବାଜି ଲଗାଇବାରୁ ଦୂରେଇ ରୁହନ୍ତୁ...

କୁମ୍ଭ- ସୂର୍ଯ୍ୟପରାଗ ସମୟରେ କୁମ୍ଭ ରାଶିର ବ୍ୟକ୍ତିବିଶେଷ ନିବେଶରେ କ୍ଷତି ସହିବେ। ପାରିବାରିକ ବିବାଦ ଓ ଯୋଜନାରେ ବିଫଳତାର ସମ୍ମୁଖୀନ ହୋଇପାରନ୍ତି।

ମୀନ- ସୂର୍ଯ୍ୟପରାଗ ସମୟରେ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହେବାକୁ ଯାଉଛି। ଅତୀତର ନିବେଶରୁ ଲାଭ ମିଳିବ। ଶତ୍ରୁମାନଙ୍କୁ ପରାସ୍ତ କରିବେ ଓ ସାମାଜିକ ସମ୍ମାନ ପାଇବାକୁ ସକ୍ଷମ ହେବ।