Bhai Dooj 2022:  ଆଲୋକକର ପର୍ବ ଦୀପାବଳୀ ।  ଏ ପର୍ବ ସାଧାରଣତଃ ପୁରା ଦେଶରେ ପାଳନ କରାଯାଏ । ଦୀପାବଳୀ ସାଧାରଣତଃ ପାଞ୍ଚ ଦିନ ପାଳନ କରାଯାଇଥାଏ । ଏହି ପର୍ବ ଧନତେରାସ ଦିନରୁ ଆରମ୍ଭ ହୋଇ ଭାଇଦୋଜ (Bhai Dooj ) ଦିନ ଶେଷ ହେବ । ଭାଇ ଦୋଜ ହେଉଛି ଏପରି ଏକ ପର୍ବ, ଭଉଣୀମାନେ ଭାଇର ମଙ୍ଗଳ କାମନା କରି ଏ ଉପବାସ ବା ବତ୍ର ରଖିଥାନ୍ତି । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସରେ ଏ ପର୍ବ ପାଳନ କରାଯାଏ । ତେବେ ବଲିଉଡରେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଭଉଣୀମାନେ ମାନେ ଏହି ପର୍ବ ଧୁମଧାମରେ ପାଳନ କରିଛନ୍ତି । ଆଉ କିଛି ସେଲିବ୍ରେଟି ଏ ପର୍ବର ଶୁଭେଚ୍ଛା ଜଣାଇବା ସହ ଇନଷ୍ଟାରେ ଭାଇର ଫଟୋ ମଧ୍ୟ ସେୟାର କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସଲମାନ ଖାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଭାଇଦୋଜର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅଭିନେତା କୁନାଲ କେମୁ (Kunal Kemmu) ମଧ୍ୟ ଭାଇଦୋଜର ଶୁଭେଚ୍ଛା ଜଣାଇବା ସହ  ଇନଷ୍ଟାରେ ତାଙ୍କ ଭଉଣୀଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଏହାସହିତ ଏକ କ୍ୟାପସନରେ ସେ ଲେଖିଛନ୍ତି ଯେ, "ଭାଇ ଭାଇ ଘାଇ ଘାଇ ! ତୁମେ ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ଭାଇଦୋଜର ଶୁଭେଚ୍ଛା .. ପରସ୍ପରକୁ ବିରକ୍ତ କରିବା ଆମର ଜନ୍ମ ଅଧିକାର ଏବଂ ତେଣୁ ପ୍ରେମରୁ କିଛି କରିବା .. ମୁଁ ତୁମକୁ ଭଲ ପାଏ" । ସେହିପରି ଅମିତାଭଙ୍କ ଲାଡଲୀ ଶ୍ବତା ବଚ୍ଚନା ମଧ୍ୟ ଭାଇ ଅଭିଷେକ ବଚ୍ଚନଙ୍କ ସହ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେ,  "ଓ୍ବାର୍ଟ ଏ ଗାଏଜ୍,ଜଷ୍ଟ ସନସାଇନ ଆଣ୍ତ ରେନବୋଜ, ଭାଇଦୋଜର ଶୁଭେଚ୍ଛା "।


ଏହାବି ପଢନ୍ତୁ : Happy Birthday Anuradha Paudwal: ଦିନେ ଷ୍ଟୁଡିଓରେ ଅପମାନିତ ହୋଇଥିଲେ ଅନୁରାଧା, ଆଉ ପରେ ନେଇଥିଲେ ଏଭଳି କିଛି ନିଷ୍ପତ୍ତି


ଏହାବି ପଢନ୍ତୁ :Ram Setu Box Office Collection Day 2: ବକ୍ସ ଅଫିସରେ କାହିଁକି ବଢୁଛି 'ରାମସେତୁ'ର କ୍ରେଜ୍, ଦ୍ବିତୀୟ ଦିନରେ ଏତିକି କୋଟି କଲା କଲେକସନ


 



 


 



ସେହିପରି ସୋହା ଅଲ୍ଲୀ ଖାନ ମଧ୍ୟ ତାଙ୍କ ଭାଇ ସେଫଙ୍କ ସହିତ ନିଜ ଇନଷ୍ଟାରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, "ମୋତେ ସର୍ବଦା  ଉତ୍ସାହିତ ଓ ପ୍ରେରଣା ଯୋଗାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ,ତମର ଭଲ ପାଇବା ଅବିଶ୍ୱାସନୀୟ, ଏଭଳି ଭଲ ପାଇବା ରହୁ"। ସେହିପରି ଟେଲି ନିର୍ମାତା ଏକଥା କପୁର ଭାଇଦୋଜ ଅବସରରେ  ଇନଷ୍ଟାରେ ନିଜ ଭାଇ ତୁଷାର କପୁର ସହ ଏକ ଖୁସିର ମୁହୂର୍ତ୍ତ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଫ୍ୟାନ୍ସଙ୍କ କାଫି କମେଣ୍ଟ ଆସିଛି । ସେହିପରି ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭାଇଦୋଜର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ କାଜଲ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ସହ ଏହି ଉତ୍ସବକୁ ବେଶ ଧୁମଧାମରେ ପାଳନ କରିଛନ୍ତି । ସେ ତାଙ୍କ ଭୋଇଦୋଜ ଉତ୍ସବରୁ ଫଟୋ ଗୁଡିକ ପୋଷ୍ଟ କରିଥିଲେ ।