Bharti Singh Drugs Case: ପୁଣି ବିବାଦର କେମେଡି କୁଇନ ଭାରତୀ ସିଂହ (Bharti Singh) ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ( Harsh Limbachiya) । ଡ୍ରଗ୍ସ ମାମଲାରେ ଉଭୟ ପତିପତ୍ନୀ ଅଡୁଆରେ ଫସିଛନ୍ତି । ଏନସିବି (Narcotics Control Bureau) ଏହି ଦମ୍ପତିଙ୍କ ବିରୋଧରେ ଆଜି  କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।


COMMERCIAL BREAK
SCROLL TO CONTINUE READING

 


ସୂଚନା ଅନୁସାରେ, ୨୦୨୦ ଜୁନ୍ ୧୪ ରେ ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିଲେ । ପରେ ବଲିଉଡରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଥିଲା ।  । ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏନସିବି । ଏହି ଘଟଣାରେ ସୁଶାନ୍ତ ସିଂହଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ଥିଲା । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶୀ ଏହି ମାମଲାର ଶୁଣାଣି କରିଥିଲେ। ୨୦୨୦ ମସିହା, ସେପ୍ଟେମ୍ବରରେ ରିୟାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।


ଏହାବି ପଢନ୍ତୁ :Katrina Kaif: ବଦଳିଲା Merry Christmas ରିଲିଜ୍ ଡେଟ୍ ! ଫିଲ୍ମକୁ ନେଇ ବଡ ବୟାନ୍ ଦେଲେ ନିର୍ଦ୍ଦେଶକ


ଏହାବି ପଢନ୍ତୁ :Vijay Deverakonda: ଯବାନଙ୍କ ପାଇଁ ଏମିତି କିଛି ପୋଷ୍ଟ କଲେ ବିଜୟ ଦେବରକୋଣ୍ଡା


ଏହାବି ପଢନ୍ତୁ :Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି


ଏଥିସହ ବମ୍ବେ ହାଇକୋର୍ଟ ତାଙ୍କୁ ଏକ ମାସ ପରେ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ। ତେବେ ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ  ଗୋଟିଏ ପରେ ଗୋଟିଏ ସେଲିବ୍ରଟିଙ୍କ ନାଁ ସାମ୍ନାକୁ ଆସିଥିଲା । ଏହି ଘଟଣାରେ କମେଡି କୁଇନ ଭାରତୀ ସିଂହ ନାଁ ମଧ୍ୟ ଆସିଥିଲା। ପରେ ଭାରତୀ ଓ ହର୍ଷଙ୍କ ଘରେ ଏନ୍‌ସିବି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଭାରତୀଙ୍କ ଘରୁ ୮୬ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା। ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଥିଲେ। ଏହାପରେ ଉଭୟଙ୍କୁ ଏନ୍‌ଡିପିସି ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଥିଲା। ପରେ ଉଭୟ ବେଲରେ ବାହାରକୁ ଆସିଥିଲେ । ହେଲେ ଆଜି ଏହି ଘଟଣାରେ ଏସସିବି ୨୦୦ ପୃଷ୍ଠାର ସମ୍ବଳିତ ଚାର୍ଜସିଟ ଦାଖଲ କରିଛି । 


୨୦୦ ପୃଷ୍ଠା ଚାର୍ଜ ସିଟ୍ ଦାଖଲ କଲା ଏନସିବି


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ସିଂହ ଏବଂ ହର୍ଷଙ୍କ ବିରୋଧରେ ଏନସିବି ମୁମ୍ବାଇ କୋର୍ଟରେ ୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ୨୦୦ ପୃଷ୍ଠାର ଚାର୍ଜସିଟରେ, ଦମ୍ପତି ଡ୍ରଗ୍ସ ସମ୍ବନ୍ଧୀୟ ବିବରଣୀ ଦେଇଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୨୦ ମସିହାରେ ଏହି ଦମ୍ପତିଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା, କିନ୍ତୁ କିଛି ସମୟ ପରେ ଦମ୍ପତିଙ୍କୁ ଜାମିନ ମିଳିଥିଲା। ଏଥି ସହିତ ଏହି ମାମଲାରେ ପୁଣି ଥରେ ଚାର୍ଜସିଟ କୋର୍ଟରେ ଉପସ୍ଥାପିତ ହୋଇଛି।