Katrina Kaif: ବଦଳିଲା Merry Christmas ରିଲିଜ୍ ଡେଟ୍ ! ଫିଲ୍ମକୁ ନେଇ ବଡ ବୟାନ୍ ଦେଲେ ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha1415564

Katrina Kaif: ବଦଳିଲା Merry Christmas ରିଲିଜ୍ ଡେଟ୍ ! ଫିଲ୍ମକୁ ନେଇ ବଡ ବୟାନ୍ ଦେଲେ ନିର୍ଦ୍ଦେଶକ

Katrina Kaif: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ (Katrina Kaif)। ତାଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଫୋନଭୂତ'କୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟିର ଗୀତ ଗୁଡିକ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମଟିକୁ ଖୁବ ଉତ୍ସାହରେ ଅପେକ୍ଷା କରିଛନ୍ତି ଦର୍ଶକ ।

ସୌଜନ୍ୟ : ସୋସିଆଲ ମିଡିଆ

Katrina Kaif: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ (Katrina Kaif)। ତାଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଫୋନଭୂତ' (Phone Bhoot) କୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟିର ଗୀତ ଗୁଡିକ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମଟିକୁ ଖୁବ ଉତ୍ସାହରେ ଅପେକ୍ଷା କରିଛନ୍ତି ଦର୍ଶକ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିଥାନ୍ତା କ୍ୟାଟ୍ରିନା କୈଫ୍‌ ଓ ବିଜୟ ସେଥୁପତିଙ୍କ ଫିଲ୍ମ 'ମେରି କ୍ରୀସ୍‌ମାସ'। ଏହି ଫିଲ୍ମ ସହିତ ଟାଇଗର ସରାଫ୍‌ ଙ୍କ ଫିଲ୍ମ 'ଗନପଥ୍‌' ଓ ରଣବୀର ସିଂହ ଷ୍ଟାରର୍‌ 'ସର୍କସ୍‌' ମଧ୍ୟ ମୁକ୍ତିଲାଭ କରିବ । ଏବେ କିନ୍ତୁ ଶୁଣିବାକୁ ମିଳୁଛି, ‘ମେରି କ୍ରୀସ୍‌ମାସ’ର ନିର୍ମାତା ଏହାର ରିଲିଜ୍‌ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । 

ଶ୍ରୀରାମ ରାଘବନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ସେହି ତାରିଖ ଅର୍ଥାତ, ଡିସେମ୍ବର ୨୩ରେ 'ଗନ୍‌ପଥ ଓ 'ସର୍କସ୍‌ ' ମୁକ୍ତିଲାଭ କରୁଥିବାରୁ ବକ୍ସ ଅଫିସ୍‌ରେ ବଡ଼ ଧରଣର ଲଢ଼େଇ ହେବ। ଏଥିପାଇଁ  ଫିଲ୍ମ 'ମେରି କ୍ରୀସ୍‌ମାସ' କଲେକସନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ 'ମେରି କ୍ରୀସ୍‌ମାସ'କୁ ସମସ୍ତଙ୍କ ଦୃଷ୍ଟିରେ ପକାଇବା ସହ ଅଧିକ କଲେକସନ କରିବା ପାଇଁ ରିଲିଜ ତାରିଖକୁ ଘୁଞ୍ଚା ଯାଇଥିବା ଚର୍ଚ୍ଚା ହେଉଛି । ଏନେଇ ନିର୍ମାତା ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏପର୍ଯ୍ୟନ୍ତ ନିର୍ମାତା ଫିଲ୍ମ ରିଲିଜ୍ ର ନୂଆ ତାରିଖ ଘୋଷଣା କରି ନାହାଁନ୍ତି । ତେବେ ଏନେଇ ଫିଲ୍ମର ପ୍ରଯୋଜକ କହିଛନ୍ତି, ଏପର୍ଯ୍ୟନ୍ତ ରିଲିଜ୍‌ ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ଫିଲ୍ମଟି ଡିସେମ୍ବର ୨୩ ତାରିଖରେ ପରଦାକୁ ଆସିବ । 

ଏହାବି ପଢନ୍ତୁ:Ram Setu Box Office Collection: 'ରାମସେତୁ' ୪ ଦିନରେ କେତେ କୋଟି କଲାଣି ଇନକମ୍ ? ଜାଣନ୍ତୁ

ଏହାବି ପଢନ୍ତୁ:Vijay Deverakonda: ଯବାନଙ୍କ ପାଇଁ ଏମିତି କିଛି ପୋଷ୍ଟ କଲେ ବିଜୟ ଦେବରକୋଣ୍ଡା

ଏହାବି ପଢନ୍ତୁ:Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି

ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ଓ 'ଜିଲେଜରା' ରେ ନଜର ଆସିବେ । ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଯାହା ଆସନ୍ତାବର୍ଷ ପରଦାକୁ ଆସିବ । ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।