Nisha Upadhyay Injured: ଗୀତ ଗାଉଥିବା ବେଳେ ଷ୍ଟେଜ୍ ଉପରେ ଗାୟିକାଙ୍କୁ ଗୁଳି । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଗୁଳି ଶଦ୍ଧ ଶୁଣି ଧାଇଁବାକୁ ଲାଗିଲେ ସେଠାରେ ଉପସ୍ଥିତ ଥିବା ଦର୍ଶକ । ତେବେ, ଏହି ଗୁଳିମାଡରେ ଗାୟିକା ନିଶା ଉପାଧ୍ୟୟ ଆହତ(Singer Nisha Upadhyay Injured) ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ, ପୋଲିସ୍ ଘଟଣାସ୍ଥଳରେ ରହି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ କିଏ ଗୁଳି ମାଡ କରିଛି । ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । ବିହାରର ଛପରାରେ(Chapra)  ଏହି ଅଘଟଣ ଘଟିଛି।  ଭୋଜପୁରୀ ଗାୟିକା ଏଥିରେ ଗୁରୁତର ହୋଇଛନ୍ତି। ଏବଂ ତାଙ୍କ ଗୋଡରେ ଗୁଳି ବାଜିଛି। 


COMMERCIAL BREAK
SCROLL TO CONTINUE READING

କ'ଣ ଥିଲା ପୁରା ଘଟଣାକ୍ରମ?
ସୂଚନା ଅନୁସାରେ, ଭୋଜପୁରୀ ଗାୟିକା ନିଶା ଉପାଧ୍ୟୟ (Bhojpuri Singer Nisha Upadhyay) ମଙ୍ଗଳବାର ରାତିରେ ବିହାରର ଛପରାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମ ଶହ ଶହ ଦର୍ଶକ ଉପସ୍ଥିତ ଥିଲେ । ଗୀତର ତାଳେ ତାଳେ ଝୁମୁଥିଲେ ସଭିଏଁ। ହେଲେ ହଠାତ୍ କେହି ଜଣେ ଦୁବୃର୍ତ୍ତ ଆସି ତାଙ୍କୁ ଗୁଳି ଚଳାଇଥିଲା।  ଫଳରେ ନିଶାଙ୍କ ଗୋଡ଼ର ଗୁଳି ବାଜିଥିଲା। ଫଳରେ ସେ ଗୁରୁତର ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାଟଣାର ଏକ ଘରୋଇ ହସପିଟାଲରେ ଭର୍ତ୍ତୀ କରାଯାଇଛି। ତାଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । କିଭଳି ସ୍ଥିତିରେ ସେ ଗୁଳିମାଡର ଶୀକାର ହେଲେ । ଏବଂ କିଏ ତାଙ୍କୁ କାହିଁକି ଗୁଳି ମାଡ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ପ୍ରେମ ଜନିତ ମାମଲାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଚର୍ଚ୍ଚା ହେଉଛି। ତେବେ, ଏନେଇ ଏପର୍ଯ୍ୟନ୍ତ କୌଣସି ମାମଲା ଥାନାରେ ପଞ୍ଜିକୃତ ହୋଇ ନାହିଁ। ସେପଟେ,ଥାନା ଅଧିକାରୀ,ନାଶିରୁଦ୍ଦିନ ଖାନ କହିଛନ୍ତି ଯେ,ଭୋଜପୁରୀ ଗାୟକଙ୍କ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଗୁଳି ମାରିଥିବା ଦୁବୃର୍ତ୍ତକୁ ଖୋଜାଖୋଜି ଚାଲିଛି। ଘଟଣାର ତଦନ୍ତ ଜାରି ରହିଛି । ଖୁବଶିଘ୍ର  ଅଭିଯୁକ୍ତକୁ ଗିରଫ କରାଯିବ। 


 



Also Read: Snana Yatra 2023: ଦିନକ ପରେ ସ୍ନାନଯାତ୍ରା , ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି


Also Read: Rivaba Jadeja: ଜାଣିଛନ୍ତି କି କ'ଣ କରନ୍ତି ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ  ରିଭାବା ?


 


ଅଳ୍ପ ସମୟ ମଧ୍ୟରେ ଭୋଜପୁରୀରେ ସୁନାମ ଅର୍ଜନ କରିଥିବା ଗାୟକମାନଙ୍କ ମଧ୍ୟରୁ ନିଶା ଉପାଧ୍ୟାୟ ଅନ୍ୟତମ। କରୋନା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ, ଜନତାଙ୍କୁ ଏକତ୍ରିତ କରିବା ଏବଂ କୋରୋନା ପ୍ରୋଟୋକଲ୍ ଭାଙ୍ଗିବା ପାଇଁ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍ କୁ ଆସିଥିଲେ । ଏହା ପରେ ବିହାରର (Ekma) ଏକମା ସହରରେ ନିଶା ଜଣେ ଯୁବକଙ୍କ ଉପରେ ଗାଡି ଚଢାଇ ଦେଇ ଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଯାହା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଭୋଜପୁରୀ ଯୁବ ଶ୍ରୋତାମାନଙ୍କ ମଧ୍ୟରେ ନିଶା ଉପାଧ୍ୟାୟ ବହୁତ ଲୋକପ୍ରିୟ।


Also Read: Flight Service: ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ, ଏତିକି ରହିଛି ଟିକେଟ୍ ମୂଲ୍ୟ


Also Read: Horoscope Today 2 June 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?