Salman Khan: ବଲିଉଡ ଅଭିନେତା ସଲମାନ ଖାନ୍ (Salman Khan)। ନିକଟରେ ତାଙ୍କୁ ଡେଙ୍ଗୁ ହୋଇଥିବା ଖବର ଆସିଥିଲା । ଏଥିପାଇଁ ସେ ବିଗବସ  ସିଜନ ୧୬ ଶୋ'କୁ ହୋଷ୍ଟ କରିବା ବନ୍ଦ କରି ଦେଇଥିଲେ। ତାଙ୍କ ସ୍ଥାନ ନେଇଥିଲେ କରନ ଜୋହର । କରନ ଜୋହର ବର୍ତ୍ତମାନ ବିଗବସ ଶୋ' କୁ ହୋଷ୍ଟ  କରୁଛନ୍ତି । ଅସୁସ୍ଥତା ଯୋଗଁ ସେ  ତାଙ୍କ ଆଗାମୀ ଫିଲ୍ମ 'କିସିକା ଭାଇ କିସିକା ଜାନ୍ 'ର ସୁଟିଂ ମଧ୍ୟ ବନ୍ଦ କରିଦେଇଥିଲେ। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ସଲମାନ ଖାନଙ୍କ ବିଲ୍ଡିଂ ଗାଲାକ୍ସି ଆପାର୍ଟମେଣ୍ଟ(galaxyapartment)ର ଦୁଇଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଦେଖିବାକୁ ମିଳିଛି। ଯାହା ପରେ ବିଏମସି ଟିମ୍ ଔଷଧ ସ୍ପ୍ରେ କରିବା ସହିତ ଅନ୍ୟ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଛି। ସଲମାନଙ୍କର ଡେଙ୍ଗୁ ଥିବା ସୂଚନା ପାଇବା ପରେ ବିଏମସି ଟିମ୍ ଗାଲାକ୍ସି ଏବଂ ଏହାର ଆଖପାଖ ଅଞ୍ଚଳକୁ ଯାଇ ଔଷଧ ସ୍ପ୍ରେ କରିବା  ଅନୁସନ୍ଧାନ କରୁଛି । ଏପର୍ଯ୍ୟନ୍ତ ସଲମାନଙ୍କ ଘରେ ଲାର୍ଭା ମିଳିବାର କୌଣସି ନିଶ୍ଚିତତା ନାହିଁ। ବର୍ତ୍ତମାନ ସର୍ବସାଧାରଣ ଇଭେଣ୍ଟରୁ ଦୂରେଇ ଯାଉଛନ୍ତି ସଲମାନ । 


COMMERCIAL BREAK
SCROLL TO CONTINUE READING

ତେବେ ତାଜା ଅପଡେଟ ଅନୁସାରେ,ସଲମାନ ନିକଟରେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଏହି ଖବର ଭାଇଜାନଙ୍କ ଫ୍ୟାନ୍ସଙ୍କୁ ଏକ ଝଟକା ଦେଇଥିଲା ।  କିନ୍ତୁ ସଲମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । ଡାକ୍ତରଙ୍କ ସୂଚନା ଅନୁସାରେ, ସଲମାନଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ ସୁଧାର ଆସିଛି । ଡେଙ୍ଗୁ ପରେ ଅଭିନେତା ଆୟୁଷ ଶର୍ମାଙ୍କ ପାର୍ଟିରେ ନଜର ଆସିଥିଲେ। ପ୍ରକାଶ ଯେ ,ଆଜି ଠାରୁ ସେ ପୁଣି ଶୁଟିଂ ଆରମ୍ଭ କରିବେ।


ଏହାବି ପଢନ୍ତୁ :Prabhas Vs Vijay: ମକର ସଂକ୍ରାନ୍ତିରେ ପ୍ରଭାସ ବିଜୟ ମୁହାଁମୁହିଁ, ଜାଣନ୍ତୁ ଆସୁଛି କେଉଁ ଫିଲ୍ମ ?


ଏହାବି ପଢନ୍ତୁ  : Urfi Javed: ଉର୍ଫିଙ୍କୁ ଦୋଳିରେ ଝୁଲାଉଥିଲେ ୮ ଜଣ, ଆଉ ତା'ପରେ ଯାହା ହେଲା...


ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ' ଟାଇଗର ୩ ' ଏହି ଫିଲ୍ମରେ ପୁଣି ଥରେ କ୍ୟାଟ୍ରିନା କୈଫ୍ ଏବଂ ସଲମାନଙ୍କୁ ଏକା ସହିତ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ମହେଶ ଶର୍ମା ।  ଫିଲ୍ମଟିକୁ ଲେଖିଛନ୍ତି ଆଦିତ୍ୟ ଚୋପ୍ରା, ନିଲେଶ ଚୋପ୍ରା ଓ ଶ୍ରୀଧର ରାଘବ । ଫିଲ୍ମର ପ୍ରଥମ ଭାଗ କବୀର ଖାନ ନିର୍ଦ୍ଦେଶିନା ଦେଇଥିବା ବେଳେ ଦ୍ୱିତୀୟ ଭାଗ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଲିଡ ରୋଲରେ  ସଲମାନ ଖାନ୍, ଶାହାରୁକ୍ ଖାନ୍, ଇମ୍ରାନ୍ ହାସମି ଓ କ୍ୟାଟ୍ରିନା କୈଫ୍  ଓ ଭିସାଲ୍ ଜେଟଓ୍ବା ନଜର ଆସିବେ।  ଫିଲ୍ମ ‘ଟାଇଗର-୩’ ପୂର୍ବରୁ ୨୦୨୩ ଇଦ୍ ଅର୍ଥାତ୍ ୨୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ବର୍ତ୍ତମାନ ଏହା ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବ।