Prabhas Vs Vijay: ମକର ସଂକ୍ରାନ୍ତିରେ ପ୍ରଭାସ ବିଜୟ ମୁହାଁମୁହିଁ, ଜାଣନ୍ତୁ ଆସୁଛି କେଉଁ ଫିଲ୍ମ ?
Advertisement

Prabhas Vs Vijay: ମକର ସଂକ୍ରାନ୍ତିରେ ପ୍ରଭାସ ବିଜୟ ମୁହାଁମୁହିଁ, ଜାଣନ୍ତୁ ଆସୁଛି କେଉଁ ଫିଲ୍ମ ?

Prabhas Vs Vijay: ସାଉଥ ସୁରଷ୍ଟାର ପ୍ରଭାସ (Prabhas) । ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରଠାରୁ ଫିଲ୍ମଟି ଅଧିକ ଚର୍ଚ୍ଚାରେ ରହୁଛି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ୍ ହେବ । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Prabhas Vs Vijay: ସାଉଥ ସୁରଷ୍ଟାର ପ୍ରଭାସ (Prabhas) । ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରଠାରୁ ଫିଲ୍ମଟି ଅଧିକ ଚର୍ଚ୍ଚାରେ ରହୁଛି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ୍ ହେବ ।  ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି । 'ଆଦିପୁରୁଷ'(`Adipurush)କୁ ବକ୍ସ ଅଫିସରେ ଟକ୍କର ଦେବ ସାଉଥ ଷ୍ଟାର  ବିଜୟଙ୍କ ଅଭିନୀତ ଫିଲ୍ମ 'ଭରିସୁ'(Varisu) । କାହିଁକିନା ଏହି ଦୁଇଟି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀନ ୧୨ ତାରିଖରେ ରିଲିଜ୍ ହେବ ବୋଲି ସ୍ଥିର ହୋଇ ସାରିଛି । 

'ଭରିସୁ' ଫିଲ୍ମଟି ତେଲୁଗୁ ଭାଷାରେ ରିଲିଜ୍ ହେବ । ଏହି ଚଳଚ୍ଚିତ୍ରଟିକୁ ଭାମଶି ପାଇଡିପାଲି ନିର୍ଦ୍ଦେଶନା ଦେଇଛନ୍ତି। ଦିଲ୍ ରାଜୁ ଏବଂ ଶିରିଶ ଏହି ପ୍ରଡକ୍ସନ୍ ହାଉସ୍ ଶ୍ରୀ ଭେଙ୍କଟେଶ୍ବର କ୍ରିଏସନ ଅଧୀନରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ମକର ସଂକ୍ରାନ୍ତି ଅବସରରେ ଫିଲ୍ମଟି ପରଦାକୁ ଆସିବ । ନିର୍ମାତାମାନେ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ଉନ୍ମୋଚନ କରିଛନ୍ତି। ଯେଉଁଥିରେ ବିଜୟ ଏକ କଳା ରଙ୍ଗର ପୋଷାକରେ  ନଜର ଆସିଛନ୍ତି । ଏବଂ ସେ ହାତୁଡ଼ି ଧରିଥିବାର ନଜର ଆସିଛନ୍ତି। ବିଜୟଙ୍କ ବ୍ୟତିତ ପ୍ରଭୁ, ସାରଥ କୁମାର, ପ୍ରକାଶ ରାଜ, ଜୟସୁଧା, ଶ୍ରୀକାନ୍ତ, ଶ୍ୟାମ, ଯୋଗୀ ବାବୁ, ସଂଗୀଥା ଏବଂ ସାନୁକ ପ୍ରମୁଖ କଳାକାରମାନେ  ଫିଲ୍ମରେ ନଜର ଆସିବେ । 

ଏହାବି ପଢନ୍ତୁ : Urfi Javed: ଉର୍ଫିଙ୍କୁ ଦୋଳିରେ ଝୁଲାଉଥିଲେ ୮ ଜଣ, ଆଉ ତା'ପରେ ଯାହା ହେଲା...

ଯଦି ଆମେ 'ଆଦିପୁରୁଷ' କଥା କହିବା ତେବେ ଏହା ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ (  Ramayan) ଉପରେ ଆଧାରିତ। ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।  

ଯଦି ଆମେ ପ୍ରଭାସଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା ତେବେ, ତାଙ୍କ ହାତରେ ଆଦିପୁରୁଷ ବ୍ୟତିତ ଅନେକ ବଡ ପ୍ରୋଜେକ୍ଟ ରହିଛି । ଫିଲ୍ମ 'ପ୍ରୋଜେକ୍ଟ କେ','ସାଲାର' ଓ 'ସ୍ପରିଟ୍'ରେ ନଜର ଆସିବେ ପ୍ରଭାସ ।  'ପ୍ରୋଜେକ୍ଟ କେ' ହେଉଛି ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏକ sci-fi film । ଭାଇଜନ୍ତୀ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ ଦିଶା ପାଟାନି ଅଭିନୟ କରିଛନ୍ତି। ସେହିପରି 'ସାଲାର' ହେଉଛି ଆଗାମୀ ତେଲୁଗୁ ଏବଂ କନ୍ନଡ ଭାଷା ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର । ଯାହାକି ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ହୋମ୍ବଲେ ଫିଲ୍ମସ୍ ଦ୍ୱାରା ନିର୍ମିତ । ପ୍ରଭାସଙ୍କ ସହ ଏହି ଚଳଚ୍ଚିତ୍ରରେ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁ ମଧ୍ୟ ଅଭିନୟ କରିଛନ୍ତି। ସେହିପରିସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ସ୍ପିରିଟ୍ (Spirit)' ଏକ ରୋମାଣ୍ଟିକ୍ ଆକ୍ସନ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଟି ସିରିଜ୍ ବ୍ୟାନରରେ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ।