Adah sharma Accident: ଦୁର୍ଘଟଣାରେ ଶିକାର ହୋଇଛନ୍ତି ‘ଦି କେରଳ ଷ୍ଟୋରୀ’ର (The kerala story) ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମା (Adah Sharma)। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଅଭିନେତ୍ରୀ ସୁସ୍ଥ ହେବା ନେଇ ପ୍ରାର୍ଥନା କରିଥିଲେ । ଅଭିନେତ୍ରୀଙ୍କ ହାଲଚାଲ ପଚାରି ବୁଝିବା ଲାଗି ସୋସିଆଲ ମିଡ଼ିଆରେ ଅଭିନେତ୍ରୀଙ୍କୁ ଟ୍ୟାଗ କରି ପ୍ରଶ୍ନ କରିଥିଲେ ଶହ ଶହ ପ୍ରସଂଶକ । ପ୍ରତି ତାଙ୍କ ଫ୍ୟାନ୍ସଙ୍କ ସ୍ନେହ ଓ ଭଲ ପାଇବା ଦେଖି ଅଭିନେତ୍ରୀ ପ୍ରଶଂସକଙ୍କ ଲାଗି ଏକ ଟ୍ବଟ୍ କରିଥିଲେ । ଅଭିନେତ୍ରୀ ଅଦା ଟ୍ବଟ କରି ଲେଖିଛନ୍ତି ଯେ, “ସାଙ୍ଗମାନେ ମୁଁ ଭଲ ଅଛି । ଦୁର୍ଘଟଣା ନେଇ ସୋସିଆଲ ମିଡିଆରେ ବହୁତ ଖବର ଭାଇରାଲ ହେଉଛି । ପୁରା ଟିମ୍ ସହ ଆମେ ସମସ୍ତେ ଭଲ ଅଛୁ, ସେପରି କୌଣସି ବଡ଼ ଘଟଣା ଘଟିନାହିଁ, କିନ୍ତୁ ଆପଣଙ୍କ ଚିନ୍ତା ପାଇଁ ଧନ୍ୟବାଦ ।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉ କି, “ଦି କେରଳ ଷ୍ଟୋରୀ” ନେଇ ଚାଲିଥିବା ବିବାଦ ଯୋଗୁଁ ଅଦା ଶର୍ମାଙ୍କୁ ପୂର୍ବରୁ ମୃତ୍ୟୁ ଧମକ ମଧ୍ୟ ମିଳିସାରିଛି । ଏହି ଫିଲ୍ମଟି ଭୁଲ ତଥ୍ୟ ଉପରେ ଆଧାରିତ ଓ ଏହା ମୁସଲମାନ ସମ୍ପ୍ରଦାୟ ପ୍ରତି ଘୃଣ୍ୟ ଭାବକୁ ପ୍ରୋତ୍ସାହିତ କରୁଥିବା ନେଇ ଏକ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି । ସେପଟେ ସିନେମା ରିଲିଜର ୩ ଦିନ ପରେ ପଶ୍ଚିମବଙ୍ଗ ସରକାର ଏହି ସିନେମା ଉପରେ କଟକଣା ଲଗାଇଥିଲେ । ରାଜ୍ୟରେ ଶାନ୍ତି ଭଙ୍ଗ ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ । ତେବେ ବିବାଦ, ବ୍ୟାନ ଓ ପ୍ରତିବାଦ ସତ୍ତ୍ବେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ରିଲିଜର ୯ ଦିନ ମଧ୍ଯରେ ସିନେମା ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମଟି ଶନିବାର ଦିନ ପ୍ରାୟ ୧୯.୫୦ କୋଟି ଓ ଶୁକ୍ରବାର ୧୨,୨୩ କୋଟି ଆୟ କରିଥିଲା । ବର୍ତ୍ତମାନ ଚଳଚ୍ଚିତ୍ରର ମୋଟ ବକ୍ସ ଅଫିସ କଲେକ୍ସନ୍ ରହିଛି ୧୧୩ କୋଟି । “ପଠାନ୍” ଓ “ତୁ ଝୁଟି ମୈ ମକାର” ପରେ ଏହା ହେଉଛି ଚଳିତ ବର୍ଷର ତୃତୀୟ ବଲିଉଡ଼ ଫିଲ୍ମ ଯାହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି ।


ସୂଚନା ଥାଉ କି, ରିଲିଜ ହେବା ପୂର୍ବରୁ ଏହାକୁ ମିଥ୍ୟା ପ୍ରଚାରମୂଳକ ଚଳଚ୍ଚିତ୍ର କହିବା ସହ ଏହାକୁ ବ୍ୟାନ କରିବା ନେଇ କେରଳ ସରକାର ଦାବି କରିଥିଲେ । ଫିଲ୍ମ ଆରମ୍ଭରୁ ଏହା ଏକ କାଳ୍ପନିକ କାହାଣୀ ବୋଲି ଦର୍ଶାଯାଇଥିବାରୁ କେରଳ ହାଇକୋର୍ଟ (kerala high court) ସିନେମା ଉପରେ ବ୍ୟାନ ଲଗାଇବାକୁ ମନା କରିଥିଲେ । ରିଲିଜ ପରେ ଏହି ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି (Tax free) ଘୋଷଣା କରିଥିଲେ ମଧ୍ଯପ୍ରଦେଶ ସରକାର (Madhya Pradesh Government) । ବିଜେପି ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହ୍ବାନଙ୍କୁ ଫିଲ୍ମକୁ କର ମୁକ୍ତ କରିବା ନେଇ ପ୍ରସ୍ତାବ ଦେଇଥିଲେ । ପରେ ଏକ ଟ୍ବିଇଟ ଭିଡ଼ିଓ ମାଧ୍ଯମରେ ମଧ୍ଯପ୍ରଦେଶ ସରକାର ଏହି ଫିଲ୍ମକୁ ଚଚ୍ଚଚିତ୍ରକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ । ଟ୍ବିଇଟ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ (CM Shivraj Singh Chouhan Chief minister of Madhya Pradesh) ଲେଖିଥିଲେ ଯେ, ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମକ୍ତ କରିଥିବା “ଦି କେରଳ ଷ୍ଟୋରୀ” ଚଳଚ୍ଚିତ୍ରକୁ ମଧ୍ଯପ୍ରଦେଶ ସରକାର କର ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ସ୍ପର୍ଶକାତର ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । 'ଦି କେରଳ ଷ୍ଟୋରି' କାହାଣୀ କେରଳର ତିନି ହିନ୍ଦୁ ଝିଅଙ୍କ ଉପରେ ପର୍ଯ୍ୟବେସିତ । କିପରି ସେମାନଙ୍କୁ ଚରମପନ୍ଥୀ ମାର୍ଗକୁ ଅଣାଯାଇ ଧର୍ମାନ୍ତରିତ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟରେ ଭର୍ତ୍ତି କରାଯାଇଛି ତାହାକୁ ନେଇ କାହାଣୀଟି ଗତିଶୀଳ ।


ଏହା ବି ପଢନ୍ତୁ-Parineeti Raghav Net Worth: ରାଘବ ଚଢା ନା ପରିଣୀତି ଚୋପ୍ରା କିଏ ଅଧିକ ଧନୀ?