Advertisement
Photo Details/zeeodisha/odisha1695586
photoDetails0hindi

Parineeti Raghav Net Worth: ରାଘବ ଚଢା ନା ପରିଣୀତି ଚୋପ୍ରା କିଏ ଅଧିକ ଧନୀ?

Parineeti Raghav Net Worth: ଶନିବାର ଦିନ ନୂଆଦିଲ୍ଲୀ କନ୍ନଟପ୍ଲେସ ସ୍ଥିତ କପୁରତାଲା ହାଉସରେ ଶେଷ ହୋଇଛି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ । ଉଭୟଙ୍କ ପରିବାର ସଦସ୍ୟ ସହ ଘନିଷ୍ଠ ବନ୍ଧୁଙ୍କ ମଧ୍ଯରେ ଏହି ନିର୍ବନ୍ଧ ହୋଇଥିଲା। ପରିଣୀତି ଓ ରାଘବ ଚଢାଙ୍କ ଏହି ନିର୍ବନ୍ଧ ପାର୍ଟିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ପତ୍ନୀ ସୁନୀତାଙ୍କ ସହ ଯୋଗ ଦେଇଥିଲେ । ରାଘବ ଚଢା ଓ ପରିଣୀତି ଚୋପ୍ରାଙ୍କ ନିଜ ନିଜ ପ୍ରଫେସନରେ ବେଶ ସଫଳ ହୋଇଥିବା ବେଳେ ଦୁହିଁଙ୍କ ପାଖରେ ଯଥେଷ୍ଟ ସମ୍ପତ୍ତି ରହିଛି । ତେବେ ଆସନ୍ତୁ ଜାଣିବା କାହା ପାଖରେ ଅଛି କେତେ ସମ୍ପତ୍ତି?

1/6

୨୦୧୨ ମସିହାରେ ରାଜନୈତିରେ ପାଦ ଦେଇଥିବା ରାଘବ ଚଢା ବର୍ତ୍ତମାନ ଆପର ସବୁଠାରୁ କନିଷ୍ଠ ସାଂସଦ ଅଟନ୍ତି ।

2/6

ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

3/6

ରାଘବ ଚଢାଙ୍କ ନିକଟରେ ୫୦ ଲକ୍ଷ ଟଙ୍କା ନେଟ୍ କ୍ୟାସ ସହ ଏକ ମାରୁତି ସ୍ବିଫ୍ଟ ଡ଼ିଜାୟର କାର ଓ ୩୭ ଲକ୍ଷ ଟଙ୍କାର ଏକ ଘର ରହିଛି । ଏହାସହ ତାଙ୍କ ପାଖରେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଅଛି ।

4/6

ସମ୍ପତ୍ତି ମାମଲାରେ ଭାବି ସ୍ବାମୀଙ୍କଠାରୁ ବେଶ ଆଗରେ ରହିଛନ୍ତି ଅଭିନେତ୍ରୀ ପରିଣୀତି ଚେପ୍ରା ।

5/6

ପରିଣୀତିଙ୍କ ନିକଟରେ ମୋଟ ୬୦ କୋଟିର ସମ୍ପତ୍ତି ସହ ମୁମ୍ବାଇରେ ଏକ ଲଗଜୁରୀ ଆପାର୍ଟମେଣ୍ଟ ରହିଛି ।

6/6

ଖାଲି ଏତିକି ନୁହେଁ, ପରିଣୀତିଙ୍କ ନିକଟରେ ଅଡ଼ି ଏ୬, ଜାଗୁଆର, ଏକ୍ସଜେଏଲ ଓ ଅଡ଼ି କ୍ୟୁ୫ ପରି ଦାମୀ କାର ରହିଛି ।