Brahmastra On Ott: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ( Brahmāstra: Part One – Shiva) । ଚଳିତ ବର୍ଷ ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଛି ।  ଫିଲ୍ମଟି  ଭଲ କଲେକସନ ମଧ୍ୟ କରିଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ‘ବ୍ରହ୍ମାସ୍ତ୍ର’ଓଟିଟିରେ ରିଲିଜକୁ ହେବାକୁ ଯାଉଛି । ଦୀପାବଳି ଉତ୍ସବରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସୁପର ହିଟ୍ ଫିଲ୍ମ ବ୍ରହ୍ମାସ୍ତ୍ର ଡିଜନି ପ୍ଲସ୍ ହଟଷ୍ଟାର(Disney+ Hotstar )ରେ ପ୍ରସାରିତ ହେବାକୁ ଯାଉଛି। ଫିଲ୍ମଟି  ୨୩ ଅକ୍ଟୋବରରେ ଓଟିଟି ରେ ଷ୍ଟ୍ରିମ୍ ହେବ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରୁଛି। ଏହି ଫିଲ୍ମଟି ଗତମାସ ୯ ତାରିଖରେ ପରଦାକୁ ଆସିଥିଲା । ଫିଲ୍ମଟି ୫ଟି ଭାଷାରେ ରିଲିଜ ହୋଇଥିଲା । ଦର୍ଶକମାନେ ମଧ୍ୟ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି।  ବିଶ୍ବବ୍ୟାପି ଫିଲ୍ମଟି ୩୯୮.୩୮ କୋଟି ଟଙ୍କା ରୋଜଗାର କରିଛି।  


COMMERCIAL BREAK
SCROLL TO CONTINUE READING


ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ(Amitabh Bachchan),ରଣବୀର କପୁର(Ranbir Kapoor) ,ଆଲିଆ ଭଟ୍ଟ(Alia Bhatt),ମୌନି ରାୟ(Mouni Roy), ନାଗାର୍ଜୁନ ଆଖିନେନି(Nagarjuna), ଶାହାରୁକ ଖାନ୍(Shah Rukh Khan) , ସୌରଭ ଗୁରଜର(Saurav Gurjar), ଦିବ୍ୟେନ୍ଦୁ (Divyenndu)ଭଳି ଅଭିନେତା ରହିଛନ୍ତି। ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି (Ayan Mukerji)। ପ୍ରଯୋଜକ ଭାବେ ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର(Karan Johar) ,ଅପୂର୍ବ ମେହେଟ୍ଟା(Apoorva Mehta),  ନମିତା ମଲହୋତ୍ରା(Namit Malhotra), ରଣବୀର କପୁର(Ranbir Kapoor), ମର୍ଜିକ ଡିସୋଜା(Marijke Desouza) ଓ ଆୟନ ମୁଖେର୍ଜି (Ayan Mukerji) । 


 


ଏହାବି ପଢନ୍ତୁ :  Sunny Deol Birthday: ଗୋଟିଏ ଫିଲ୍ମ ପାଇଁ ଏତିକି କୋଟି ନିଅନ୍ତି ସନ୍ନି, ଜାଣିଲେ ଉଡିଯିବ ହୋସ୍



ଫିଲ୍ମର ବଜେଟ ରହିଛି ୪୧୦ କୋଟି। ଗାଙ୍ଗୁବାଇ କାଥିଆୱାଡି (Gangubai Kathiawadi),ଭୁଲଭୁଲେୟା2 (Bhool Bhulaiyaa 2), ଦ' କାଶ୍ମୀର ଫାଇଲ(The Kashmir Files)କୁ ଛାଡି ଦେଲେ ଅନ୍ୟ କୌଣସି ମୁଭି ବକ୍ସ ଅଫିସରେ ଆଶାତିତ ସଫଳତା ଦେଇ ନାହିଁ।  ଫିଲ୍ମଟି ବୁଲଗେରିଆ (Bulgaria), ଲଣ୍ଡନ (London) , ନ୍ୟୁୟର୍କ(New York) , ଏଡିନବର୍ଗ(Edinburgh) , ଥାଇଲ୍ୟାଣ୍ଡ(Thailand), ମନାଲି (Manali), ମୁମ୍ବାଇ (Mumbai)ଏବଂ ବାରାଣାସୀ (Varanasi) ରେ ସୁଟିଂ ହୋଇଛି। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ  ବିଳମ୍ବ ହୋଇଥିଲା। ଜୁଲାଇ ୨୦୧୪ ରେ ବ୍ରହ୍ମାସ୍ତ୍ର ଫିଲ୍ମଟି ଘୋଷଣା କରାଯାଇଥିଲା । ବହ୍ମାସ୍ତ୍ର  (Brahmastra:Part One – Shiva) ଫିଲ୍ମର ଫଟୋଗ୍ରାଫି ଫେବୃଆରୀ ୨୦୧୮ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଚାଲିଥିଲା। ଶେଷରେ ଚଳିତ ବର୍ଷ ସେପ୍ଚେମ୍ବର ୯ରେ ମୁକ୍ତି ଲାଭ କରିଛି ଏ ଫିଲ୍ମ । ତେବେ, ଖୁବ ଶିଘ୍ର ପରଦାକୁ ଆସିବ ବ୍ରହ୍ମାସ୍ତ୍ର ପାର୍ଟ ୨ (Brahmastra 2) । ଯେଉଁଥିରେ ଦୀପିକା ପାଦୁକୋନ୍  ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ, ଏ ଫିଲ୍ମରେ ଦୀପିକାଙ୍କ ସହ କିଏ ସ୍କ୍ରିନ୍ ସେୟାର କରିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।  ତେବେ, ଏ ଫିଲ୍ମର ନାୟକ ଭୂମିକା ପାଇଁ  ହ୍ରିତିକ ରୋଶନ ଓ ରଣବୀର ସିଂଙ୍କ ନାଁ ଚର୍ଚ୍ଚା ହେଉଛି ।