Sunny Deol Birthday: ଗୋଟିଏ ଫିଲ୍ମ ପାଇଁ ଏତିକି କୋଟି ନିଅନ୍ତି ସନ୍ନି, ଜାଣିଲେ ଉଡିଯିବ ହୋସ୍
Advertisement

Sunny Deol Birthday: ଗୋଟିଏ ଫିଲ୍ମ ପାଇଁ ଏତିକି କୋଟି ନିଅନ୍ତି ସନ୍ନି, ଜାଣିଲେ ଉଡିଯିବ ହୋସ୍

Sunny Deol Birthday: ସନ୍ନି ଦେଓଲ (Sunny Deol ) ହିନ୍ଦି ସିନେମାର ଜଣାଶୁଣା ନାଁ । ତାଙ୍କର ଦମଦାର ଅଭିନୟ ପାଇଁ ସେ ବେଶ ପରିଚିତ । ଆଜି ତାଙ୍କର ଜନ୍ମଦିନ ।  ସେ ୬୭ ବର୍ଷରେ ପଦାର୍ପଣ କରିଛନ୍ତି । ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାନାର ସୁଅ । 

ସୌଜନ୍ୟ : ସୋସିଆଲ ମିଡିଆ

Sunny Deol Birthday: ସନ୍ନି ଦେଓଲ (Sunny Deol ) ହିନ୍ଦି ସିନେମାର ଜଣାଶୁଣା ନାଁ । ତାଙ୍କର ଦମଦାର ଅଭିନୟ ପାଇଁ ସେ ବେଶ ପରିଚିତ । ଆଜି ତାଙ୍କର ଜନ୍ମଦିନ ।  ସେ ୬୭ ବର୍ଷରେ ପଦାର୍ପଣ କରିଛନ୍ତି । ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାନାର ସୁଅ । ବହୁ କଳାକାରଙ୍କ ସହ ତାଙ୍କ ପ୍ରଂଶସକ ମଧ୍ୟ ତାଙ୍କୁ ଜନ୍ମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।  ଆକ୍ସନ ମୁଭି ପାଇଁ ସେ ଅଧିକ ପରିଚିତ । ଆଜିର ଦିନରେ ସେ ପଞ୍ଜାବର ସାହାନେଓ୍ବାଲ ଗାଁରେ ଏକ ପଞ୍ଜାବି ଜେଟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଧର୍ମେନ୍ଦ୍ର ଓ ମାଆ ପ୍ରକାଶ କୌର ,ଏଥି ସହିତ  ହେମାମାଳିନୀ ହେଉଛନ୍ତି ତାଙ୍କର ସାବତ ମାଆ । ୧୯୮୨ ମସିହାରେ  ଫିଲ୍ମ 'ବେତାବ'ରେ ସନ୍ନି ଡେବ୍ୟୁ କରିଥିଲେ। ଯେଉଁଥିରେ ସେ ଅମୃତା ସିଂଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ ।  ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି । 'ଗଦର ଏକ ପ୍ରେମ କଥା', 'ଇଣ୍ଡିଆନ୍‌', 'ଘାୟଲ', 'ଘାତକ', 'ଜିଦ୍ଦି', 'ଅର୍ଜୁନ୍' ଓ 'ସମୁନ୍ଦର' ଭଳି ହିଟ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । 
 
ସନ୍ନି ଦେଓଲ ପୂଜା ଦେଓଲଙ୍କୁ ବିବାହ କରିଥିଲେ । ସନ୍ନିଙ୍କ ୨ଟି ପୁଅ ଅଛନ୍ତି । କରନ ଓ ରାଜବୀର ।  କରଣ ହେଉଛନ୍ତି ଜଣେ ଅଭିନେତା ଓ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି । ୟମଲା ପାଗଲା ଦିଓ୍ବାନା ଫିଲ୍ମର ସେ ସହ ନିର୍ଦ୍ଦେଶକ ଥିଲେ। କରନ୍  'ପଲ ପଲ ଦିଲ କେ ପାସ' ଫିଲ୍ମରେ ଡେବ୍ୟୁ କରିସାରିଛନ୍ତି ।  ସନ୍ନି ଦେଓଲ ରାଜନୀତିରେ ମଧ୍ୟ ପାଥ ଥାପିଛନ୍ତି । ସେ ସେ ୨୦୧୯ ଅପ୍ରିଲ ୨୩ରେ ବିଜେପିରେ ଯୋଗ ଦେଇଥିଲେ।  ସେ ୨୦୧୯ ସାଧାରଣ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଟିକଟରେ ଗୁରୁଦାସପୁର ଲୋକସଭା ଆସନ ଜିତି ସଂସଦରେ ପହଞ୍ଚିଥିଲେ ।ଶେଷଥର ପାଇଁ ସନ୍ନିଙ୍କୁ ଫିଲ୍ମ (Chup) ସେ ଦେଖିବାକୁ ମିଳିଥିଲା । ଯଦି ଆମେ ସନ୍ନିଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ସନ୍ନିଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।

ଏହାବି ପଢନ୍ତୁ : Aryan Khan Case : ପୁଣି ବନ୍ଧା ହୋଇପାରନ୍ତି ଆର୍ଯ୍ୟାନ୍ ଖାନ୍

ଫିଲ୍ମ 'ବାପ୍ ', 'ସୁରିୟା', 'ଆପନେ ୨', 'ଗଦର ୨'ରେ ସନ୍ନି ନଜର ଆସିବେ। ସନ୍ନିଙ୍କ ଏହି ଆକ୍ସନ ମୁଭି ଦେଖିବାକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଫ୍ୟାନ୍ସ।  ୯୦ ଦଶକରେ ଏହି ଅଭିନେତାଙ୍କ ଜଲଓ୍ବା ଆଜିବି ରହିଛି । ସନ୍ନି ସେ ସମୟରେ ଏକ ଚଳଚ୍ଚିତ୍ର ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ଫିଲ୍ମ ବର୍ଡର ପାଇଁ ସେ ସମାନ ଫି ଆଦାୟ କରିଥିଲେ । ଏଥି ସହିତ, ଆଜିର ସମୟରେ ତାଙ୍କ ଫିସ୍‌ ୫ ରୁ ୬କୋଟିକୁ ବୃଦ୍ଧି ପାଇଛି । ସେହିପରି ସନ୍ନି କୋଟି କୋଟି ଟଙ୍କାର ମାଲିକ ମଧ୍ୟ ।  ୨୦୧୯ ନିର୍ବାଚନ ପାଇଁ ତାଙ୍କ ଆଫିଡେଭିଟ୍‌ରେ ସେ ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଥିଲେ । ସେହି ଦିନ ସନ୍ନି କହିଥିଲେ ଯେ, ତାଙ୍କ ପାଖରେ ୬୦ କୋଟି ଟଙ୍କା ମୂଲ୍ୟର ଚଳ ସମ୍ପତ୍ତି ଏବଂ ୨୧ କୋଟି ଟଙ୍କାର ଅଚଳ ସମ୍ପତ୍ତି ଅଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଅଭିନେତାଙ୍କ ମୋଟ୍‌ ସମ୍ପତ୍ତି ୧୭ ମିଲିୟନ୍ ଡଲାର ଅଟେ ।