Manoj Bajpayee Birthday: ବଲିଉଡ଼ ଅଭିନେତା ମନୋଜ ବାଜପେୟୀ । ଆଜିକା ଦିନରେ ବି-ଟାଉନରେ ନାଁଟି ବେଶ୍ ପରିଚିତ।  ଜଣେ ପ୍ରସିଦ୍ଧ ଅଭିନେତା ଭାବରେ  ବଲିଉଡରେ ସେ ରାଜ୍ କରୁଛନ୍ତି । କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନ ଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ। ବିହାରର ଏକ ଛୋଟ ଗାଁ ବେଲୱାରେ  ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ ଏକ କୃଷକ ପରିବାରରେ ମନୋଜ ବାଜପେୟୀ (Manoj Bajpayee)ଜନ୍ମ ହୋଇଥିଲେ। ପିଲାଟି ବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ମନୋଜ୍ ଆଜି ଜଣେ ଆଗଧାଢିର ଅଭିନେତା। ତେବେ ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ ଜାଣିବା କିଛି ଖାସ୍ କଥା...


COMMERCIAL BREAK
SCROLL TO CONTINUE READING

ଏମିତି ଥିଲା ମନୋଜର ଯାତ୍ରା:


ମନୋଜ ବାଜପେୟୀ ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ  ବିହାରର ଚମ୍ପାରାନର ଏକ ଛୋଟ ଗାଁ ବେଲୱାଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କର ଅଭିନେତା ହେବାକୁ ଆଗ୍ରହ ଥିଲା । ବିହାରର ବେଟିୟା ଜିଲ୍ଲାରୁ ପାଠପଢା ଶେଷ କରିବା ପରେ ୧୭ ବର୍ଷ ବୟସରେ ଦିଲ୍ଲୀ ଆସିଥିଲେ। ଯେତେବେଳେ ମନୋଜ ତାଙ୍କ ଘରେ କହିଥିଲେ ଯେ ସେ ଜଣେ ଅଭିନେତା ହେବାକୁ ଚାହୁଁଛନ୍ତି, ତାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ତାଙ୍କୁ ପରିହାସ କରିଥିଲେ। ଏବଂ ମଜାକ୍ ଉଡାଇଥିଲେ।



ଫିଲ୍ମ ପାଇଁ ଅଡିସନ୍ ଦେଇଥିବା ବେଳେ ଅନେକ ଥର ରିଜେକ୍ଟ ହୋଇଛନ୍ତି:
ଏକ ସାକ୍ଷାତକାରରେ ମନୋଜ କହିଥିଲେ ଯେ,  'ଯେତେବେଳ ପାଠ ପଢା ସାରି ଅଭିନେତା ହେବାକୁ ମୁମ୍ବାଇ ଆସିଥିଲି । ସେତେବେଳେ ଗୋଟିଏ ରୋଲ୍ ବା ଅଭିନୟ ପାଇଁ ଏକାଧିକ ନିର୍ଦ୍ଦେଶକ ଆଉ ପ୍ରଯୋଜକଙ୍କୁ ଭେଟିଛି । ଦିନ ଏକ ଅଡିସନ୍ ପାଇଁ ଜଣେ ନିର୍ଦ୍ଦେଶକଙ୍କ ପାଖକୁ କିଛି ଫଟୋ ଧରି ଯାଇଥିଲି । କିନ୍ତୁ ନିର୍ଦ୍ଦେଶକ ମୋ ଫଟୋ ଗୁଡିକୁ ଡଷ୍ଟବିନ୍ ରେ ପକାଇ ଗେଟ୍ ଆଉଟ କହିଥିଲେ। ଯାହା ମୋତେ ବହୁତ ଖରାପ୍ ଲାଗିଥିଲା।' ପରିସ୍ଥିତି ଏପରି ହୋଇଥିଲା ଯେ, କ୍ୟାରିୟର ଆରମ୍ଭ ବେଳେ ବାରମ୍ବାର ରିଜେକ୍ସନ୍ ଯୋଗୁଁ ସେ ଥରେ ନୁହେଁ, ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । 


ମୁମ୍ବାଇରେ ଦିର୍ଘ  ୪ ବର୍ଷ ଧରି ସଂଘର୍ସ କରିବା ପରେ ପ୍ରଥମ ଥର ପାଇଁ ଟିଭି ଧାରାବାହିକ 'ସ୍ବାଭିମାନ୍' (Swabhiman) କାମ କରିବାର ସୁଯୋଗ ପାଇଥିଲି। ଟିଭି ସିରିଏଲରେ କାମ କରିବା ପରେ  ଫିଲ୍ମ ପାଇଁ ଅଫର ମିଳିଥିଲା। ୧୯୯୪ ରେ 'ଦ୍ରୋହ କାଳ୍ '(Droh Kaal ) ରେ ଡେବ୍ୟୁ କରିଥିଲେ । ପରେ  ୧୯୯୮ ମସିହାରେ ମନୋଜ ବାଜପେୟୀ ରାମ ଗୋପାଳ ଭର୍ମାଙ୍କ ଫିଲ୍ମ 'ସତ୍ୟ'ରେ ନଜର ଆସିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା (National Award for Best Supporting Actor for this film)ଭାବରେ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ , ତେବେ, ମନୋଜଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୭୦ କୋଟି ହେବ।