Actress Noor Malabika Das Commit Suicide: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର । ଲୁହରେ ଭିଜିଲା ବଲିଉଡ଼। ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ନୁର ମାଳବିକା ଦାସ୍ । ସେ ରଶି ଲାଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୁମ୍ବାଇର ଲୋଖଣ୍ଡୱାଲା ଘରୁ ତାଙ୍କ ମୃତଦେହକୁ ପୋଲିସ୍ ଉଦ୍ଧାର କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା। ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ଅଭିନେତ୍ରୀ ନୁର ମାଳବିକା ଦାସ୍  (The Trial) 'ଦି ଟ୍ରାଏଲ୍' ୱେବ୍ ସିରିଜରେ ଅଭିନୟ କରି ବେଶ୍ ଲୋକପ୍ରିୟତା ପାଇଥିଲେ।  ଅଭିନେତ୍ରୀ ମୁମ୍ବାଇର ଲୋଖଣ୍ଡୱାଲା ଅଞ୍ଚଳରେ ଏକ ଫ୍ଲାଟ୍ ରେ ରହୁଥିଲେ। ଗତ ୬ ତାରିଖରେ ସେ ସେହି ଘରେ ଆତ୍ମହତ୍ୟା କରିଥିଲେ। କିନ୍ତୁ ଏନେଇ କାହାକୁ କିଛି ଜଣାପଡି ନଥିଲା। କିନ୍ତୁ ତାଙ୍କ ରୁମ୍ ରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀଙ୍କ ସନ୍ଦେହ ବଢିଥିଲା। ପରେ ଏନେଇ ପଡୋଶୀ ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ତେବେ, କିଭଳି ସ୍ଥିତିରେ ସେ ଆତ୍ମହତ୍ୟା କଲେ ପୋଲିସ୍ ଏନେଇ ଛାନଭିନ୍ ଆରମ୍ଭ କରିଛି। ଏହା ସହ ଅଭିନେତ୍ରୀଙ୍କ ରୁମରୁ କିଛି ଔଷଧ ଓ ତାଙ୍କ ମୋବାଇନ୍ ଫୋନ୍ ଜବତ ହୋଇଛି। ସେପଟେ, ଅଭିନେତ୍ରୀଙ୍କ ମୃତଦେହ ପୋଷ୍ଟମଟମ୍ ପରେ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ନେବାକୁ ମନା କରିବାରୁ ଏକ ଏନଜିଓ ସଂସ୍ଥା ତାଙ୍କର ଅନ୍ତିମ ସଂସ୍କାର କରିଛି। 


ALSO READ: Odisha News: ହିଟ୍‍ ଓ୍ୱେଭରେ ୪୧ ମୃତ, ୨୨୬୯ ପୀଡ଼ିତ



ଅଭିନେତ୍ରୀ ନୁର ମାଳବିକା ଦାସ୍   ଏହି ସବୁ ଓ୍ବେବ୍ ସିରିଜ୍ ରେ ନଜର ଆସିଛନ୍ତି:  'ଦି ଟ୍ରାଏଲ୍' (The Trial) ୱେବ୍ ସିରିଜ ବ୍ୟତିତ,  ମାଳବିକା (Teekhi Chutney),  ବ୍ୟାକ୍ ରୋଡ୍ ହୁଷ୍ଟେଲ (Backroad Hustle ), ଚରମ ସୁଖ୍(Charam Sukh),ଦେଖ ଅନଦେଖି (Dekhi Andekhi ), ସିସକିୟା ସିଜନ୍(Siskiyaan Season )ରେ ନଜର ଆସିଥିଲେ।