Odisha News: ହିଟ୍‍ ଓ୍ୱେଭରେ ୪୧ ମୃତ, ୨୨୬୯ ପୀଡ଼ିତ
Advertisement
Article Detail0/zeeodisha/odisha2287381

Odisha News: ହିଟ୍‍ ଓ୍ୱେଭରେ ୪୧ ମୃତ, ୨୨୬୯ ପୀଡ଼ିତ

Odisha News:ଏ-ଥର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ ଅସହ୍ୟ କରିଛି। ଏଥିରେ ପ୍ରାୟ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ହସ୍‍ପିଟାଲ୍‍ରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। 73ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।  

Odisha News: ହିଟ୍‍ ଓ୍ୱେଭରେ ୪୧ ମୃତ, ୨୨୬୯ ପୀଡ଼ିତ

Odisha News:ଏ-ଥର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ ଅସହ୍ୟ କରିଛି। ଏଥିରେ ପ୍ରାୟ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ହସ୍‍ପିଟାଲ୍‍ରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। 73ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।  କିଛି ମୃତଦେହ ପରିବାର ଲୋକ ପୋଷ୍ଟମର୍ଟମ ନ କରି ନେଇ ଯାଇଛନ୍ତି ବୋଲି ସେ କହିଛନ୍ତି। ଗତକାଲି ୧୬ ଜଣ ହିଟୱେଭରେ ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଛନ୍ତି। 

ସେହିପରି  ଆନ୍ଥ୍ରାକ୍ସ ପ୍ରଭାବ ବିଷୟରେ  ସେ କହିଛନ୍ତି,  ଗତ ମାସ ୨୨ ଓ ୩୦ ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଓ ଯଶବନ୍ତପୁରର ଗାଁରୁ ଆନ୍ଥ୍ରାକ୍ସ ମାମଲା ଆସିଥିଲା।  ସମୁଦାୟ ୧୧ ମାମଲାରୁ ୨ଟି ଆନ୍ଥ୍ରାକ୍ସ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବାକି ନବୁନାର ରିପୋର୍ଟ ଆସିନି। ସେ ସବୁ ଗାଁରେ ଆନ୍ଥ୍ରାକ୍ସ ଥିବା ଜନ୍ତୁକୁ ଗାଁ ଲୋକେ ମାରି ଖାଇବାରୁ ଆନ୍ଥ୍ରାକ୍ସ ବ୍ୟାପିଲା। ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ରାପିଡ଼ ଆକ୍ସନ ଟିମ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି।

ଗତ ବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ୧୦୭ ଡେଙ୍ଗୁ ରୋଗୀ ଥିଲେ। ଚଳିତ ବର୍ଷ ଏ ଯାଏଁ ୨୩୫ ରୋଗୀଙ୍କ ଚିହ୍ନଟ କରାଯାଇଛି। ଗତକାଲି ୩ଜଣଙ୍କୁ ଚି଼ହ୍ନଟ କରାଯାଇଛି। ସେମାନଙ୍କ ଭିତରୁ  ଦୁଇଜଣ ପୁରୀ ଓ ଭୁବନେଶ୍ୱରରୁ ଜଣେ  ରୋଗୀ ଅଛନ୍ତି। କଟକରେ ୧୯, ଖୋର୍ଦ୍ଧାରେ ୬୫,  ମାଲକାନଗିରିରୁ ୧୭ ଓ ସୁନ୍ଦରଗଡ଼ରୁ ୧୦ ଜଣ ଡେଙ୍ଗୁ ରୋଗୀଙ୍କୁ ଚି଼ହ୍ନଟ ହୋଇଛନ୍ତି।

ବର୍ଷାଋତୁ ଆସିବାରୁ ଡେଙ୍ଗୁ ଆଶଙ୍କାକୁ ଏଡ଼ାଯାଇ ନପାରେ। ଏଣୁ ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଦିଆଯାଇଛି। ସର୍ବାଧିକ ରୋଗୀ ଖୋର୍ଦ୍ଧା, ମାଲକାନଗିରି ଓ ପୁରୀରୁ ଆସିଛି. ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ହସ୍‍ପିଟାଲ୍‍ଙ୍କୁ  ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି। ଏ ନେଇ ହସ୍ପିଟାଲ ଗୁଡିକୁ ପ୍ରଶିକ୍ଷଣ ଦିଆଯାଇଛି। କଟକ, ଖୋର୍ଦ୍ଧା, ପୁରୀକୁ ଅଧିକ ଆଲର୍ଟ ରହିବାକୁ କୁହାଯାଇଛି