Pankaj Tripathi: ବଲିଉଡ଼ ଜଗତର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ। ଏହି ଅଭିନେତାଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡିଛି । ଭୟଙ୍କର ସଡ଼କ ଦୁର୍ଘଟଣାରେ ପଙ୍କଜ ତ୍ରିପାଠୀଙ୍କର ଭିଣୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଭଉଣୀ (ସବିତା ତିଓ୍ବାରୀ) ) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି ରାକେଶ ତିଓ୍ବାରୀ (Rakesh Tiwari)।  ଝାଡ଼ଖଣ୍ତର ଧାନବାଦ୍ ରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଶନିବାର ଛୁଟି ଦିନ ଥିବାରୁ ପଙ୍କଜଙ୍କ ଭିଣୋଇ ରାକେଶ ତିଓ୍ବାରୀ ଓ ତାଙ୍କ ଭଉଣୀ ସରିତା କାର ଯୋଗେ ନିଜ ଘର ଗୋପାଳଗଞ୍ଜକୁ ଯାଉଥିଲେ।  ପଶ୍ଚିମବଙ୍ଗରୁ  ବିହାରର ଗୋପାଳଗଞ୍ଜ ଯିବା ରାସ୍ତାରେ ତାଙ୍କ ଗାଡିଟି ଝାଡଖଣ୍ତର ଧାନବାଡରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସବିତା ଗୁରୁତର ହୋଇପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର ମଧ୍ୟରୁ ରାକେଶଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ସବିତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।  


ସୂଚନା ଯୋଗ୍ୟ ଯେ, ରାକେଶ ତିଓ୍ବାରୀ ପଶ୍ଚିମବଙ୍ଗର ( Chittaranjan)ଚିତ୍ତରଂଜନ ଜିଲ୍ଲାରେ ଥିବା ରେଳବାଇର ଜିଏମ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। କିନ୍ତୁ ଶନିବାର ଛୁଟି ଦିନ ଥିବାରୁ ସେ ନିଜ ପତ୍ନୀଙ୍କ ସହ ଘର ଗୋପାଳଗଞ୍ଜକୁ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଭିଣୋଇଙ୍କ ଏହି ଦୁର୍ଘଟଣାର ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ।