Ibrahim Ali Khan: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲି ଖାନ । ସବୁବେଳ ସେ ତାଙ୍କର ଲୁକକୁ ନେଇ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ଇବ୍ରାହିମ ଅଲ୍ଲି ଖାନଙ୍କୁ ନେଇ  ଏକ ବଡ ଖବର ସାମ୍ନାକୁ ଆସିଛି । ସେ ଖୁବଶିଘ୍ର ବଲିଉଡରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଷ୍ଟାର କିଡ୍ସଙ୍କୁ ଚାନ୍ସ ଦେବେ ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର । ସେ ସବୁବେଳେ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍‌ମାନଙ୍କୁ ନେଇ ଫିଲ୍ମ ଲଞ୍ଚ କରୁଛନ୍ତି। କରଣଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସରେ ନିର୍ମିତ ଏକ ଫିଲ୍ମରେ ଡେବ୍ୟୁ କରିବେ ଇବ୍ରାହିମ । 


COMMERCIAL BREAK
SCROLL TO CONTINUE READING


୨୦୨୩ରେ ସୁଟିଂ ଆରମ୍ଭ ହେବ : 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୋମାନ ଇରାନୀଙ୍କ ପୁଅ କାୟୋଜ ଇରାନୀ ଇବ୍ରାହିମ ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶନା ଦେବେ। ଏହି  ଫିଲ୍ମରେ କରଣ ଜୋହର ନିର୍ମାତା ଅଛନ୍ତି । ସୂଚନା ଅନୁଯାୟୀ, ଫିଲ୍ମଟି ଡିଫେନ୍ସ ଫୋର୍ସ ଉପରେ ଆଧାରିତ ହେବ। ୨୦୨୩ ରୁ ଫିଲ୍ମ ଫିଲର୍ସ ଉପରେ ଆସିବ । ଫିଲ୍ମର ଅଫିସିଆଲ୍ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ଏହା ଏକ ବଡ ବଜେଟ୍ ଫିଲ୍ମ ହେବ ବୋଲି କୁହାଯାଉଛି । 


ଏହାବି ପଢନ୍ତୁ : Daman: ବଲିଉଡକୁ ଟକ୍କର ଦେବ 'ଦମନ', ହିନ୍ଦିରେ ଆସିବ ଫିଲ୍ମ


ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ


ଏହାବି ପଢନ୍ତୁ : Amitabh Bachchan: ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖରେ ଅମିତାଭ, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ



କରଣ ଜୋହର ଏହି ଫିଲ୍ମର ନିର୍ମାତା : 
ଇବ୍ରାହିମ ଅଲ୍ଲୀ ଖାନ, କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ'(Rocky Aur Rani Ki Prem Kahani)ରେ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ, ରଣଭୀର ସିଂ, ଶବାନା ଆଜମୀ ଏବଂ ଜୟା ବଚ୍ଚନ ପ୍ରମୁଖ ଭୂମିକାରେ ନଜର ଆସିବେ । ଆଶା କରାଯାଉଛି ଯେ, ଇବ୍ରାହିମଙ୍କ ଭଉଣୀ ସାରା ଅଲ୍ଲୀ ଖାନଙ୍କ ପରି ସେ ମଧ୍ୟ ତାଙ୍କ ଅଭିନୟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିବେ।


'କେଦାରନାଥ'ରେ କରିଥିଲେ ଡେବ୍ୟୁ:


ସାରା ଅଲ୍ଲୀ ଖାନ ଏବଂ ଇବ୍ରାହିମ ଅଲ୍ଲୀ ଖାନ୍ ଅମୃତା ଏବଂ ସୈଫ ଅଲ୍ଲୀ ଖାନ୍ ଙ୍କ  ସନ୍ତାନ। ଉଭୟଙ୍କୁ ସେମାନଙ୍କ ପିତାମାତାଙ୍କ କପି ବୋଲି କୁହାଯାଏ । ସାରା ଅଲ୍ଲୀ ଖାନ୍,  ୨୦୧୮ରେ 'କେଦାରନାଥ' ଫିଲ୍ମରେ ଡେବ୍ୟୁ କରିଥିଲେ।  ଏବଂ ତାଙ୍କ ବିପକ୍ଷରେ ଅଭିନେତା ଥିଲେ,ସୁଶାନ୍ତ ସିଂ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା।  ପରେ ସାରା ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ।  ଇବ୍ରାହିମଙ୍କ ଭଉଣୀ ସାରା ଅଲ୍ଲି ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍‌ ଆକ୍ଟିଭ୍‌। ସେ ଯୁବ ପିଢିରେ ଜଣେ ସଫଳ ଅଭିନେତ୍ରୀ ମଧ୍ୟ ଅଟନ୍ତି ।