ବ୍ୟାନ ହୋଇଥିଲା କି `କଶ୍ମୀର ହେ ଭାରତ କା..` ଗୀତ? ୬୬ ବର୍ଷ ପରେ ହେଲା ଭାଇରାଲ
ନିକଟରେ ରିଜିଜ ହୋଇଥିବା ହିନ୍ଦୀ ଫିଲ୍ମ `ଦ କାଶ୍ମୀର ଫାଇଲ୍ସ` କୁ ନେଇ ବିବାଦ ଲାଗି ରହିଛି। ଫିଲ୍ମକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଫଲ୍ମଟି ସମ୍ପୂର୍ଣ୍ଣ କାଶ୍ମୀର ପଣ୍ତିତଙ୍କ ନରସଂହାର ଓ ପଳାୟନ ଘଟଣା ଉପରେ ଆଧାରିତ ହୋଇଛି।
ନୂଆଦିଲ୍ଲୀ: 'କଶ୍ମୀର ହୈ ଭାରତ କା କଶ୍ମୀର ନା ଦେ ଙ୍ଗେ', ଏବେ ସୋସିଆଲ ମିଡିଆରେ ଏହି ଗୀତଟି ଖୁବ ଭାଇରାଲ ହେବାରେ ଲାଗିଛି। ନିକଟରେ ରିଜିଜ ହୋଇଥିବା ହିନ୍ଦୀ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' କୁ ନେଇ ବିବାଦ ଲାଗି ରହିଛି। ଫିଲ୍ମକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଫଲ୍ମଟି ସମ୍ପୂର୍ଣ୍ଣ କାଶ୍ମୀର ପଣ୍ତିତଙ୍କ ନରସଂହାର ଓ ପଳାୟନ ଘଟଣା ଉପରେ ଆଧାରିତ ହୋଇଛି। ତେବେ ଭାଇରାଲ ହେଉଥିବା 'କଶ୍ମୀର ହୈ ଭାରତ କା..' ଗୀତଟି ବିବେକ୍ ଅଗ୍ନିହୋତ୍ରୀଙ୍କ 'ଦ କାଶ୍ମୀର ଫାଇଲ୍ସ' ନୁହେଁ, ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ..
'ଜନତ କି ହେ ତସ୍ବିର ୟେ ତସ୍ବିର ନା ଦେଙ୍ଗେ, ହାଥୋ ମେଁ କିସି ଗେର କେ ତକଦୀର ନା ଦେଙ୍ଗେ, କଶ୍ମୀର ହେ ଭାରତ କା କଶ୍ମୀର ନ ଦେଙ୍ଗ', ଭାରତର ସ୍ୱାଧୀନତା ପରେ ଏହି ଗୀତ ରିଲିଜ ହୋଇଥିଲା। କିନ୍ତୁ ସେହି ସମୟରେ ଗୀତକୁ ଭାରତରେ ବ୍ୟାନ (Ban) କରାଯାଇଥିବାର ଖବର ଆସିଥିଲା। ସେତେବେଳେ ସୋସିଆଲ ମିଡିଆ ନଥିଲା, ତେଣୁ ଏହି ପ୍ରସଙ୍ଗରେ ଜନସାଧାରଣଙ୍କ କୌଣସି ପ୍ରତିକ୍ରିୟା ମିଳିନଥିଲା। କିନ୍ତୁ ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ୬୩ ବର୍ଷ ତଳର ଆତ୍ମା କବର ଚିରି ବାହାରକୁ ବାହାରିଥିଲା।
Also Read: ସୋନିଆଙ୍କ କବଜାରେ ସରକାରୀ ସମ୍ପତ୍ତି, କଂଗ୍ରେସ ମୁଣ୍ଡରେ ବି ତିନି କୋଟି; କେନ୍ଦ୍ର ସରକାର ନେଲେ ଏମିତି ପଦକ୍ଷେପ
୨୦୧୯ ମସିହା ଅଗଷ୍ଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାର, ଜମ୍ମୁ କଶ୍ମୀରରୁ ୩୭୦ ଧାରା ( Article 370) ଉଚ୍ଛେଦ କରିଥିଲେ। ସେତିକି ବେଳେ 'କଶ୍ମୀର ହେ ଭାରତ କାଶ୍ମୀର ନା ଦେ ଙ୍ଗେ' ଗୀତ ଭାରତରେ (India) ବ୍ୟାନ କରାଯାଇଥିବା ଖବର ଗୁଜବ ଉଠିଥିଲା। ସୋସିଆଲ ମିଡିଆରେ ଏହି ଗୀତକୁ ଖୁବ ମାତ୍ରାରେ ସେୟାର କରାଯାଇଥିଲା। କିଛି ବୁଦ୍ଧିଜୀବି ଦାବି କରୁଥିଲେ ଯେ, ଏହି ଗୀତର ପଦ ଗୁଡ଼ିକ ହିଂସା (Violence) ସୃଷ୍ଟି କରୁଛି, ତେଣୁ ସେନସର ବୋର୍ଡ (Censor board) ଏହି ଗୀତକୁ ଭାରତରେ ବ୍ୟାନ କରିବାକୁ ଦାବି କରାଯାଇଥିଲା।
ତେବେ ଏହି ଖବରର ସତ୍ୟାସତ୍ୟ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ଗୀତଟି କେଉଁ ସିନେମାର ଏବଂ ଏହାକୁ କିଏ ଗାଇଥିଲେ? 'ଜୋହର ଇନ୍ କଶ୍ମୀର' ଫିଲ୍ମର ଏହି ଗୀତକୁ ମହମ୍ମଦ ରଫି (Mohammed Rafi) ଗାଇଥିଲେ। ଗୀତକୁ ପ୍ରଖ୍ୟାତ ଗୀତିକାର ଇନ୍ଦିବର (Indeevar) ଲେଖିଥିବା ବେଳେ ଫିଲ୍ମକୁ ଇନ୍ଦର ସେନ (Inder Sen) ନିର୍ଦ୍ଦେଶନା ଦେଇଥିଲେ। ମୁଖ୍ୟ ଭୂମିକାରେ ହାରବଂଶ ଦର୍ଶନ ଓ ମୁମତାଜ ଥିଲେ। ତେବେ ଏହି ଫିଲ୍ମଟି ୧୯୬୬ ରିଲିଜ ହୋଇଥିଲା।
Also Read: ରାଜ୍ୟ ପରିବହନ ବିଭାଗରେ RRR କ୍ରେଜ୍, ୧୦୦ ବର୍ଷ ପଛକୁ ଗଲା ହେଲମେଟ୍ ନିୟମ
ଯଦି ଫିଲ୍ମର କାହାଣୀ କଥା କୁହାଯାଏ ତେବେ, ଭାରତ-ପାକିସ୍ତାନ (India Pakistan) ବିବାଦ ମଧ୍ୟରେ ଏକ ଲଭ ଷ୍ଟୋରୀ ଉପରେ ଏହା ପର୍ଯ୍ୟବେସିତ ଥିଲା। ଏହି ଫିଲ୍ମର ଦୁଇଟି ଗୀତ ସେତେବେଳେ ଦର୍ଶକଙ୍କ ମନରେ ଘର କରିଥିଲା। ଗୋଟିଏ 'କଶ୍ମୀର ହେ ଭାରତ କାଶ୍ମୀର ନା ଦେ ଙ୍ଗେ' ଓ ଅନ୍ୟଟି ହେଉଛି 'ବେଗୁନାହୋ କା ଲହୁ ହେ ୟେ ରଙ୍ଗ ଲାଏଗା'। ଯଦି ଆପଣମାନେ ଏହି ଗୀତକୁ ଥରେ ଦେଖିବେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।
କୁହାଯାଉଥିଲା ଯେତେବେଳେ ଏହି ଗୀତଟି ରିଲିଜ ହୋଇଥିଲା ସେତେବେଳେ ସେନସର ବୋର୍ଡ ଏହାକୁ ବ୍ୟାନ କରିଦେଇଥିଲା। ସତ କଥା ହେଉଛି, ଏହି ଗୀତକୁ ଭାରତରେ କେବେ ବି ବ୍ୟାନ କରାଯାଇନାହିଁ। କିନ୍ତୁ ଏହି ଗୀତରୁ 'ହାଜୀ ପୀର' ଶଦ୍ଦ ଓ 'ହର ହୁସ୍ସୈନ କା ଇନସାଫ କିଆ ଜାଏଗା' ପଦକୁ ହଟାଯାଇ, ତା ସ୍ଥାନରେ 'ହର ଏକ ଜୁଲ୍ମୁ କା ଇନସାଫ କିଆ ଜାଏଗା' ରଖା ଯାଇଥିଲା। ତାପରେ ହିଁ ଗୀତଟିକୁ ରିଲିଜ କରିବାକୁ ସେନସର ବୋର୍ଡରୁ ଅନୁମତି ମିଳିଥିଲା। ତେବେ ଏହି ଗୀତ ଏବେ ବି ସୋସିଆଲ ମିଡିଆ (Social Media) ଓ ୟୁଟ୍ୟବ (Youtube)ରେ ଉପଲବ୍ଧ ଅଛି।