ରାଜ୍ୟ ପରିବହନ ବିଭାଗରେ RRR କ୍ରେଜ୍, ୧୦୦ ବର୍ଷ ପଛକୁ ଗଲା ହେଲମେଟ୍ ନିୟମ
Advertisement
Article Detail0/zeeodisha/odisha1138415

ରାଜ୍ୟ ପରିବହନ ବିଭାଗରେ RRR କ୍ରେଜ୍, ୧୦୦ ବର୍ଷ ପଛକୁ ଗଲା ହେଲମେଟ୍ ନିୟମ

ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଏବେ ଚାରିଆଡେ କେବଳ RRRର ଜୟ ଜୟକାର ଚାଲିଛି। ବାହୁବଳୀ ନିର୍ଦ୍ଦେଶକ ରାଜମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR ଥିଏଟରରେ ଧୂମ ମଚାଇଛି। ଫିଲ୍ମ ବକ୍ସ ଅଫିସର ୨୦୦ କ୍ଲବର ନିକଟତର ହୋଇଛି। ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି। 

ବୁଧବାର ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗର ଆଧିକାରୀକ ଟ୍ୱିଟର ହ୍ୟାଣ୍ଡଲ (@STAOdisha) ରେ RRR ଫିଲ୍ମର ଏକ Memes ସେୟାର କରାଯାଇଛି। Memesରେ ସଡକ ସୁରକ୍ଷାର ବାର୍ତ୍ତା ଦିଆଯାଇଛି। ମଟର ସାଇକେଲ ଚଳାଇବା ବେଳେ ହେଲମେଟର ବ୍ୟବହାର କରିବାକୁ ସଚେତନ କରିବା ସହ RRRର ପ୍ରତ୍ୟକ ଅକ୍ଷରର ଅର୍ଥକୁ Memesରେ କୁହାଯାଇଛି କୁହାଯାଇଛି। ବିଭାଗର ଏପରି ପଦକ୍ଷେପକୁ ଲୋକେ ଖୁବ ପ୍ରଶଂସା କରିବା ସହ ଫଟୋକୁ ମଧ୍ୟ ସେୟାର କରୁଛନ୍ତି। 

Also Read: ଶାଢୀରେ 'ଦ କାଶ୍ମୀର ଫାଇଲ୍ସ'

ପରିବହନ ବିଭାଗର ସେୟାର କରିଥିବା Memesରେ ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ଏକ ବାଇକରେ ଯାଉଥିବାର ଦୃଶ୍ୟ ରହିଛି। ଫିଲ୍ମର ଏହି ସିନରେ ଉଭୟ ଅଭିନେତା ହେଲମେଟ ପିନ୍ଧିନଥିଲେ। କିନ୍ତୁ ପରିବହନ ବିଭାଗ ସେମାନଙ୍କୁ ହେଲମେଟ ପିନ୍ଧାଇଛି। ଏହା ସହ RRRର ଅର୍ଥ- Responsible Road Ride ବୋଲି କହିଛି। ବିଭାଗ କହିଛି, RRR ଆପଣଙ୍କୁ ସୁରକ୍ଷିତ ଭାବେ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇବ। ଆପଣ ଡ୍ରାଇଭର ହୁଅନ୍ତୁ ଅବା ପଛରେ ବସିଥିବା ଯାତ୍ରୀ, ସର୍ବଦା ହେଲମେଟ ପିନ୍ଧନ୍ତୁ।'

 

ସୂଚନାଯୋଗ୍ୟ, ଦୀର୍ଘ ଦିନର ଅପେକ୍ଷା ପରେ ଗତ ଶୁକ୍ରବାରରେ ଥିଏଟରରେ ରିଲିଜ ହୋଇଛି। ଫିଲ୍ମରେ ୧୯୨୦ ମସିହା ବେଳର ସ୍ୱାଧିନତା ସଂଗ୍ରାମ କାହାଣୀକୁ ଚିତ୍ରିତ କରାଯାଇଛି। ପାଞ୍ଚ ଦିନରେ ବକ୍ସ ଅଫିସରେ ଫିଲ୍ମ ଶହେ ସାଢେ ସାତ କୋଟିର ବିଜନେସ କରିଛି। ପ୍ରଥମ ସପ୍ତାହରେ ଏହା ଦେଢ ଶହ କୋଟି ପାର କରିବ ବୋଲି ସିନେ ସମୀକ୍ଷକମାନେ ଆଶା ରଖିଛନ୍ତି। ରାଜମୌଲିଙ୍କ ପ୍ରଥମ ବ୍ଲକବଷ୍ଟର ଫିଲ୍ମ ବାହୁବଳୀକୁ RRR ଟକ୍କର ଦେଉଥିବା କୁହାଯାଉଛି।