୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବା ପରଠାରୁ ଦୀର୍ଘଦିନ ଧରି ଅବୈଧ କବଜା କରି ରଖାଯାଇଥିବା ସରକାରୀ ବଙ୍ଗଳାଗୁଡ଼ିକୁ ଖାଲି କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଏକ ରିପୋର୍ଟ ଅନୁସାରେ, ମୋଦି ସରକାରଙ୍କ ପ୍ରଥମ ବର୍ଷ ଶାସନ ପାଳିରେ ୪୬୦ ନେତାଙ୍କ ସରକାରୀ ବଙ୍ଗଳା ଖାଲି କରା ଯାଇଥିଲା।
Trending Photos
ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଚାଣକ୍ୟପୁରୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିବା ପାଇଁ କଂଗ୍ରେସକୁ କେନ୍ଦ୍ର ସରକାର ନୋଟିସ ଦେଇଛନ୍ତି। କେନ୍ଦ୍ରୀୟ ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ଉକ୍ତ ବଙ୍ଗଳା କଂଗ୍ରେସକୁ ଆଲର୍ଟ କରା ଯାଇଥିଲା। କିନ୍ତୁ ସେଥିରେ ପାର୍ଟିର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ସଚିବ ଭିନସେଣ୍ଟ ଜର୍ଜ ଅବୈଧ ଭାବରେ ରହି ଆସୁଛନ୍ତି।
କେନ୍ଦ୍ରୀୟ ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଅଧୀନରେ ଆସୁଥିବା DEO ନିର୍ଦ୍ଦେଶାଳୟ ସୂଚନା ଦେଇଛି, ଦିଲ୍ଲୀ ଚାଣକ୍ୟପୁରୀସ୍ଥିତ ବଙ୍ଗଳା (ନମ୍ବର C-II/109) କଂଗ୍ରେସକୁ ଆଲର୍ଟ କରାଯାଇଥିଲା। ବର୍ତ୍ତମାନ ଏହାର ବକେୟା ୩.୦୮ କୋଟି ଟଙ୍କାରେ ପହଞ୍ଚିଲାଣି। ଆଜିକୁ ୯ ବର୍ଷ ତଳେ ଅର୍ଥାତ ଅଗଷ୍ଟ ୨୦୧୩ରେ ଶେଷଥର ପାଇଁ ଘରଭଡ଼ା ଦିଆ ଯାଇଥିଲା। DEO ଦ୍ୱାରା ୨୫ ମାର୍ଚ୍ଚରେ କଂଗ୍ରେସକୁ ଦିଆ ଯାଇଥିବା ଲିଗାଲ ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି, 'ଆପଣ ସରକାରୀ ବଙ୍ଗଳାକୁ ଅନାଧିକୃତ ଭାବରେ ଦଖଲ କରିଛନ୍ତି। ଆପଣଙ୍କୁ ସେଠାରୁ ବେଦଖଲ କରାଯାଇପାରେ। ଚିଠି ନମ୍ବର ୭/୨୫୯/୯୪ ଦ୍ୱାରା ୨୬-୦୬-୨୦୧୩ ପରଠାରୁ ଆବଣ୍ଟନ ରଦ୍ଦ ହେବାପରେ ମଧ୍ୟ ଆପଣ ଏହି ସରକାରୀ ବଙ୍ଗଳାକୁ ନିଜ କବଜାରେରଖିଛନ୍ତି।''
Also Read: ଋଷରୁ ତୈଳ କିଣିବାକୁ ନେଇ ଏହି ବଡ଼ ବୟାନ ଦେଲେ ଅର୍ଥମନ୍ତ୍ରୀ
ନୋଟିସରେ ସାର୍ବଜନିକ ପରିସର ଅଧିନିୟମ ୧୯୭୧ ଧାରା-୩ ବି ଉପଧାରା (୧) ଅନୁଯାୟୀ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେଥିରେ ପାର୍ଟିକୁ ପଚରା ଯାଇଛି ଯେ, ଏହି ବଙ୍ଗଳାକୁ ଖାଲି କର ବୋଲି କାହିଁକି କଂଗ୍ରେସକୁ (ଯେଉଁଠି ଏବେ ଭିନସେଣ୍ଟ ଜର୍ଜ ରହୁଛନ୍ତି) ନିର୍ଦ୍ଦେଶ ଦିଆଯିବ ନାହିଁ? ସନ୍ତୋଷଜନକ କାରଣ ନ ଦର୍ଶାଇଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କୁ ବେଦଖଲ କରାଯିବାର କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯିବ। ଏହାପୂର୍ବରୁ ଫେବ୍ରୁଆରୀ ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା କଂଗ୍ରେସକୁ ତା'ର କାର୍ଯ୍ୟାଳୟ, ସୋନିଆ ଗାନ୍ଧୀଙ୍କ ସରକାରୀ ନିବାସ ଏବଂ ତାଙ୍କ ସଚିବ ବେଆଇନ ଭାବରେ ଦଖଲ କରିଥିବା ସମ୍ପତ୍ତି ଖାଲି କରିବାରେ ବିଳମ୍ବ କରୁଥିବାରୁ ଭଡ଼ା ଅର୍ଥ ପଇଠ କରିବାକୁ ନୋଟିସ ପଠା ଯାଇଥିଲା।
୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବା ପରଠାରୁ ଦୀର୍ଘଦିନ ଧରି ଅବୈଧ କବଜା କରି ରଖାଯାଇଥିବା ସରକାରୀ ବଙ୍ଗଳାଗୁଡ଼ିକୁ ଖାଲି କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଏକ ରିପୋର୍ଟ ଅନୁସାରେ, ମୋଦି ସରକାରଙ୍କ ପ୍ରଥମ ବର୍ଷ ଶାସନ ପାଳିରେ ୪୬୦ ନେତାଙ୍କ ସରକାରୀ ବଙ୍ଗଳା ଖାଲି କରା ଯାଇଥିଲା। ସେହି ସମୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ବେଆଇନ ଦଖଲକାରୀଙ୍କ ଅନିଚ୍ଛାକୁ ଦେଖି ମୋଦି ସରକାର ୨୦୧୯ ମସିହାରେ ଏକ ଆଇନ ମଧ୍ୟ ପ୍ରଣୟନ କରିଥିଲେ। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ, ଯଦି କେହି ନିର୍ଦ୍ଧାରିତ ସମୟରେ ବଙ୍ଗଳା ଖାଲି ନ କରେ, ତେବେ ତା ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଯିବ। ଏଥିସହ ନୋଟିସ ମିଳିବାର ତିନିଦିନ ପରେ ବଙ୍ଗଳା ଖାଲି କରିବା ପ୍ରକ୍ରିୟା ଆରମ୍ଭ କରା ଯାଇପାରେ।