ମୁମ୍ବାଇ: ମନ୍ଦିରା ବେଦୀ (Mandira Bedi) ନିଜ ସ୍ୱାମୀ ରାଜ କୌଶଲଙ୍କ (Raj Kaushal) ମୃତ୍ୟୁର ପାଞ୍ଚ ଦିନ ପରେ ନିଜର ଇନଷ୍ଟାଗ୍ରାମରେ (Instagram) ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ନିର୍ଦ୍ଦେଶକ ରାଜ କୌଶଲଙ୍କ ୩୦ ଜୁନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା । ମନ୍ଦିରା ନିଜେ ତାଙ୍କ ୪୯ ବର୍ଷୀୟ ମୃତ ସ୍ୱାମୀଙ୍କୁ ଅନ୍ତିମ ସଂସ୍କାର କରିଥିଲେ । ମନ୍ଦିରା ୫ ଦିନ ପରେ ସ୍ୱାମୀଙ୍କ ସହ ଉଠାଇଥିବା ତିନୋଟି ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଜଙ୍କ ସହ ନଜର ଆସିଛନ୍ତି । ଯଦିଓ ମନ୍ଦିରା ଏହି ଫଟୋଗୁଡ଼ିକ ସେୟାର କରି କିଛି କ୍ୟାପସନ ଲେଖିନାହାଁନ୍ତି ।


COMMERCIAL BREAK
SCROLL TO CONTINUE READING

ସେୟାର କରିଥିବା ଫଟୋଗୁଡ଼ିକରେ ମନ୍ଦିରା ଓ ରାଜ ବହୁତ ଖୁସି ଥିବା ଦେଖାଯାଉଛନ୍ତି । କ୍ୟାପସନ ଆକାରରେ ମନ୍ଦିରା କେବଳ ହୃଦୟ ଭାଙ୍ଗୁଥିବାର ଏକଇମୋଜି ସେୟାର କରିଛନ୍ତି । ନିକଟରେ ମନ୍ଦିରା ମଧ୍ୟ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଛବି ହଟାଇ ଏହାକୁ ଏକ କଳା ପରଦାରେ ଆଚ୍ଛାଦିତ କରିଥିଲେ ।



ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିରା ମଧ୍ୟ ଶନିବାର ନିଜ ସ୍ୱାମୀଙ୍କ ପାଇଁ ପ୍ରାର୍ଥନା ସଭା କରିଥିଲେ, ଯେଉଁଥିରେ ମୌନି ରୟ, ଆଶିଷ ଚୌଧୁରୀ ନଜର ଆସିଥିଲେ । ମନ୍ଦିରା ଓ ରାଜ ୧୯୯୯ ରେ ବିବାହ କରିଥିଲେ ଓ ସେମାନଙ୍କର ଏକ ୯ ବର୍ଷର ପୁଅ ଅଛି । ଜୁଲାଇ ୨୦୨୦ ରେ, ଏହି ଦମ୍ପତି ଏକ ୪ ବର୍ଷର ବାଳିକାକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଏହାର ନାମ ତାରା ବେଦୀ କୌଶଲ ରଖିଥିଲେ । ରାଜ କୌଶଲ ଅର୍ଶଦ ୱାର୍ସି, ସଞ୍ଜୟ ଦତ୍ତ ଓ ମିନିଶା ଲାମ୍ବା ଅଭିନୀତ ଚଳଚ୍ଚିତ୍ର 'ଆନ୍ଥୋନୀ କୋନ ହେi' ନିର୍ଦ୍ଦେଶନା ଦେଇଥିଲେ । ସେ 'ଶାଦି କା ଲଡୁ' ଓ 'ପ୍ୟାର ମେନ୍ କଭି କଭି' ଭଳି ମଧ୍ୟ ଫିଲ୍ମ କରିଛନ୍ତି ।


ଅଧିକ ପଢ଼ନ୍ତୁ: ଆସନ୍ତା ମାସରେ ଆସିପାରେ କୋରୋନାର ତୃତୀୟ ଲହର, ପିଲାମାନେ ମଧ୍ୟ ହେବେ ପ୍ରଭାବିତ-SBI ରିପୋର୍ଟ