ଆସନ୍ତା ମାସରେ ଆସିପାରେ କୋରୋନାର ତୃତୀୟ ଲହର, ପିଲାମାନେ ମଧ୍ୟ ହେବେ ପ୍ରଭାବିତ-SBI ରିପୋର୍ଟ
Advertisement
Article Detail0/zeeodisha/odisha935541

ଆସନ୍ତା ମାସରେ ଆସିପାରେ କୋରୋନାର ତୃତୀୟ ଲହର, ପିଲାମାନେ ମଧ୍ୟ ହେବେ ପ୍ରଭାବିତ-SBI ରିପୋର୍ଟ

ଖୁବ୍ ଶୀଘ୍ର ଦେଶରେ ତୃତୀୟ ଲହର (Coronavirus third wave) ଆସିପାରେ । SBI ତରଫରୁ ଏକ ରିପୋର୍ଟ ଜାରି କରାଯାଇ ଏହି ବିଷୟରେ ସୂଚନା ଦିଆଯାଇଛି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କୋରୋନାର ଦ୍ୱିତୀୟ ଲହର (Coronavirus second wave) ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟାପିବା ପରେ ଏବେ ଖବର ଆସିଛି ଯେ ଖୁବ୍ ଶୀଘ୍ର ତୃତୀୟ ଲହର (Coronavirus third wave) ମଧ୍ୟ ଆସିପାରେ । SBI ତରଫରୁ ଏକ ରିପୋର୍ଟ ଜାରି କରାଯାଇ ଏହି ବିଷୟରେ ସୂଚନା ଦିଆଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ରିପୋର୍ଟରେ କହିଛି ଯେ ଆସନ୍ତା ମାସରେ ଭାରତରେ କୋରୋନା ତୃତୀୟ ଲହର ଦେଖିବାକୁ ମିଳିପାରେ । ଏହା ସହିତ ସେପ୍ଟେମ୍ବର ମାସରେ ଏହି ଲହର ଶିଖରରେ ପହଞ୍ଚିପାରେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି ।

ଏସବିଆଇର ରିସର୍ଚ୍ଚ ରିପୋର୍ଟରେ (SBI research report) ଏହା ସୂଚିତ କରାଯାଇଛି ଯେ ୭ ମେ'ରେ ଭାରତରେ କୋରୋନାର ଦ୍ୱିତୀୟ ଲହର (Coronavirus second wave) ଶିଖରରେ ପହଞ୍ଚିଥିଲା ।"ବର୍ତ୍ତମାନର ତଥ୍ୟ ଅନୁଯାୟୀ, ଜୁଲାଇ ମାସର ଦ୍ୱିତୀୟ ସପ୍ତାହରେ ଭାରତ ପ୍ରାୟ ୧୦,୦୦୦ ମାମଲାରେ ପହଞ୍ଚିପାରେ । ତଥାପି, ଅଗଷ୍ଟ ମାସର ଦ୍ୱିତୀୟାର୍ଦ୍ଧ ସୁଦ୍ଧା କୋରୋନା ମାମଲା ବଢିବା ଆରମ୍ଭ ହୋଇପାରେ।"

ଅଧିକ ପଢ଼ନ୍ତୁ: କଂଗ୍ରେସକୁ ବଡ ଝଟକା, TMC ରେ ସାମିଲ ହେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍

ଦ୍ୱିତୀୟ ଲହର ପରି ହୋଇପାରେ ଭୟଙ୍କର
ରିପୋର୍ଟ ଅନୁଯାୟୀ, ବିଶ୍ୱର ତଥ୍ୟ ଦର୍ଶାଉଛି ଯେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଶିଖରରେ ଅଧିକ ଲୋକ ସଂକ୍ରମିତ ହେବେ । ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଲହରର ପ୍ରଭାବ ପ୍ରାୟ ୯୮ ଦିନ ପର୍ଯ୍ୟନ୍ତ ରହିପାରେ । ଏହା ବ୍ୟତୀତ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ଦ୍ୱିତୀୟ ଲହର ପରି ଗମ୍ଭୀର ହୋଇପାରେ । ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ ଅଭିଯାନର ଲୋକମାନେ ମଧ୍ୟ ଲାଭ ପାଇବେ । ଏହି ଲହରରେ ମୃତ୍ୟୁ ସଂଖ୍ୟା ଦ୍ୱିତୀୟ ଲହର ତୁଳନାରେ କମ୍ ହୋଇପାରେ ।

ଏଥିରେ ଦର୍ଶାଯାଇଛି ଯେ ବିକଶିତ ଦେଶମାନଙ୍କରେ ଦ୍ୱିତୀୟ ଲହରର ଅବଧି ୧୦୮ ଓ ତୃତୀୟ ଲହର ୯୮ ଦିନ ଥିଲା । ଯଦି ଏଥର ଭଲ ପ୍ରସ୍ତୁତି କରାଯାଏ, ତେବେ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇପାରେ ।

ଅଧିକ ପଢ଼ନ୍ତୁ: 7th Pay Commission: ସରକାରୀ କର୍ମଚାରୀଙ୍କ ପୂରଣ ହେଲା DA ସହିତ ଏହି ଦାବି

ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ତୃତୀୟ ଲହର
ଏହା ବ୍ୟତୀତ ଏହି ତୃତୀୟ ଲହରର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ଦୃଶ୍ୟମାନ ହେବ । ଏହା ବ୍ୟତୀତ ସମସ୍ତ ଲୋକଙ୍କ ପ୍ରାଥମିକତା ଏହି ସମୟରେ ଟିକା ନେବା ହେବା ଉଚିତ୍ । ରିପୋର୍ଟରେ ଏହା ଲେଖାଯାଇଛି ଯେ ଦେଶରେ ୧୨ ରୁ ୧୮ ବର୍ଷ ବୟସରେ ମଧ୍ୟରେ ୧୫ ରୁ୧୭ କୋଟି ପିଲା ଅଛନ୍ତି । ବିକଶିତ ଦେଶମାନଙ୍କ ପରି ଭାରତ ମଧ୍ୟ ଏହି ବୟସ ବର୍ଗର ଟିକାକରଣ କରିବା ପାଇଁ ଏକ ଅଗ୍ରୀମ ରଣନୀତି କରିବା ଉଚିତ୍ ।