ନୂଆଦିଲ୍ଲୀ: ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେ ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ନୱାଜୁଦ୍ଦିନଙ୍କ ଡାଉନ ଟୁ ଆର୍ଥ ନେଚର  ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ନିଜ ଅଭିନୟ ଏବଂ ଡାଉନ ଟୁ ଆର୍ଥ ନେଚର ପାଇଁ ବେଶ ଫେମସ , ପ୍ରତ୍ୟେକ ଫିଲ୍ମରେ ତାଙ୍କ ଅଭିନୟ ନିଆରା ଥାଏ । ବଲିଉଡର ଟପ୍ ଅଭିନେତାଙ୍କ ଲିଷ୍ଟରେ ସାମିଲ ନୱାଜଙ୍କ ନାଁ ।


COMMERCIAL BREAK
SCROLL TO CONTINUE READING

ଆଉ ଏବେ ତ ନୱାଜୁଦ୍ଦିନଙ୍କ ଭିଡିଓ ସୋସିଆଲ ମିଡିଆ (Social Media) ରେ ଭାଇରାଲ ହେବାରେ ଲାଗିଛି  ।  କାହିଁକି ନା ସେ ନିଜ ଲଗଜରୀ କାର ଛାଡି ଲୋକାଲ ଟ୍ରେନରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି। ନୱାଜୁଦ୍ଦିନ ସିଦ୍ଦିକଙ୍କ ହାତରେ ଏବେ ଅନେକ ବଡ଼ ବଡ଼ ଫିଲ୍ମର ଅଫର ରହିଛି । ସେ ସେଥିପାଇଁ ବ୍ୟସ୍ତ ଅଛନ୍ତି  ।  ମୁମ୍ବାଇର ମୀରା ରୋଡରେ ନୱାଜୁଦ୍ଦିନ ନିଜ ଫିଲ୍ମର ସୁଟିଂ କରୁଥିଲେ  । ତେବେ ଏଥିସହ ତାଙ୍କୁ ଗୋଟିଏ ଇଭେଣ୍ଟରେ ସାମିଲ ହେବାର ଥିଲା  । 


ହେଲେ ସେହି ଇଭେଣ୍ଟର ସ୍ଥାନ ତାଙ୍କ ସୁଟିଂ ଲୋକେସନରୁ ଟିକେ ଦୂରରେ ଥିଲା । ସେଥିପାଇଁ ନୱାଜୁଦ୍ଦିନ ଇଭେଣ୍ଟରେ ପହଞ୍ଚିବା ପାଇଁ ନିଜ ଲଗଜରୀ କାର ଛାଡି ମୁମ୍ବାଇ ( Mumbai )ର ଲୋକାଲ ଟ୍ରେନ( Local Train)ରେ ଯାତ୍ରା କରିଛନ୍ତି । ସେ ଟ୍ରାଫିକରେ ଫସିବା ପାଇଁ ଚାହୁଁନଥିଲେ ଏଥିସହ ଇଭେଣ୍ଟରେ ଠିକ୍ ସମୟରେ ଯୋଗଦେବା ପାଇଁ ସେ ଟ୍ରେନର ଯାତ୍ରାକୁ ବାଛିଥିଲେ ।


ନୱାଜଙ୍କ ଏହି ଗୁଣ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି।  ଏତେବଡ଼ ଅଭିନେତା ହେବା ସତ୍ତ୍ୱେ ସେ ଟ୍ରେନରେ ଯାତ୍ରା କରିଥିବା କଥା ସହଜରେ ହଜମ କରିପାରୁନାହାନ୍ତି ଫ୍ୟାନ୍ସ । ତାଙ୍କ ଆଚରଣ ଏବଂ ବ୍ୟବହାର ସମସ୍ତଙ୍କୁ ପସନ୍ଦ ଆସେ ।ସେଥିପାଇଁ ନୱାଜ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି  । ଏପରିକି ଟ୍ରେନଯାତ୍ରା ସମୟରେ ନୱାଜ କୋରୋନା କଟକଣାର ବି ଗୁରୁତ୍ୱ ଦେଇଥିଲେ । ସେ ପୁରା ଯାତ୍ରା ସମୟରେ ମାସ୍କ ପିନ୍ଧି ରଖିଥିବାର ନଜର ଆସିଛନ୍ତି ।


ନୱାଜୁଦ୍ଦିନଙ୍କ ଫିଲ୍ମ କଥା କହିବାକୁ ଗଲେ ସେ ହିରୋପନ୍ତୀ ୨ (Heropanthi 2) ରେ ନଜର ଆସିବେ  ।  ଏହି ଫିଲ୍ମରେ ସେ ଖଳନାୟକ ଚରିତ୍ରରେ ନଜର ଆସିବେ ।  ସେହିପରି ଫିଲ୍ମ  ଟିକୁ ୱେଡସ୍ ଶେରୁରେ ବି ନୱାଜ ଅଭିନୟ କରୁଛନ୍ତି ।


Also Read: ଋଷକୁ ନେଇ ଭାରତକୁ ଧମକ ଦେଇଥିଲା ଆମେରିକା, ମିଳିଲା କଡ଼ା ଜବାବ


Also Read: 'ବିକ୍ରମ ବେଧା': ଦମ୍ ଦେଖାଇବେ ଦୁଇ ବଡ଼ ଷ୍ଟାର