'ବିକ୍ରମ ବେଧା': ଦମ୍ ଦେଖାଇବେ ଦୁଇ ବଡ଼ ଷ୍ଟାର
Advertisement

'ବିକ୍ରମ ବେଧା': ଦମ୍ ଦେଖାଇବେ ଦୁଇ ବଡ଼ ଷ୍ଟାର

କିଛିଦିନ ତଳେ ହ୍ରିତିକ ରୋଶନ କୁର୍ତ୍ତା ଏବଂ ସନଗ୍ଲାସ ପିନ୍ଧି ତାଙ୍କର ନୂଆ ଲୁକକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାଦେଖି ତାଙ୍କର ଅନେକ ପ୍ରଶଂସକ ଭାବିଥିଲେ ଯେ ଆଗାମୀ ଚଳଚ୍ଚିତ୍ର ''ବିକ୍ରମ ବେଧା''ରେ ହ୍ରିତିକଙ୍କ ଏହି ଲୁକ ରହିବ।

'ବିକ୍ରମ ବେଧା': ଦମ୍ ଦେଖାଇବେ ଦୁଇ ବଡ଼ ଷ୍ଟାର

ନୂଆଦିଲ୍ଲୀ: ଖୁବଶୀଘ୍ର ''ବିକ୍ରମ ବେଧା'' ଚଳଚ୍ଚିତ୍ରରେ ନଜର ଆସିବେ ଷ୍ଟାଇଲିସ ବଲିଉଡ ଅଭିନେତା ହ୍ରିତିକ ରୋଶନ । ଏହି ଚଳଚ୍ଚିତ୍ରକୁ ନେଇ ହ୍ରିତିକ ବହୁତ ଉତ୍ସାହିତ ଅଛନ୍ତି। ତେବେ ହ୍ରିତିକ ରୋଶନ ସବୁବେଳେ ତାଙ୍କ ଜୀବନ ସହ ଜଡ଼ିତ ମଜାଳିଆ ମୁହୂର୍ତ୍ତର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ଏହି କାରଣକୁ ନେଇ ହ୍ରିତିକଙ୍କ ପ୍ରଶଂସକମାନେ ମଧ୍ୟ ବହୁ ସମୟରେ ଉତ୍ସାହିତ ଥାଆନ୍ତି। ହ୍ରିତିକ ରୋଶନ ସୋସିଆଲ ମିଡିଆରେ ସବୁବେଳେ ପ୍ରାୟତଃ ସକ୍ରିୟ ଥାଆନ୍ତି। ଏପରିକି ସେ ତାଙ୍କ ପ୍ରଶଂସକଙ୍କ ସହ ମଧ୍ୟ ଚାଟ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥାନ୍ତି।
 
ହ୍ରିତିକଙ୍କ ''ବିକ୍ରମ ବେଧା'' ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର
କିଛିଦିନ ତଳେ ହ୍ରିତିକ ରୋଶନ (Hrithik Roshan) କୁର୍ତ୍ତା ଏବଂ ସନଗ୍ଲାସ ପିନ୍ଧି ତାଙ୍କର ନୂଆ ଲୁକକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାଦେଖି ତାଙ୍କର ଅନେକ ପ୍ରଶଂସକ ଭାବିଥିଲେ ଯେ ଆଗାମୀ ଚଳଚ୍ଚିତ୍ର ''ବିକ୍ରମ ବେଧା''ରେ ହ୍ରିତିକଙ୍କ ଏହି ଲୁକ ରହିବ। ମାତ୍ର ହ୍ରିତିକ ରୋଶନ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିକ୍ରମ ବେଧା ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି।
 
ଚଳଚ୍ଚିତ୍ର ସହ ଜଡ଼ିତ ଲୁକର ଫଟୋ ସେୟାର କଲେ ହ୍ରିତିକ
ଏବେ ହ୍ରିତିକ ରୋଶନ ଚଳଚ୍ଚିତ୍ର ସହ ଜଡ଼ିତ ଭିନ୍ନ ଭିନ୍ନ ଲୁକର କିଛି ଫଟୋ ସେୟାର କରିଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ (Social Media) ଭାଇରାଲ ହେବାରେ ଲାଗିଛି। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ସମ୍ପୂର୍ଣ୍ଣ ନୂଆ ଲୁକରେ ଦେଖିବାକୁ ମିଳିବ। ପୂର୍ବରୁ ତାଙ୍କୁ ଏପରି ଲୁକରେ କେବେ ବି ମଧ୍ୟ ତାଙ୍କ ପ୍ରଶଂସକମାନେ ଦେଖିନଥିଲେ। ତେବେ ଚଳଚ୍ଚିତ୍ରରେ ଥିବା ଚରିତ୍ରକୁ ଶତପ୍ରତିଶତ ବାସ୍ତବ ରୂପ ଦେବାକୁ ହ୍ରିତିକ ରୋଶନ ସବୁବେଳେ ଉଦ୍ୟମ କରିବା ସହ ଏଥିପାଇଁ କଠୋର ପରିଶ୍ରମ କରିଥାନ୍ତି ।
 
''ବିକ୍ରମ ବେଧା''ରେ ସୈଫଅଲ୍ଲୀ ଖାନଙ୍କ ସହ ନଜର ଆସିବେ ହ୍ରିତିକ ରୋଶନ
''ବିକ୍ରମ ବେଧା''ରେ ବଲିଉଡ ଅଭିନେତା ସୈଫଅଲ୍ଲୀ ଖାନ (Saif Ali khan)ଙ୍କ ସହ ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ଜଣେ କଠୋର ପୋଲିସ ଅଧିକାରୀଙ୍କ ଉପରେ ନିର୍ମିତ ହେଉଛି। ଯେଉଁ ପୋଲିସ ଅଧିକାରୀ ଜଣଙ୍କ ଗୁଣ୍ଡା (ଅପରାଧୀମାନ)ଙ୍କୁ ଧରି ହତ୍ୟା କରିଥାନ୍ତି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୩୦ ତାରିଖରେ ବଡ଼ ପରଦାରେ ରିଲିଜ ହେବ। ଏହି ଚଳଚ୍ଚିତ୍ରଟି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ ଅଟେ। ଯେଉଁଥିରେ ଅଭିନେତା ଆର.ମାଧବନ ଏବଂ ବିଜୟ ସେଥୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ହ୍ରିତିକ ରୋଶନ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କର ପ୍ରାୟ ସମସ୍ତ ଚଳଚ୍ଚିତ୍ରଗୁଡିକୁ ତାଙ୍କର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥାନ୍ତି। ଏହି ଚଳଚ୍ଚିତ୍ରଟି ମଧ୍ୟ ବକ୍ସ ଅଫିସରେ ସଫଳ ହେବ ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି।

Also Read: Pooja Banerjeeଙ୍କ ଝିଅର ଫଟୋ ଭାଇରାଲ, ପତିଙ୍କୁ ଏମିତି ଚିଠି ଲେଖିଲେ ଅଭିନେତ୍ରୀ

Also Read: PVR-INOX Shares Rally: ବିଲୟ ଘୋଷଣା ପରେ ପିଭିଆର, ଆଇନକ୍ସ ଶେୟାର ବୃଦ୍ଧି