ଭୁବନେଶ୍ୱର: ଶେଷରେ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧରୁ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର କମିଶନରେଟ୍ ପୋଲିସକୁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଅଭିନେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରାଯାଇଛି। ଏବେ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ପୋଲିସର ପରବର୍ତ୍ତୀକୁ ପଦକ୍ଷେପକୁ ଅପେକ୍ଷା ରହିଛି।


COMMERCIAL BREAK
SCROLL TO CONTINUE READING

କମିଶନରେଟ୍ ପୋଲିସକୁ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟରେ କ୍ୟାପିଟାଲ ହସ୍ପିଟାଲ ସ୍ପଷ୍ଟ କରିଛି ଯେ, ଶ୍ୱାସରୁଦ୍ଧ ହେବାରୁ ରାଇମୋହନଙ୍କ ମୃତ୍ୟୁ ହୋଇଛି। ବେକରେ ରଶି ଲାଗିବାକୁ ଶ୍ୱାସରୁଦ୍ଧ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ରାଇମୋହନଙ୍କ ଶରୀରରେ ଦେଖାଯାଇଥିବା କିଛି କ୍ଷତଚିହ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ସେହି କ୍ଷତ ମୃତ୍ୟୁ ପୂର୍ବର ହୋଇଯିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି।


Also Read: ରାଇମୋହନଙ୍କୁ ମାରିଲା କିଏ? ସନ୍ଦେହରେ ସାଥି ଅଭିନେତା


ରାଇମୋହନଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଫୋରେନସିକ ଲ୍ୟାବ୍କୁ ନମୂନା ପଠାଯାଇଛି। ଭିସେରା ରିପୋର୍ଟ ଆସିଲା ପରେ ଅଭିନେତାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ସସ୍ପେନ୍ସ ଦୂର ହେବ। ରାଇମୋହନଙ୍କ ଫୋନକୁ ଜବତ କରି ପୋଲିସ କଲ୍‌ ଡିଟେଲ୍ସ ଯାଞ୍ଚ କରୁଛି। ପରିବାର, ପଡ଼ୋଶୀ, ଡ୍ରାଇଭର ଏବଂ ପରିଚିତ ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି। ପୂର୍ବରୁ ଥରେ ବ୍ୟକ୍ତିଗତ କାମରେ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିବା ଡିସିପି କହିଛନ୍ତି। 


ମୃତ୍ୟୁ ପୂର୍ବରୁ ଅଭିନେତା ରାଇମୋହନ ମେଣ୍ଟାଲ ଡିପ୍ରେସନରେ ଥିଲେ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ତେବେ କେଉଁଥିପାଇଁ ସେ ଡିପ୍ରେସନରେ ଥିଲେ, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଗତ ୨୪ ତାରିଖରେ ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କ ମୃତଦେହ ମିଳିଥିଲା। ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।