ରାଇମୋହନଙ୍କୁ ମାରିଲା କିଏ? ସନ୍ଦେହରେ ସାଥି ଅଭିନେତା
Advertisement
Article Detail0/zeeodisha/odisha1231283

ରାଇମୋହନଙ୍କୁ ମାରିଲା କିଏ? ସନ୍ଦେହରେ ସାଥି ଅଭିନେତା

ରାଇ କଦାପି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ସାଥୀ କଳାକାରମାନେ ଦାବି କରଛନ୍ତି। ଅଭିନେତା ଆତ୍ମହତ୍ୟା ବେଳେ ଘରେ କେହି ନଥିବା କୁହାଯାଉଛି। ଘରେ ପହଞ୍ଚିଲା ପୂର୍ବରୁ ମୃତଦେହକୁ ଓହ୍ଲାଇ ଦିଆଯାଇତିଲା ବୋଲି ପୋଲିସ କହିଛି। 

ଡିଜାଇନ୍ ଫଟୋ

Raimohan Parida Suicide : ଭେଟେରାନ ଓଡିଆ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଇ କଦାପି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ସାଥୀ କଳାକାରମାନେ ଦାବି କରଛନ୍ତି। ଅଭିନେତା ଆତ୍ମହତ୍ୟା ବେଳେ ଘରେ କେହି ନଥିବା କୁହାଯାଉଛି। ଘରେ ପହଞ୍ଚିଲା ପୂର୍ବରୁ ମୃତଦେହକୁ ଓହ୍ଲାଇ ଦିଆଯାଇତିଲା ବୋଲି ପୋଲିସ କହିଛି। 

ଓଡିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ବନ୍ଦ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ସାଥି କଳାକାରମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଏପରି କି ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇପାରିବେ ନାହିଁ ବୋଲି ସେମାନେ ଦାବି କରିଛନ୍ତି।

Also Read: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା

ସାଥି କଳାକାରଙ୍କ କହିବା ହେଲା, ରାଇମୋହନ ଆତ୍ମହତ୍ୟା କରିବାର କୌଣସି କାରଣ ନଥିଲା। ନିଜ ଛୋଟ ପରିବାରକୁ ନେଇ ସେ ସବୁବେଳେ ଖୁସୀରେ ରହୁଥିଲେ। ତାଙ୍କ ପାଖରେ ମାନ ସମ୍ମାନ, ଧନ ସମ୍ପତ୍ତି ସବୁ ଥିଲା। ନିୟମିତ ଭାବେ ସେ ଉଭୟ ଯାତ୍ରା ଓ ବିଭିନ୍ନ ଫିଲ୍ମରେ ମଧ୍ୟ କାମ କରୁଥିଲେ। ତେଣୁ ସେ କାହିଁକି ଆତ୍ମହତ୍ୟା କରିବେ ବୋଲି ଓଡିଆ କଳାକାରମାନେ ଦାବି କରିଛନ୍ତି।

ବରିଷ୍ଠ ଅଭିନେତା ଅଶ୍ରୁମୋଚନଙ୍କ କହିଛନ୍ତି ଯେ, ରାଇମୋହନ ପରିଡା ବହୁତ ମେଳାପି ଓ ଖୁସମିଜାଜର ବ୍ୟକ୍ତି ଥିଲେ। ସେ ଗୁରୁବାର ରାତିରେ ଅନେକ ସମୟ ପର୍ଯ୍ୟନ୍ତ ରାଇମୋହନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ କୌଣସି ଚାପରେ ଥିବା ଜଣାପଡନଥିଲା। ସେ ବହୁତ ଷ୍ଟ୍ରଙ୍ଗ ହାର୍ଟର ବ୍ୟକ୍ତି ଥିଲେ। ରାଇମୋହନ ଲୋକଙ୍କୁ ଭଲ ମନ୍ଦ ବିଷୟରେ ବୁଝାଉଥିଲେ। ଏଭଳି ବ୍ୟକ୍ତି କେବେ ବି ଆତ୍ମହତ୍ୟା କରିନଥିବେ। ମାମଲାର ତଦନ୍ତ କରାଯିବା ଉଚିତ ବୋଲି ଅଶ୍ରୁମୋଚନ କହିଛନ୍ତି।

Also Read: Sex before marriage: ବିବାହ ପୂର୍ବରୁ ଯୌନସମ୍ପର୍କ ରଖିବା ଉଚିତ କି? ପୋପ୍ ଦେଲେ ଏମିତି ଉତ୍ତର

ଜଣେ ପଡୋଶୀ କହିଛନ୍ତି ଯେ, ସେ ଗୁରୁବାର ସକାଳେ ଠାକୁରଙ୍କ ଭୋଗ ବାଣ୍ଟିଥିଲେ। ହସଖୁସିରେ କଥାବାର୍ତ୍ତା ମଧ୍ୟ କରିଥିଲେ। ରାଇମୋହନଙ୍କ ଚେହେରା ଉଦାସ ନଥିଲା। ସେପଟେ, ପୋଲିସର କହିବା ହେଲା, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଇମୋହନ ବେକର ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା। ପୋଲିସ ଘରେ ପହଞ୍ଚିବା ପୂର୍ବରୁ ପରିବାର ଲୋକ ତାଙ୍କ ମୃତଦେହକୁ ତଳେ ଓହ୍ଲାଇ ଦେଇଥିଲେ। ଘରୁ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ତଦନ୍ତର ଅଗ୍ରଗତି କରାଯିବ ବୋଲି ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତ ୬ ମାସ ହେଲା ରାଇମୋହନ ମାନସିକ ଚାପରେ ଥିଲେ। ତାଙ୍କୁ ଭଲ ଲାଗୁନାହିଁ ବୋଲି ସେ ତାଙ୍କର କିଛି ନିକଟତର ବନ୍ଧୁଙ୍କୁ କହୁଥିଲେ। ମୃତ୍ୟୁ ବେଳକୁ ଘରେ ପରିବାର ସଦସ୍ୟ ନଥିଲେ। କିନ୍ତୁ ପତ୍ନୀ ଓ ଦୁଇ ଝିଅଙ୍କୁ ବାଏ ବୋଲି ମେସେଜ କରିଥିବା କୁହାଯାଉଛି। ଗୁରୁବାର ରାଇମୋହନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଡିପୋଡିଟ୍ ହୋଇଛି। ତାଙ୍କର ଆଗାମୀ ପ୍ରଜେକ୍ଟ ପାଇଁ ଅଗ୍ରୀମ ଦିଆଯାଇଥିବା ସମ୍ପୃକ୍ତ ସଂସ୍ଥା କହିଛି।