Odia Entertainment News: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ। ନବ ବର୍ଷର ଆଗମନରେ ଖାସ ଆପଣଙ୍କ ପାଇଁ ଜୀ ସାର୍ଥକ ନେଇ ଆସିଛି ତିନୋଟି ନୂଆ ଧାରାବାହିକ ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’, ‘ତୁ ଖରା ମୁଁ ଛାଇ’ ଓ ‘ସୁନା ଝିଅ’।


COMMERCIAL BREAK
SCROLL TO CONTINUE READING

ଡିସେମ୍ବର ୧୪ରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ ଦର୍ଶକ ଦେଖିପାରିବେ ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ ସୋସିଆଲ ମିଡ଼ିଆ ସୁପରଷ୍ଟାର ଡ୍ୟାନ୍ସ ଲିଗ୍। ଚଳିତଥର କାର୍ଯ୍ୟକ୍ରମରେ ଭରି ରହିଛି ନୂତନତ୍ତ୍ବ। କାର୍ଯ୍ୟକ୍ରମରେ ଭାଗ ନେବେ ଦର୍ଶକଙ୍କ ମନପସନ୍ଦର ଲୋକପ୍ରିୟ ସୋସିଆଲ ମିଡିଆ ପ୍ରଭାବଶାଳୀ କଳାକାରମାନେ । ଯାହାଙ୍କୁ ଦର୍ଶକ ପୁର୍ବରୁ ଅତି ନିକଟରୁ ଦେଖିଛନ୍ତି।


ସେହିପରି ‘ତୁ ଖରା ମୁଁ ଛାଇ’ କାହାଣୀର ଶୁଭାରମ୍ଭ ଡିସେମ୍ବର ୧୬ ତାରିଖରୁ ହେବାକୁ ଯାଉଛି । ଯାହାକୁ ଦର୍ଶକେ ସୋମବାରରୁ ଶନିବାର ରାତି ୮.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ପାଇବେ । ‘ତୁ ଖରା ମୁଁ ଛାଇ’ ହେଉଛି ଭାଗ୍ୟ ଓ ମୁକ୍ତିର ଏମିତି ଏକ କାହାଣୀ ଯାହାପାଇଁ ଦୁଇଟି ବିପରୀତ ଜୀବନ ଏକତ୍ରିତ । ଅଭି ଜଣେ ଯତ୍ନଶୀଳ ଓ ସଫଳ ବ୍ୟବସାୟୀ ଯିଏ ଜଣେ ରହସ୍ୟମୟୀ ମହିଳାଙ୍କ ସ୍ବପ୍ନରେ ରୁହନ୍ତି । ଅନ୍ୟପକ୍ଷରେ ଛୋଟ ସହରରୁ ଆସିଥିବା ଝିଅ ମାନୀ ଯାହାର ସ୍ବପ୍ନ ରହିଛି ଅଭିନେତ୍ରୀ ହେବାର ଯାହା ପାଇଁ ସେ ବ୍ୟକ୍ତିଗତ ସ୍ତରରେ ଜାରି ରଖିଛି ସଂଘର୍ଷ । ଭାଗ୍ୟ ଦ୍ବାରା ଉଭୟଙ୍କ ହୋଇଛି ଦେଖା । ତେବେ ମାନୀ ଓ ଅଭିଙ୍କୁ ମିଳିଥିବା ଜୀବନର ଏହି ଦ୍ବିତୀୟ ସୁଯୋଗକୁ ସେ କେମିତି ବଞ୍ଚିବେ ? ଜାଣିବାକୁ ଦେଖନ୍ତୁ ‘ତୁ ଖରା ମୁଁ ଛାଇ’। 


ଏହା ସହିତ ଆଉ ଏକ ନୂଆ କାହାଣୀ ରହିଛି ‘ସୁନା ଝିଅ’ ଯାହାର ଶୁଭାରମ୍ଭ ଡିସେମ୍ବର ୧୬ ତାରିଖରୁ ହେବାକୁ ଯାଉଛି । ଯାହାକୁ ଦର୍ଶକେ ସୋମବାରରୁ ଶନିବାର ସନ୍ଧ୍ୟା ୭.୩୦ ମିନିଟରେ ଜୀ ସାର୍ଥକରେ ଦେଖିବାକୁ ପାଇବେ ।  ତିନୋଟି ନୂଆ ଧାରାବାହିକର ଶୁଭାରମ୍ଭ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ହୋଇଛି । ସଭାରେ ଜୀ ସାର୍ଥକର ସମସ୍ତ କର୍ମଚାରୀ ସହିତ ଧାରାବାହିକର ଅଭିନେତା ଓ ଅଭିନେତ୍ରୀ ସାମିଲ ରହିଥିଲେ । ଏହା ସହିତ ନୂଆ ଶୁଭାରମ୍ଭ ହେବାକୁ ଥିବା ଧାରାବାହିକକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଥିଲେ ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ଶ୍ରୀ ପ୍ରତୀକ ସିଲ୍ ।