ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar) ନିଜ ଅପକମିଂ ଫିଲ୍ମ ପୃଥ୍ୱୀରାଜ (Prithviraj)କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ପାଇଁ ବହତ ପରିଶ୍ରମ କରିଛନ୍ତି ଫିଲ୍ମ ମେକର୍ସ ଆଉ ଷ୍ଟାରକାଷ୍ଟ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜ ଅପେକ୍ଷାରେ ଅଛନ୍ତି । ଏହି ସବୁ ଭିତରେ ରିଲିଜ ହୋଇଯାଇଛି  ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୃଥ୍ୱୀରାଜ (Prithviraj) ର ଟ୍ରେଲର । ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଟ୍ରେଲରକୁ ୟୁ ଟ୍ୟୁବରେ ଅପଲୋଡ୍ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଟ୍ରେଲରରେ ଅକ୍ଷୟ(Akshay Kumar) ଙ୍କ ଦମଦାର  ଅଭିନୟ ଦେଖିବାକୁ ମିଳିଛି । ପୃଥ୍ୱୀରାଜ ଚୌହାନ ( Prithviraj Chauhan)ଙ୍କ ଭୂମିକାରେ ନିଖୁଣ ଭାବେ ଅକ୍ଷୟ ଅଭିନୟ କରୁଥିବାର ନଜର ଆସିଛନ୍ତି । ପୂର୍ବତନ ମିସ୍ ୱାର୍ଲଡ ମାନୁଷୀ ଚିଲ୍ଲର (Manushi Chhillar) ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିଛନ୍ତି । ସେ ରାଜକୁମାରୀ ସଂୟୋଗିତା (Sanyogita)ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଦେଖି ଲାଗୁଛି ଯେ ଏହି ଫିଲ୍ମର କାହାଣୀ ସମ୍ରାଟ ପୃଥ୍ୱୀରାଜ ଚୌହାନ ( Prithviraj Chauhan) ଏବଂ ରାଜକୁମାରୀ ସଂୟୋଗିତା(Sanyogita)ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ଏହା ବ୍ୟତୀତ ଫିଲ୍ମର ଟ୍ରେଲରରେ ୧୧୯୧ ଏବଂ ୧୧୯୨ରେ ପୃଥ୍ୱୀରାଜ ଚୌହାନ ( Prithviraj Chauhan) ଏବଂ ମୋହମ୍ମଦ ଘୋରୀ (Mohammed Ghori)ଙ୍କ ଭିତରେ ହୋଇଥିବା ଯୁଦ୍ଧର ଝଲକ ଦେଖିବାକୁ ମିଳିଛି ।


Also Read: ଡୁପ୍ଲିକେଟ୍ ସଲମାନ ଖାନ ଗିରଫ


ଏହି ଫିଲ୍ମରେ ଅକ୍ଷୟ କୁମାର ମାନୁଷୀ ଚିଲ୍ଲରଙ୍କ ବ୍ୟତୀତ ଅଭିନେତା ସୋନୁ ସୁଦ୍ (Sonu Sood)ମଧ୍ୟ ନଜର ଆସିଛନ୍ତି । ସେ କବି ଚନ୍ଦ୍ରବରଦାଇଙ୍କ ଭୂମିକାରେ ନଜର ଆସିଛନ୍ତି । ଅଭିନେତା ସଞ୍ଜୟ ଦତ୍ତ (Sanjay Dutt)ଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ସେ କାକା କାହ୍ନାଙ୍କ ଭୂମିକାରେ ନଜର ଆସିବେ ।ସେହିପରି ଅଭିନେତା ଆଶୁତୋଷ ରାଣା (Asutosh Rana)ଜୟଚନ୍ଦ ଭୂମିକାରେ ନଜର ଆସିଥିବା ବେଳେ ଅଭିନେତା ମାନବ ବିଜ୍ (Manav Biz) ମୋହମ୍ମଦ ଘୋରୀ ଭୂମିକାରେ ନଜର ଆସିଛନ୍ତି ।


Also Read: ୧୦୦ ଦିନ ପରେ ନିଜ ପରୀର ଫଟୋ ସେୟାର କଲେ ପ୍ରିୟଙ୍କା


ଫିଲ୍ମ ପୃଥ୍ୱୀରାଜର ନିର୍ଦ୍ଦେଶନା ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ (Dr. Chandraprakash Dwivedi)ଦେଇଛନ୍ତି । ଏହି ଫିଲ୍ମର ଟ୍ରେଲରରେ ଲୋକେ ଅକ୍ଷୟଙ୍କ ରୟାଲ ଅନ୍ଦାଜକୁ ପସନ୍ଦ କରିଛନ୍ତି ।  ପୂର୍ବତନ ମିସ୍ ୱାର୍ଲଡ ମାନୁଷୀ ଚିଲ୍ଲରଙ୍କ ରାଜକୁମାରୀ ଗେଟଅପ୍ ମଧ୍ୟ ଦର୍ଶକ ପ୍ରଶଂସା କରିଛନ୍ତି । ତାଙ୍କ ଅଭିନୟ ମଧ୍ୟ ପ୍ରଶଂସାଯୋଗ୍ୟ । ବହୁ ସମୟ ଧରି ଏହି ଫିଲ୍ମ ଚର୍ଚ୍ଚାର ଶିରୋନାମାରେ ରହିଥିଲା । ଫିଲ୍ମର ଟ୍ରେଲରରେ ଶାନଦାର ଭିଏଫଏକ୍ସ କାମ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର ରିଲିଜ ପରେ ଦର୍ଶକ ଏବେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।   ଟ୍ରେଲର ରିଲିଜ ନେଇ  ଅକ୍ଷୟ କୁମାର  ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସୂଚନା ଦେଇଛନ୍ତି ।  ଏହି ଫିଲ୍ମ ଆସନ୍ତା ମାସ ଜୁନ୍ ୩ ତାରିଖରେ ରିଲିଜ ହେବ ।